Posted inଖେଳ

ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍‌ର ଭାବେ…

ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଖେଳୁଛି ଦଳ। ଏବେ ରୋହିତଙ୍କୁ ଦଳରୁ ବାଦ୍‌ ପଡ଼ିବାକୁ ନେଇ ଋଷଭ ପନ୍ତଙ୍କ ବୟାନ ସାମ୍ନାକୁ ଆସିଛି। କିଛି ନିଷ୍ପତ୍ତି ଏଭଳି ହୁଏ, ଯେଉଁଥିରେ ଆପଣ ସାମିଲ ନ ଥାନ୍ତି ବୋଲି ପନ୍ତ କହିବା ସହ କାନ୍ଦି ପକାଇଛନ୍ତି। ଏଥିରୁ ସେ ରୋହିତଙ୍କୁ ଅଧିକ ସମ୍ମାନ ଜଣାଉଥିବା ସ୍ପଷ୍ଟ ହେଉଛି।

ପନ୍ତ କହିଛନ୍ତି ଯେ, ରୋହିତ ବାଦ୍‌ ପଡ଼ିବା କଷ୍ଟକର ଥିଲା। ଆମେ ତାଙ୍କୁ ସର୍ବଦା ଲିଡ୍‌ର ଭାବେ ଦେଖିଛୁ। ହେଲେ କେବେ କେବେ କିଛି ନଷ୍ପେତ୍ତି ଏଭଳି ହୋଇଥାଏ ଯେଉଁଥିରେ ଆପଣ ସାମିଲ ନ ଥାନ୍ତି। ଏହି ମାମଲାରେ ମୁଁ ବେଶି କିଛି କହିପାରିବି ନାହିଁ।

କହିରଖୁଛୁ, ରୋହିତ ଡ୍ରପ୍‌ ହେବାକୁ ନେଇ ଦଳର ମ୍ୟାନେଜମେଣ୍ଟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ରୋହିତଙ୍କୁ ଦଳରୁ ବାଦ୍‌ ଦିଆଯାଇ ନାହିଁ। ବରଂ ସେ ନିଜର ଖରାପ ଫର୍ମକୁ ନେଇ ନିଜକୁ ଦଳରୁ ବାହାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏମିତିରେ କାହିଁକି ମ୍ୟାନେଜମେଣ୍ଟ ରୋହିତଙ୍କୁ ବାଦ ଦିଆଯିବା ନେଇ ସିଧା ଭାବେ ସ୍ବୀକାର କରୁନାହିଁ ତାହା ଅନେକଙ୍କୁ ଚକିତ କରିଛି।

ତେବେ ରୋହିତଙ୍କ ଫର୍ମକୁ ନେଇ ଲଗାତାର ପ୍ରଶ୍ନ ଉଠୁଥିଲା। ତାହାହିଁ ଦଳରୁ ଡ୍ରପ୍‌ ହେବା କାରଣ ପାଲଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ସିରିଜରେ ସେ ୫ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ମାତ୍ର ୩୧ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri