ଭ୍ରମାତ୍ମକ ଖବର ଯୋଗୁ ଗ୍ୟାସ ସିଲିଣ୍ଡର ପାଇଁ ଆତଙ୍କ, ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧ା୩: ଦେଶରେ ଏଲପିଜି (LPG) ସଙ୍କଟକୁ ନେଇ ବ୍ୟାପୁଥିବା ଗୁଜବ ଓ ଭ୍ରମାତ୍ମକ ଖବର ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି କାରଣରୁ ଅନେକ ସ୍ଥାନରେ ଗ୍ୟାସ ସିଲିଣ୍ଡର ହୋର୍ଡିଂ ବା ମହଜୁଦ କରିବା ଏବଂ ପ୍ୟାନିକ୍ ବୁକିଂ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେବା ସହ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ଘରୋଇ ଏଲପିଜି ଉତ୍ପାଦନକୁ ୨୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଲିଣ୍ଡର ଅଭାବ ନେଇ ବ୍ୟାପୁଥିବା ମିଥ୍ୟା ଖବର ଉପରେ ବିଶ୍ୱାସ ନକରିବାକୁ ଏବଂ ଶାନ୍ତି ବଜାୟ ରଖିବାକୁ ସରକାରୀ ଅଧିକାରୀମାନେ ଅନୁରୋଧ କରିଛନ୍ତି।

ପେଟ୍ରୋଲିୟମ ମନ୍ତ୍ରାଳୟର ଅଧିକାରୀ ସୁଜାତା ଶର୍ମା କହିଛନ୍ତି ଯେ, ଏଲପିଜି ଭର୍ତ୍ତି କାର୍ଗୋ ଜାହାଜ ଭାରତ ଅଭିମୁଖେ ଆସୁଛି ଏବଂ ଆସନ୍ତା ୧-୨ ଦିନ ମଧ୍ୟରେ ଏହା ପହଞ୍ଚିଯିବ।

ଭାରତ ତାର ମୋଟ ଏଲପିଜି ଆବଶ୍ୟକତାର ପ୍ରାୟ ୬୦% ଆମଦାନୀ କରିଥାଏ। ଏଥିମଧ୍ୟରୁ ୯୦% ଆମଦାନୀ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ ଦେଇ ହୋଇଥାଏ। ସାମ୍ପ୍ରତିକ ସ୍ଥିତିକୁ ସମୀକ୍ଷା କରିବା ପାଇଁ ପେଟ୍ରୋଲିୟମ, ବୈଦେଶିକ ବ୍ୟାପାର ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ଭାବେ ଏହି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍; ଗୃହରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୧୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ…

ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ଚାପ: ଏପରି ସତର୍କବାଣୀ ଶୁଣିଲା ରେଟିଂ ସଂସ୍ଥା ମୁଡିସ୍

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟର ଚାଲିଥିବା ଯୁଦ୍ଧ କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୁର୍ତରେ ଭାରତୀୟ ବଜାରରେ ତେଲ ଦର…

ଭାଜପାରେ ମିଶିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା, କାଲି ଛାଡିଥିଲେ ବିଜେଡି

ଭୁବନେଶ୍ବର,୧୧।୩: ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ…

ଯୁଦ୍ଧ ଭିତରେ ଭାରତ ପଠାଇଲା ଓ଼୍ବାର ସିପ୍‌? ଆଲର୍ଟରେ ଇଣ୍ଡିଆନ ନେଭି…

ନୂଆଦିଲ୍ଲୀ,୧୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆଉ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ; ଏହା ସିଧାସଳଖ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହି ଯୁଦ୍ଧ…

ରେଳବାଇ ଉପରେ LPG ସଙ୍କଟ! ମାଇକ୍ରୋୱେଭ୍-ଇଣ୍ଡକ୍ସନ ବ୍ୟବହାର କରିବାକୁ IRCTCର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧ା୩: ଦେଶବ୍ୟାପୀ ଏଲପିଜି ସିଲିଣ୍ଡରର ଅଭାବ ଏବେ ଭାରତୀୟ ରେଳବାଇର କ୍ୟାଟରିଂ ସେବାକୁ ପ୍ରଭାବିତ କରୁଛି। ଏହି ସଙ୍କଟ ଯୋଗୁଁ, ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ…

ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ…

ବର୍ଷାରେ ଭିଜିଲା ସହର, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆସନ୍ତା ୧୬ ପର୍ଯ୍ୟନ୍ତ…

ଚେନ୍ନାଇ,୧୧ା୩: ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri