ଅବହେଳାରୁ ସଙ୍କଟରେ ବଜ୍ରକାପ୍ତା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ବନ ବିଭାଗ ବହୁ ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ତାହା ଫଳପ୍ରଦ ହୋଇପାରୁନାହିଁ। ରାଜ୍ୟରେ ବାଘ ଚମଡ଼ା ଠାରୁ ଆରମ୍ଭ କରି ହାତୀଦାନ୍ତ, ବଜ୍ରକାପ୍ତା କାତିର ଚୋରା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ବିଶ୍ୱରେ ସବୁଠାରୁ ଅଧିକ ଶିକାର ଓ ଚୋରା କାରବାର ବଜ୍ରକାପ୍ତାର ହିଁ ହେଉଛି। ଓଡ଼ିଶାରେ ମଧ୍ୟ ଏହି ଶିକାର ଅଧିକ ରହିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ବଜ୍ରକାପ୍ତା ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀ। ଏହାକୁ ଶିକାର କରିବା ଓ ଏହାର କାତି ବ୍ୟବସାୟ କରିବା ଦଣ୍ଡନୀୟ ଅପରାଧ। ଶିକାରୀମାନେ ଏହାର କାତିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗ ଦେଇ ଚାଇନା, ମ୍ୟାନ୍‌ମାର, ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ଏହି ର଼୍ୟାକେଟ୍‌ର ଚେର ଲମ୍ବିଛି। ବାହାର ଦେଶରେ ବଜ୍ରକାପ୍ତା କାତିରୁ ଔଷଧ ତିଆରି ହୋଇଥାଏ। ତେଣୁ ବିଦେଶରେ ଏହାର ଚାହିଦା ଅଧିକ ରହିଛି। ଯେହେତୁ ଓଡ଼ିଶାରେ ବଜ୍ରକାପ୍ତା ସ୍ଥିତି ଭଲ ଏଠାରେ ଶିକାର ବଢ଼ିବାରେ ଲାଗିଛି। କିନ୍ତୁ ଏହାକୁ ରୋକିବାରେ ବନ ବିଭାଗର ଅବହେଳା ଯୋଗୁ ଓଡ଼ିଶାରେ ବଜ୍ରକାପ୍ତା ଏବେ ସଙ୍କଟରେ।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌, ଓ୍ବାଇଲ୍ଡଲାଇଫ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଳ୍ୟୁସିସିବି) ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ଓ ଲକ୍ଷାଧିକ ଟଙ୍କାର କାତି ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବାବେଳେ ଗତ ୫ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୨କେଜି ବଜ୍ରକାପ୍ତା କାତି ଜବତ ସହିତ ୨ଜଣଙ୍କୁ ଗିରଫ କରାଯାଇଛି।
ଓ୍ବାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟାନୁସାରେ, ୨୦୧୮ ଅଗଷ୍ଟରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୪ ଜିଲାରେ ୨୬ସ୍ଥାନରେ ଚଢ଼ାଉ କରାଯାଇ ୨୭ଟି ଜୀବନ୍ତ ବଜ୍ରକାପ୍ତାଙ୍କୁ ଉଦ୍ଧାର କରାଯାଇଛି। ଏଥିମଧ୍ୟରେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରୁ ସର୍ବାଧିକ ୪ଟି ଲେଖାଏ ଉଦ୍ଧାର ହୋଇଛି। ସେହିପରି କୋରାପୁଟ ଓ କଟକରୁ ୩ଟି ଲେଖାଏ ଥିବାବେଳେ ମାଲକାନଗିରି ଓ ରାୟଗଡ଼ାରୁ ୨ଟି ଲେଖାଏ ଏବଂ ସୁନ୍ଦରଗଡ, ସୋନପୁର, ବାଲେଶ୍ବର, ଖୋର୍ଦ୍ଧା, ବରଗଡ଼, କନ୍ଧମାଳ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଜିଲାରୁ ଗୋଟିଏ ଲେଖାଏ ଉଦ୍ଧାର କରାଯାଇଛି। ସେହିପରି ୨୦୧୬ରୁ ଏପର୍ଯ୍ୟନ୍ତ ୨୧ଟି ଘଟଣାରେ ମୋଟ୍‌ ୫୪ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ୨୦୨୧ ଜୁଲାଇ ୨୪ରେ ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ରେଞ୍ଜରେ ଥରକେ ସର୍ବାଧିକ ୧୪.୨ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଅନେକ ଥର ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କୁ ଚିଠି ଲେଖାଗଲେ ମଧ୍ୟ ଆଠଗଡ଼ ଡିଭିଜନରେ ୨୦ରୁ ଅଧିକ ଗିରଫ ହୋଇଥିବା ମାମଲାକୁ ଅଧିକ ତଦନ୍ତ ପାଇଁ ବନବିଭାଗ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ହସ୍ତାନ୍ତର କଲା ନାହିଁ। ଏ ସମ୍ପର୍କରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, କାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବଜ୍ରକାପ୍ତା ଓ କାତି ଜବତ କରାଯାଇଛି। ମାତ୍ର ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ବନ ବିଭାଗ ଠୋସ୍‌ ତଥ୍ୟ ଦାଖଲ କରିପାରୁ ନ ଥିବାରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେହି ବି ଜେଲ୍‌ ଯାଇନାହାନ୍ତି। ଫଳରେ ସେମାନେ ବାହାରକୁ ଆସି ପୁଣି ଶିକାର କରିବାରେ ସଫଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri