ଏବେ ବି ଦଳରେ ରାଜ୍‌ କରୁଛନ୍ତି ପାଣ୍ଡିଆନ! ବିଜେଡି ନେତାଙ୍କ ବଡ଼ ଖୁଲାସା, ରାଜ୍ୟରେ ଚହଳ

ଭୁବନେଶ୍ୱର,୨୧।୮: ବିଜେଡିରେ ଭି କାର୍ତ୍ତିକେୟନ ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ। କିନ୍ତୁ ବିଜେଡି ଗତ ନିର୍ବାଚନ ହାରିବା ପରେ ପରେ ପାଣ୍ଡିଆନଙ୍କୁ ବିଜେଡି ସମର୍ଥକ ଦୋଷ ଦେବାରୁ ପ୍ରାୟୋଜିତ ଭାବେ ରାଜନୀତିରୁ ସନ୍ୟାସ ନେଇଥିଲେ ପାଣ୍ଡିଆନ। କୁହାଯାଉଥିଲା ସେ ଦଳର ଆଭ୍ୟନ୍ତରଣ କଥାରେ ଆଉ ମୁଣ୍ଡ ପୁରାଉ ନାହାନ୍ତି ପାଣ୍ଡିଆନ।

ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଖେ ପାଖେ ରହୁଥିଲେ। ନବୀନ ନିବାସରେ ତାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳୁଥିଲା। ବିଜେଡି ନିର୍ବାଚନ ହାରିବା ପୂର୍ବରୁ ଯେଉଁଭଳି ପାଣ୍ଡିଆନ ଦଳରେ ରାଜ କରୁଥିଲେ ଏବେ ବି ସେହି ଭଳି ଦଳରେ ରାଜ କରୁଛନ୍ତି ପାଣ୍ଡିଆନ।

ନବୀନଙ୍କ ଅତ୍ୟନ୍ତ ଘନିଷ୍ଠ ଆଉ ବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ ଦମ୍ପତି ଏକଥା ଆମେ କହୁନୁ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ ନିଜେ ଏକ ଭିଡିଓରେ ପାଣ୍ଡିଆନ ନବୀନଙ୍କ ଘନିଷ୍ଠ ସହଯୋଗୀ କହିବା ସହ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ଚାଲିଥିବା ବେଳେ ଯେଉଁଭଳି ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଦମ୍ପତି ଓ ନବୀନ ପଟନାୟକଙ୍କ କଟାକ୍ଷ କରି ଅପପ୍ରଚାର କରାଯାଉଛି ତାହା ବରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାପାଇଁ ସେ ପୋଲିସର ଦ୍ୱାରସ୍ତ ହୋଇଛନ୍ତି।

ଗତକାଲି ହସ୍ପିଟାଲରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନ ନିବାସ ଆସୁଥିବା ବେଳେ ପାଣ୍ଡିଆନଙ୍କ ହାତ ଧରି ଆସୁଥିଲେ ଏଥିରୁ ସ୍ପଷ୍ଟ ଯେ ନବୀନ ଆଉ କାହାକୁ ଭରଷା କରୁନାହାନ୍ତି। ବିଜେଡିରେ ଏତେ ବରିଷ୍ଠ ନେତା ଥିଲେ ମଧ୍ୟ ନବୀନ କିନ୍ତୁ କାହାକୁ ବିଶ୍ୱାସ କରୁନାହାନ୍ତି।

ନବୀନଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ସମୟରେ ସମସ୍ତ କଥା ବୁଝୁଥିଲେ ପାଣ୍ଡିଆନ ଦମ୍ପତି। ଦଳର ବରିଷ୍ଠ ନେତାମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗ ପାଉନଥିଲେ। ଏ ନେଇ ଦୈନିକ ଖବର କାଗଜ ଧରିତ୍ରୀରେ ଖବର ମଧ୍ୟ ପ୍ରକାଶ ପାଇଥିଲା କିଭଳି ପାଣ୍ଡିଆନ ରାଗ ତମ ତମ ହୋଇ ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନର ଧମକ ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ ପାଣ୍ଡିଆନ ପୂର୍ବରୁ ବି ଦଳରେ ରାଜ କରିଥିଲେ ଏବେ ବି ଦଳରେ ରାଜ କରୁଛନ୍ତି।

Share
Tags: BJD