ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ପ୍ରଭାତ, କହିଲେ ଭୟଙ୍କର ଷଡଯନ୍ତ୍ର

ଭୁବନେଶ୍ୱର,୧୦।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଓ୍ବକଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟଫଣ୍ଡ ମାମଲାରେ ସେ ଜେଲ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

ତେବେ ଗୁରୁବାର ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ କାଉଣ୍ଟର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରି ନ ଥିଲି। ଚିଟଫଣ୍ଡ କେସ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି।

ସେହିପରି ପ୍ରେସମିଟ କରି ନବୀନଙ୍କ ସହ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି କାଲିଯାଏଁ ଖୋଦ ନବୀନ ଏବଂ ଦଳର ନମ୍ବର ଟୁ ମୁଖିଆ ସାଜିଥିବା ବ୍ୟକ୍ତି ମୋତେ ପ୍ରଶଂସା କରୁଥିବାବେଳେ ହଠାତ ମୋତେ ଦଳରୁ କାଢିଦେଲେ । ମୁଁ ଦଳରେ ଆଉ ନାହିଁ ବୋଲି ଭାରି ସହଜରେ କହିଦେଲେ । ପ୍ରକୃତ କଥା ହେଲା ଦଳର ଭିତିରି ମୁଖିଆ ସାଜିଥିବା ବ୍ୟକ୍ତି ଜଣକୁ ନିଜକୁ ବଞ୍ଚାଇବାକୁ ଏଭଳି ନବୀନ ପଟ୍ଟନାୟକୁ ଢାଲ ସଜାଇ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରଭାତ ।

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯାହା ଚିଟଫଣ୍ଡ ଦୁର୍ନୀତି ମାମଲା ଥିଲା, ତାହା ହାଇକୋର୍ଟ ଏବେ ବି ବିଚାରାଧିନ ରହିଛି । ଏଯାଏଁ ଏନେଇ କିଛି ବି ନିଷ୍ପତ୍ତି ଶୁଣାଇନାହାଁନ୍ତି କୋର୍ଟ । ମୁଁ ଦୋଷୀ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ । ଫଳରେ ବିଜେଡି ୨୦୧୭ରେ ମୋ ଉପରେ ଲାଗିଥିବା ସସପେନ୍ସସନକୁ ପ୍ରତ୍ୟାହାର କରିଥିଲା । ସେବେଠୋରୁ ୨୦୨୪ ନିର୍ବାଚନ ଭିତରେ ମୁଁ ବାଙ୍କୀ ହେଉ କି ପୂରା କଟକ ଜିଲାରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମିତିରେ ଉପସ୍ଥିତ ଥିଲି । ୨୦୨୪ ନିର୍ବାଚନ ବେଳେ ମୋର କାମକୁ ନେଇ ଖୋଦ ଦଳର ଦୁଇ ନମ୍ବର ମୁଖିଆ ମୋତେ ମଞ୍ଚ ଉପରେ ପ୍ରଶଂସା କରିଥିଲେ । ଏହାବାଦ ଦଳର ରାଜ୍ୟ ସଭାପତି ମଧ୍ୟ ମୋତେ ଲୋକଙ୍କ ଆଗରେ ପ୍ରଶଂସା କରିଛନ୍ତି । ହେଲେ କାଲି ହଠାତ ମୋତେ ଦଳରୁ କାଢିଦେଲେ ? ମୁଁ ଦଳରେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ କହିଦେଲେ ।

ନିଜକୁ ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଦଳରେ ଟଳମଳ । ଏହାଛ ଡା ରାଜ୍ୟ ସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ଓ୍ବକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତା’ଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ପ୍ରଭାତ ।

ତେବେ ନବୀନଙ୍କ ଏହି ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ନିର୍ବାଚନ ୨୦୨୪ର। ଯେଉଁ ସମୟରେ ପାଣ୍ଡିଆନ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀ ବୁଲି ବୁଲି ପ୍ରଚାର କରୁଥିଲେ। ଏହି ସମୟରେ ସେ ମଞ୍ଚରୁ ସମ୍ବୋଧନ କରି କହିଥିଲେ, ଆପଣଙ୍କର ମନେଥିବ ୨୦୧୨ରେ ପ୍ୟାରୀବାବୁଙ୍କ ଘଟଣା ହେଲା। ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ସେ ଷଡଯନ୍ତ୍ର କରିଥିଲେ। ସେହ ସମୟରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲି। ଏହି ଘଟଣାରେ ମୋତେ କେବଳ ଜଣେ ବ୍ୟକ୍ତି ବହୁତ ସହଯୋଗ କରିଛନ୍ତି। ସେ ହେଉଛନ୍ତି ଏହି ମାଟିର ପ୍ରଭାତ ତ୍ରୀପାଠୀ। ମୁଁ ତାଙ୍କୁ ସବୁବେଳେ ସମ୍ମାନ କରେ। ଏହିଭଳି ବିପଦ ସମୟରେ ପ୍ରଭାତଙ୍କ ବ୍ୟତୀତ ୩-୪ଜଣ ଆମ ସାଙ୍ଗରେ ଥିଲେ। ହେଲେ ପ୍ରଭାତଙ୍କୁ ମଁ ସବୁବେଳେ ମନେ ରଖିବି। ମୋର ବିନମ୍ର ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri