ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର ଇଚ୍ଛା ବିରୋଧରେ ଯାଇ ବିବାହ କରିଥାନ୍ତି। ପରେ କିଛି ପରିବାର ନିଜ ସନ୍ତାନର ଭୁଲକୁ ଗ୍ରହଣ କରୁଥିବା ବେଳେ କିଛି ତାଙ୍କୁ ପର କରିଦେଇଥାନ୍ତି। କିଛି ଏଭଳି ଚର୍ଚ୍ଚିତ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ସହ ଘଟିଛି।

ବଲିଉଡ୍‌ଠାରୁ ଆରମ୍ଭ କରି ଓଟିଟିରେ ରାଜ୍‌ କରୁଥିବା ଅଭିନେତା ପଙ୍କଜ ପ୍ରେମ ବିବାହ କରିଛନ୍ତି। ନିଜ ଭଉଣୀଙ୍କ ନଣନ୍ଦ ମୃଦୁଳାଙ୍କୁ ସେ ଜୀବନସାଥୀ ରୂପେ ବାଛିଛନ୍ତି। ହେଲେ ତାଙ୍କ ପରିବାରଲୋକେ ବିବାହର ୧୯ ବର୍ଷ ପରେ ମଧ୍ୟ ସ୍ତ୍ରୀଙ୍କୁ ଆପଣାଇ ନାହାନ୍ତି। ମୃଦୁଳାଙ୍କ ଏକ ସାକ୍ଷାତକାରରେ ଏନେଇ ଖୁଲାସା ହୋଇଛି।

ଅତୁଲ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଲୋଚନା ବେଳେ ମୃଦୁଳା ନିଜର ଶାଶୁଙ୍କୁ ନେଇ ଏଭଳି କିଛି କହିଛନ୍ତି, ଯାହାକୁ ଶୁଣି ଅନେକେ ଭାବୁକ ହେଉଛନ୍ତି। ପଙ୍କଜ ପ୍ରେମବିବାହ କରିଥିବାରୁ ତାଙ୍କ ମା’ ଖପ୍ପା ଅଛନ୍ତି।

ମୃଦୁଳା କହିଛନ୍ତି, ପଙ୍କଜଙ୍କ ଭଉଣୀଙ୍କ ବିବାହ ମୋ’ ଭାଇଙ୍କ ସହ ହୋଇଛି। ଏହି ବିବାହରେ ଆମେ ପରସ୍ପରକୁ ଭେଟିଥିଲୁ। ଏହାପରେ ଆମେ ପରସ୍ପରର ନିକଟତର ହୋଇଥିଲୁ। ଅନେକ ଦିନ ଧରି ଏ ବିଷୟରେ କେହି ଜାଣି ପାରି ନ ଥିଲେ। ହେଲେ ପଙ୍କଜଙ୍କ ମା’ ସବୁ ଜାଣି ପାରିଥିଲେ। ସେ ମୋତେ ପଙ୍କଜଙ୍କୁ ଭାଇ କହି ଡାକିବାକୁ କହୁଥିଲେ। ହେଲେ ମୁଁ ସେଭଳି କିଛି କରି ନ ଥିଲି। ମୁଁ ତାଙ୍କୁ ‘ଜି’ ସମ୍ବୋଧନ କରୁଥିଲି।

ଏହାଛଡ଼ାର ମୃଦୁଳା କହିଛନ୍ତି ଯେ ଆମ ଅଞ୍ଚଳରେ ବଡ଼ ଘର ଝିଅ ଛୋଟ ଘରକୁ ବିବାହ କରି ଆସନ୍ତି ନାହିଁ। ଏଣୁ ଆମ ବିବାହରେ ବହୁତ ଅସୁବିଧା ହୋଇଥିଲା। ଶେଷରେ କିନ୍ତୁ ଆମେ ବିବାହ କରିନେଇଥିଲୁ। ହେଲେ ଆଜିଯାଏ ପଙ୍କଜଙ୍କ ମା’ ମୋତେ ଗ୍ରହଣ କରିନାହାନ୍ତି।

ତେବେ ନିକଟରେ ପଙ୍କଜ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଅଭିନୟ ସମସ୍ତଙ୍କ ମନ ଜିଣିଥିଲା। ବକ୍ସ ଅଫିସରେ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri