ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ ସନ୍ଧ୍ୟାରୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି l ହୁମା ଗ୍ରାମର ବିଭିନ୍ନ ସାହି ସମେତ କଣ୍ଟିଆଗଡ଼, ଖଟୁଆକୁଦା, ଝାଡକୁଦା, କଳାଯମୁନା, ଲୁଂଘୁରି, ଗଡ଼ହୁମା,ବେଲପଡା ଆଦି ଗ୍ରାମରେ ସାହିଯାତ୍ରା ଅନୁଷ୍ଠିତ ହେଉଛି l
ସାହିଯାତ୍ରା ପାଇଁ ବିଭିନ୍ନ ଗ୍ରାମରେ ଆଲୋକ ସଜାସାଙ୍ଗକୁ ରାତିରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସ୍ବରୂପ ଭାରତ ଲୀଳା, ରାମ ଲୀଳା, ଅପେରା, ରାମାୟଣ ପ୍ରଭୁତି ନାଟକ ପରିବେଷଣ ହେବା l ଏହା ରବିବାର ପୂର୍ବାହ୍ନ ପର୍ଯ୍ୟନ୍ତ ଚାଲିବ l ରାତ୍ର ତମାମ ଠାକୁର ମାନେ ନିଜ ସାହି ବା ଗ୍ରାମରେ ବସିବେ ଠାକୁରସଙ୍କ ଆଗରେ ନାଟକ ପରିବେଷଣ ହେବ। ସାହି ଯାତ୍ରା ରବିବାର ମଧ୍ୟାହ୍ନରେ ଶେଷ ହେବା l
ସୋମବାର ସକାଳୁ ସମସ୍ତ ଠାକୁର ବିରାଟ ପଟୁଆର ଯୋଗେ ଯାତ୍ରା ପଡିଆ ଅଭିମୁଖେ ଯାତ୍ରା କରିବେ l ସେଠାରେ ପଞ୍ଚୁ ଦୋଳ ଯାତ୍ରା ଆରମ୍ଭ ହେବା l ରମ୍ଭା ଓ ହୁମା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ହୁମା ପଞ୍ଚାୟତ ସମିତି ସଭ୍ୟ ଧୃବ ଚରଣ ପଲାଇ ଯାତ୍ରାକୁ ଆସୁଥିବା ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।