Posted inଖେଳ

ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ପନ୍ତ, ଜାଡେଜା

ବର୍ମିଂହାମ୍‌, ୨।୭- ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ରହିଥିବା ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୮ ରନ୍‌ରେ ୫ ଉଇକେଟ ହରାଇଥିଲା। ମାତ୍ର ଯୁବ ଉଇକେଟ କିପର ରିଷଭ ପନ୍ତ ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଦ୍ୱିଶତକୀୟ ଭାଗୀଦାରି ଗଢ଼ି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ହେବା ବେଳକୁ ଭାରତ ୭ ଉଇକେଟ ହରାଇ ୩୩୮ ରନ କରିଛି। ପନ୍ତ ଓ ଜାଡେଜା ୬ଷ୍ଠ ଉଇକେଟରେ ୨୩୯ ବଲ୍‌ରୁ ୨୨୨ ରନ୍‌ ଯୋଗ କରିଛନ୍ତି। କ୍ୟାରିୟରର ୫ମ ଟେଷ୍ଟ ଶତକ ହାସଲ କରିଥିବା ପନ୍ତ ୧୧୧ ବଲ୍‌ରୁ ୧୪୬ (୨୦ ଚୌକା, ୪ ଛକା) ରନ୍‌ କରି ଭାରତୀୟ ଇନିଂସର ମେରୁଦଣ୍ଡ ସାଜିଛନ୍ତି। ଜୋ ରୁଟ୍‌ଙ୍କୁ ଏକ ଛକା ମାରିବା ପରେ ଚୌକା ଲଗାଇ ୧୫୦ ରନ୍‌ ପୂରଣ କରିବା ଚକ୍କରରେ ଥିବା ପନ୍ତ ସ୍ଲିପ୍‌ରେ ଜ୍ୟାକ୍‌ କ୍ରଲିଙ୍କୁ କ୍ୟାଚ ଦେଇଥିଲେ। ଜାଡେଜା ୧୬୩ ବଲ୍‌ରୁ ୮୩ (୧୦ ଚୌକା) ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ମାଟିରେ କୌଣସି ଟେଷ୍ଟର ପ୍ରଥମ ଦିବସରେ ୩୩୮ ରନ କରିବା ଭାରତ ପାଇଁ ଏହା ପ୍ରଥମ। ପୂର୍ବରୁ ୧୯୯୦ରେ ଓଭାଲଠାରେ ଭାରତ ସର୍ବାଧିକ ୩୨୪ ରନ କରିଥିଲା।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ। ଟିମ୍‌ ଇଣ୍ଡିଆ ଭଲ ଆରମ୍ଭ କରିଥିଲେ ହେଁ ଘରୋଇ ଦଳର ଜେମ୍ସ ଆଣ୍ଡରସନଙ୍କ ଡବଲ ଷ୍ଟ୍ରାଇକ୍‌ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା। ଗିଲ୍‌ ୧୭ ରନ କରିଥିବା ବେଳେ ଆଣ୍ଡରସନଙ୍କ ବଲ୍‌ରେ ଜ୍ୟାକ୍‌ କ୍ରଲିଙ୍କୁ କ୍ୟାଚ ଦେଇଥିଲେ। ସେହିପରି ପୂଜାରା ୧୩ ରନ କରି ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭାରତ ୨ ଉଇକେଟ ହରାଇ ୫୩ ରନ କରିଥିବା ବେଳେ ବର୍ଷା ପାଇଁ ଦେଢ଼ ଘଣ୍ଟା ଖେଳ ବନ୍ଦ ରହିଥିଲା। ବର୍ଷା ଛାଡ଼ିବାପରେ ମ୍ୟାଟ୍ଟି ପଟ୍ସ ୨୦ ରନ କରିଥିବା ହନୁମା ବିହାରୀଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିବା ବେଳେ ବିରାଟ କୋହଲି (୧୧ ରନ)ଙ୍କୁ କ୍ଲିନ୍‌ ବୋଲ୍ଡ କରି ବଡ଼ ସଫଳତା ପାଇଥିଲେ। ଶ୍ରେୟାସ ଆୟାର ମଧ୍ୟ ଖରାପ ଫର୍ମ ଜାରିରଖି ମାତ୍ର ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡରେ ଜେମ୍ସ ଆଣ୍ଡରସନ ୩ଟି, ମ୍ୟାଟ୍ଟି ପଟ୍ସ ୨ଟି ଏବଂ ଜୋ ରୁଟ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri