ଅବହେଳାରୁ ସଙ୍କଟରେ ବଜ୍ରକାପ୍ତା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ବନ ବିଭାଗ ବହୁ ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ତାହା ଫଳପ୍ରଦ ହୋଇପାରୁନାହିଁ। ରାଜ୍ୟରେ ବାଘ ଚମଡ଼ା ଠାରୁ ଆରମ୍ଭ କରି ହାତୀଦାନ୍ତ, ବଜ୍ରକାପ୍ତା କାତିର ଚୋରା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ବିଶ୍ୱରେ ସବୁଠାରୁ ଅଧିକ ଶିକାର ଓ ଚୋରା କାରବାର ବଜ୍ରକାପ୍ତାର ହିଁ ହେଉଛି। ଓଡ଼ିଶାରେ ମଧ୍ୟ ଏହି ଶିକାର ଅଧିକ ରହିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ବଜ୍ରକାପ୍ତା ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀ। ଏହାକୁ ଶିକାର କରିବା ଓ ଏହାର କାତି ବ୍ୟବସାୟ କରିବା ଦଣ୍ଡନୀୟ ଅପରାଧ। ଶିକାରୀମାନେ ଏହାର କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗ ଦେଇ ଚାଇନା, ମ୍ୟାନ୍‌ମାର, ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଏହି ର଼୍ୟାକେଟ୍‌ର ଚେର ଲମ୍ବିଛି। ବାହାର ଦେଶରେ ବଜ୍ରକାପ୍ତା କାତିରୁ ଔଷଧ ତିଆରି ହୋଇଥାଏ। ତେଣୁ ବିଦେଶରେ ଏହାର ଚାହିଦା ଅଧିକ ରହିଛି। ଯେହେତୁ ଓଡ଼ିଶାରେ ବଜ୍ରକାପ୍ତା ସ୍ଥିତି ଭଲ ଏଠାରେ ଶିକାର ବଢ଼ିବାରେ ଲାଗିଛି। କିନ୍ତୁ ଏହାକୁ ରୋକିବାରେ ବନ ବିଭାଗର ଅବହେଳା ଯୋଗୁ ଓଡ଼ିଶାରେ ବଜ୍ରକାପ୍ତା ଏବେ ସଙ୍କଟରେ।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌, ଓ୍ବାଇଲ୍ଡଲାଇଫ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଳ୍ୟୁସିସିବି) ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ଓ ଲକ୍ଷାଧିକ ଟଙ୍କାର କାତି ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବାବେଳେ ଗତ ୫ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୨କେଜି ବଜ୍ରକାପ୍ତା କାତି ଜବତ ସହିତ ୨ଜଣଙ୍କୁ ଗିରଫ କରାଯାଇଛି।
ଓ୍ବାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟାନୁସାରେ, ୨୦୧୮ ଅଗଷ୍ଟରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୪ ଜିଲାରେ ୨୬ସ୍ଥାନରେ ଚଢ଼ାଉ କରାଯାଇ ୨୭ଟି ଜୀବନ୍ତ ବଜ୍ରକାପ୍ତାଙ୍କୁ ଉଦ୍ଧାର କରାଯାଇଛି। ଏଥିମଧ୍ୟରେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧିକ ୪ଟି ଲେଖାଏ ଉଦ୍ଧାର ହୋଇଛି। ସେହିପରି କୋରାପୁଟ ଓ କଟକରୁ ୩ଟି ଲେଖାଏ ଥିବାବେଳେ ମାଲକାନଗିରି ଓ ରାୟଗଡ଼ାରୁ ୨ଟି ଲେଖାଏ ଏବଂ ସୁନ୍ଦରଗଡ, ସୋନପୁର, ବାଲେଶ୍ବର, ଖୋର୍ଦ୍ଧା, ବରଗଡ଼, କନ୍ଧମାଳ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଜିଲାରୁ ଗୋଟିଏ ଲେଖାଏ ଉଦ୍ଧାର କରାଯାଇଛି। ସେହିପରି ୨୦୧୬ରୁ ଏପର୍ଯ୍ୟନ୍ତ ୨୧ଟି ଘଟଣାରେ ମୋଟ୍‌ ୫୪ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ୨୦୨୧ ଜୁଲାଇ ୨୪ରେ ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ରେଞ୍ଜରେ ଥରକେ ସର୍ବାଧିକ ୧୪.୨ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଅନେକ ଥର ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଚିଠି ଲେଖାଗଲେ ମଧ୍ୟ ଆଠଗଡ଼ ଡିଭିଜନରେ ୨୦ରୁ ଅଧିକ ଗିରଫ ହୋଇଥିବା ମାମଲାକୁ ଅଧିକ ତଦନ୍ତ ପାଇଁ ବନବିଭାଗ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ହସ୍ତାନ୍ତର କଲା ନାହିଁ। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, କାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବଜ୍ରକାପ୍ତା ଓ କାତି ଜବତ କରାଯାଇଛି। ମାତ୍ର ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ବନ ବିଭାଗ ଠୋସ୍‌ ତଥ୍ୟ ଦାଖଲ କରିପାରୁ ନ ଥିବାରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେହି ବି ଜେଲ୍‌ ଯାଇନାହାନ୍ତି। ଫଳରେ ସେମାନେ ବାହାରକୁ ଆସି ପୁଣି ଶିକାର କରିବାରେ ସଫଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri