Posted inଖେଳ

ଆହତ ହେଲେ ପନ୍ତ, ଗାବା ଟେଷ୍ଟ ପୂର୍ବରୁ ଆସିଲା ଏମିତି ଖବର

ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଗାବାରେ ଖେଳାଯିବାକୁ ଯାଉଛି, ଯେଉଁଥିପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଅଭ୍ୟାସ ଅଧିବେଶନରେ ଋଷଭ ଆହତ ହେବାପରେ ଭାରତୀୟ ପ୍ରଶଂସକଙ୍କ ମନ ଖରାପ ହୋଇଯାଇଥିଲା। ଆହତ ହେବା ପରେ ତୁରନ୍ତ ଅଭ୍ୟାସ ବନ୍ଦ ହୋଇଗଲା।
ଷ୍ଟାର ୱିକେଟ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଗାବା ଟେଷ୍ଟ ପୂର୍ବରୁ ଅଭ୍ୟାସ ଅଧିବେଶନରେ ଆହତ ହେବାପରେ ଭାରତୀୟ କ୍ରିକେଟ ଦଳର ଚିନ୍ତା ବଢାଇ ଦେଇଥିଲେ। ପନ୍ତ ସଙ୍ଗେ ସଙ୍ଗେ ଅଭ୍ୟାସ ବନ୍ଦ କରି ବାହାରକୁ ଚାଲଇ ଯାଇଥିଲେ। ବାସ୍ତବରେ ବ୍ରିସବେନ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବହୁତ ପରିଶ୍ରମ କରୁଛି।
ଯେଉଁଠାରେ, ନେଟ୍‌ରେ ଥ୍ରୋଡାଉନ ବିଶେଷଜ୍ଞ ରଘୁଙ୍କୁ ସାମ୍ନା କରୁଥିବାବେଳେ ଏକ ବଲ ତାଙ୍କ ଶରୀରର ଉପର ଭାଗରେ ଧକ୍କା ଦେଇଥିଲା। ଏହା ପରେ ସେ ଅନକମ୍ଫଟେବଲ ଦେଖାଯାଇଥିଲେ ଏବଂ ସେଠାରେ ଅଭ୍ୟାସ ବନ୍ଦ କରିଦେଲେ। ସଙ୍ଗେ ସଙ୍ଗେ ଡାକ୍ତରୀ ଟିମ୍‌ ତାଙ୍କୁ ଯାଞ୍ଚ କରି ୱିକେଟ କିପର-ବ୍ୟାଟ୍ସମ୍ୟାନଙ୍କର କୌଣସି ଆଘାତ ନଥିବା ସୁନିଶ୍ଚିତ କରିଥିଲେ ଏବଂ ଖୁସି ଖବର ହେଉଛି ପନ୍ତ ଅଭ୍ୟାସ ଆରମ୍ଭ କରିଛନ୍ତି।
ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳ ଗବା ଦୁର୍ଗକୁ ଜୟ କରିଥିଲା। ହଁ, ବ୍ରିସବେନରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେହି ମ୍ୟାଚ ଜିତିବା ପାଇଁ ପନ୍ତ ୧୩୮ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୮୯ ରନର ଅପରାଜିତ ମ୍ୟାଚ ଜିତି ଇନିଂସ ଖେଳିଥିଲେ। କଙ୍ଗାରୁ ବୋଲରଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସେ ୯ ଚୌକା ଓ ୧ ଛକା ମାରିଥିଲେ। ଏହି ଐତିହାସିକ ବିଜୟର ହିରୋ ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri