Posted inଖେଳ

ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ପନ୍ତ, ଜାଡେଜା

ବର୍ମିଂହାମ୍‌, ୨।୭- ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ରହିଥିବା ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୮ ରନ୍‌ରେ ୫ ଉଇକେଟ ହରାଇଥିଲା। ମାତ୍ର ଯୁବ ଉଇକେଟ କିପର ରିଷଭ ପନ୍ତ ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଦ୍ୱିଶତକୀୟ ଭାଗୀଦାରି ଗଢ଼ି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ହେବା ବେଳକୁ ଭାରତ ୭ ଉଇକେଟ ହରାଇ ୩୩୮ ରନ କରିଛି। ପନ୍ତ ଓ ଜାଡେଜା ୬ଷ୍ଠ ଉଇକେଟରେ ୨୩୯ ବଲ୍‌ରୁ ୨୨୨ ରନ୍‌ ଯୋଗ କରିଛନ୍ତି। କ୍ୟାରିୟରର ୫ମ ଟେଷ୍ଟ ଶତକ ହାସଲ କରିଥିବା ପନ୍ତ ୧୧୧ ବଲ୍‌ରୁ ୧୪୬ (୨୦ ଚୌକା, ୪ ଛକା) ରନ୍‌ କରି ଭାରତୀୟ ଇନିଂସର ମେରୁଦଣ୍ଡ ସାଜିଛନ୍ତି। ଜୋ ରୁଟ୍‌ଙ୍କୁ ଏକ ଛକା ମାରିବା ପରେ ଚୌକା ଲଗାଇ ୧୫୦ ରନ୍‌ ପୂରଣ କରିବା ଚକ୍କରରେ ଥିବା ପନ୍ତ ସ୍ଲିପ୍‌ରେ ଜ୍ୟାକ୍‌ କ୍ରଲିଙ୍କୁ କ୍ୟାଚ ଦେଇଥିଲେ। ଜାଡେଜା ୧୬୩ ବଲ୍‌ରୁ ୮୩ (୧୦ ଚୌକା) ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ମାଟିରେ କୌଣସି ଟେଷ୍ଟର ପ୍ରଥମ ଦିବସରେ ୩୩୮ ରନ କରିବା ଭାରତ ପାଇଁ ଏହା ପ୍ରଥମ। ପୂର୍ବରୁ ୧୯୯୦ରେ ଓଭାଲଠାରେ ଭାରତ ସର୍ବାଧିକ ୩୨୪ ରନ କରିଥିଲା।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ। ଟିମ୍‌ ଇଣ୍ଡିଆ ଭଲ ଆରମ୍ଭ କରିଥିଲେ ହେଁ ଘରୋଇ ଦଳର ଜେମ୍ସ ଆଣ୍ଡରସନଙ୍କ ଡବଲ ଷ୍ଟ୍ରାଇକ୍‌ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା। ଗିଲ୍‌ ୧୭ ରନ କରିଥିବା ବେଳେ ଆଣ୍ଡରସନଙ୍କ ବଲ୍‌ରେ ଜ୍ୟାକ୍‌ କ୍ରଲିଙ୍କୁ କ୍ୟାଚ ଦେଇଥିଲେ। ସେହିପରି ପୂଜାରା ୧୩ ରନ କରି ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭାରତ ୨ ଉଇକେଟ ହରାଇ ୫୩ ରନ କରିଥିବା ବେଳେ ବର୍ଷା ପାଇଁ ଦେଢ଼ ଘଣ୍ଟା ଖେଳ ବନ୍ଦ ରହିଥିଲା। ବର୍ଷା ଛାଡ଼ିବାପରେ ମ୍ୟାଟ୍ଟି ପଟ୍ସ ୨୦ ରନ କରିଥିବା ହନୁମା ବିହାରୀଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିବା ବେଳେ ବିରାଟ କୋହଲି (୧୧ ରନ)ଙ୍କୁ କ୍ଲିନ୍‌ ବୋଲ୍ଡ କରି ବଡ଼ ସଫଳତା ପାଇଥିଲେ। ଶ୍ରେୟାସ ଆୟାର ମଧ୍ୟ ଖରାପ ଫର୍ମ ଜାରିରଖି ମାତ୍ର ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡରେ ଜେମ୍ସ ଆଣ୍ଡରସନ ୩ଟି, ମ୍ୟାଟ୍ଟି ପଟ୍ସ ୨ଟି ଏବଂ ଜୋ ରୁଟ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri