Posted inଖେଳ

ଆଶେସ୍ ପୂର୍ବରୁ ବାକ୍‌-ଯୁଦ୍ଧ: ‘ସ୍ୟାଣ୍ଡପେପର’ କଥା ଉଠାଇଲେ ପାନେସର, ପାଲଟା ଜବାବ ଦେଲେ ସ୍ମିଥ୍

ନୂଆଦିଲ୍ଲୀ,୨୧।୧୧: ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେବାକୁ ଥିବା ହାଇ-ଭୋଲଟେଜ୍ ଆଶେସ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାଣ୍ଡ-ଇନ୍ କ୍ୟାପ୍ଟେନ୍ ଷ୍ଟିଭ୍ ସ୍ମିଥ୍ ଏବଂ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସରଙ୍କ ମଧ୍ୟରେ ଏକ ଅପ୍ରତ୍ୟାଶିତ ବାକ୍-ଯୁଦ୍ଧ ଆରମ୍ଭ ହୋଇଛି।

ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନେସର କହିଥିଲେ ଯେ ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଅନ୍ୟ ଖେଳାଳିମାନେ ବ୍ୟାଟିଂ ସମୟରେ ଷ୍ଟିଭ୍ ସ୍ମିଥଙ୍କୁ ୨୦୧୮ ‘ସ୍ୟାଣ୍ଡପେପର-ଗେଟ୍’ ବଲ୍ ଟ୍ୟାମ୍ପରିଂ ଘଟଣାକୁ ମନେ ପକାଇ ଦୋଷୀ ଅନୁଭବ କରାଇବା ଉଚିତ। ସେ କହିଥିଲେ ଯେ ଇଂଲଣ୍ଡ ଖେଳାଳିମାନେ ତାଙ୍କୁ କହିବା ଉଚିତ୍ ଯେ ‘ଜଣେ ନୀତିହୀନ ବ୍ୟକ୍ତିର ଅଧିନାୟକ ହେବାର ଅଧିକାର ନାହିଁ’।

ନିର୍ବାସିତ ହୋଇଥିବା କ୍ୟାପ୍ଟେନ୍ ପାଟ୍ କମିନ୍ସଙ୍କ ବଦଳରେ ଦଳର ନେତୃତ୍ୱ ନେବାକୁ ଥିବା ଷ୍ଟିଭ୍ ସ୍ମିଥ୍ ଏହି ପ୍ରଶ୍ନର ଜବାବ୍ ଅତ୍ୟନ୍ତ ଆକ୍ରମଣାତ୍ମକ ଢଙ୍ଗରେ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ମଣ୍ଟି ପନେସରଙ୍କ ଏକ ପୁରୁଣା ଟିଭି କୁଇଜ୍ ଶୋ’ରେ ତାଙ୍କର ‘ଦୁର୍ବଳ ଜେନେରାଲ୍ ନଲେଜ୍’ କୁ ମଜାକ୍ କରି ଉଡ଼ାଇ ଦେଇଥିଲେ।

“ଆପଣମାନଙ୍କ ମଧ୍ୟରୁ କେତେଜଣ ମଣ୍ଟି ପନେସରଙ୍କ ‘ମାଷ୍ଟରମାଇଣ୍ଡ’ ଶୋ’ ଦେଖିଛନ୍ତି? ଯଦି ଦେଖି ନାହାନ୍ତି, ତେବେ ନିଜ ଉପରେ ଏକ ଉପକାର କରନ୍ତୁ, କାରଣ ଏହା ବହୁତ ହାସ୍ୟାସ୍ପଦ।” ସେ କହିଥିଲେ ଯେ, “ଆଥେନ୍ସ ଜର୍ମାନୀରେ ଅଛି, ଅଲିଭର୍ ଟ୍ୱିଷ୍ଟ ଏକ ଋତୁ ଏବଂ ଆମେରିକା ଏକ ସହର ବୋଲି ଯିଏ ବିଶ୍ୱାସ କରେ, ତା’ର ମନ୍ତବ୍ୟ ମୋତେ ବିଶେଷ ବିବ୍ରତ କରେ ନାହିଁ। ମୁଁ ଏତିକି କହିବି।”

ପରେ ମଣ୍ଟି ପନେସର ଏହାର ଜବାବ୍ ଦେଇ କହିଥିଲେ, “ଆମେ ଉଭୟ ଭୁଲ୍ କରିଛୁ। ମୁଁ ମୋର ଭୁଲ୍ ଏକ କୁଇଜ୍ ଶୋ’ରେ କରିଛି, କିନ୍ତୁ ସେ (ଷ୍ଟିଭ୍ ସ୍ମିଥ୍) ତାଙ୍କ ଭୁଲ୍ କ୍ରିକେଟ୍ ପଡ଼ିଆରେ କରିଛନ୍ତି।”

ପନେସର ଦାବି କରିଥିଲେ ଯେ, ସ୍ମିଥ୍ ଟେଷ୍ଟ୍ ମ୍ୟାଚ୍ ପୂର୍ବ ରାତିରେ ତାଙ୍କର କୁଇଜ୍ କ୍ଲିପ୍ ଦେଖିବା ଏବଂ ତାଙ୍କ ମନ୍ତବ୍ୟର ଉତ୍ତର ଦେବା, ଏହା ପ୍ରମାଣ କରୁଛି ଯେ ଇଂଲଣ୍ଡ ପୂର୍ବରୁ ହିଁ ତାଙ୍କ ମନ ଭିତରେ ପ୍ରବେଶ କରିସାରିଛି ଏବଂ ଆଶେସ୍ ଆରମ୍ଭ ପୂର୍ବରୁ ତାଙ୍କୁ ଚିନ୍ତାରେ ପକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri