Posted inଫୁରସତ

କୋଣାର୍କର ପଞ୍ଚବଟ ମଧ୍ୟରୁ ଅର୍କବଟ ଥିଲା ସିଦ୍ଧିପ୍ରଦ

ଗତ ସଂଖ୍ୟାରେ ବିଶୁ ମହାରଣାଙ୍କ ଗାଁ ନୂଆଗଡ଼ କଥା ଲେଖିଥିଲୁ। ନୂଆଗଡ଼ ଗାଁ ୧୬୨୬ରେ ହୋଇଥିବା ସୁନାମିରେ ମହୋଦଧିରେ ଲୀନ ହୋଇଯାଇଥିଲା। ଗଡ଼ ସହିତ ସାମିଲ ଥିଲା ‘ଗୋ-ଧନପଡ଼ା’। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପଡ଼ା ରହିଯାଇଥିଲା। ନୂଆଗଡ଼ର ଆରାଧ୍ୟା ଥିଲେ ଜାଗୁଳାଈ। ତାଙ୍କ ମନ୍ଦିରଟି ଦର୍ଶନୀବନ୍ତ ଯୋଗୁ ରକ୍ଷା ପାଇଯାଇଥିଲା। ଗଡ଼ ଓ ପଡ଼ାର ଅଧିବାସୀ ମିଳିତ ଭାବରେ ଦେବୀଙ୍କୁ ଉପାସନା କରୁଥିଲେ। ନୂଆଗଡ଼ରେ କିଛି ବାଲିବନ୍ତ ସୃଷ୍ଟି ହୋଇଥିଲା ସୁନାମି ସମୟରେ। ଆଶା କରାଯାଇପାରେ ଏହି ବନ୍ତ ତଳେ ଗଡ଼ର ସ୍ମୃତି ଏବଂ ଐତିହ୍ୟ ସ୍ମାରକୀ କିଛି ରହିଥାଇପାରେ। ଜାଗୁଳାଈ ଏକ ଅପଭ୍ରଂଶ ନାମ। ଯଜ୍ଞରୁ ଉଦ୍ଭବ ଦେବୀ ଯଜ୍ଞର ଈଶ୍ୱରୀ। ମନେହୁଏ ଗାଁଟି ବହୁ ପ୍ରାଚୀନ। ସେହି ପ୍ରାଚୀନ ଗାଁରେ ବିଶୁ ମହାରଣା ଜନ୍ମ ନେଇଥିଲେ। ବିଶୁ ମହାରଣାଙ୍କ ପ୍ରସଙ୍ଗ ପୂର୍ବ ସଂଖ୍ୟାରେ ଆମେ ଦେଇଥିଲୁ। ଧର୍ମପଦ ଥିଲେ ସଦାଶିବ ସାମନ୍ତରାୟ ମହାପାତ୍ରଙ୍କ ପୁତ୍ର। ବିଶୁ ମହାରଣାଙ୍କ ପୁତ୍ର ବୋଲି ଜାଣିଶୁଣି ଭ୍ରମାତ୍ମକ ଧାରଣା ପ୍ରଚାର କରାଯାଇଥିଲା। ପୂର୍ବରୁ ଶିଳ୍ପୀ ନାୟକ ଗଦାଧରଙ୍କ ଅବଦାନ ପ୍ରସଙ୍ଗ ଅବତାରଣା କରିବାର ଅଭିପ୍ରାୟ ସ୍ପଷ୍ଟ। ତାଙ୍କର କାର୍ଯ୍ୟ ତାଲିକା ଆମେ ପ୍ରସ୍ତୁତ କରିଛୁ। ପଚାଶରୁ ଊର୍ଦ୍ଧ୍ୱ କାର୍ଯ୍ୟ ସେ ନିର୍ବାହ କରିଛନ୍ତି। ଆମେ ଉଦାହରଣ ଦେଲୁ ଜଣଙ୍କର ଅବଦାନ, କିନ୍ତୁ ଅନ୍ୟମାନଙ୍କର ନାମ ଓ କାର୍ଯ୍ୟର ତାଲିକା ପ୍ରସ୍ତୁତ କରିଛୁ, ଯାହା ‘ପରିଶିଷ୍ଟ’ ଶୀର୍ଷକରେ ପାଠକଙ୍କ ଅବଗତି ପାଇଁ ଦେବୁ।
ପ୍ରଶ୍ନ ହୋଇପାରେ କାହିଁକି ଦେବେ! ଏଇଥିପାଇଁ ଦେଉଛୁ ଅତୀତରେ କୋଣାର୍କଠାରେ ନିର୍ମାଣ ହୋଇଥିବା ମନ୍ଦିରର ଇତିହାସରୁ ଓଡ଼ିଆଙ୍କୁ ଦୂରେଇ ଦିଆଯିବାର ପ୍ରବଳ ପ୍ରଚେଷ୍ଟା ହୋଇଛି। ଗୌରବମୟ ଭାବାବେଗରୁ ଉଦାସ ଭାବାବେଗ ଆଡ଼କୁ ରାସ୍ତା ଦେଖେଇ ଦିଆଯାଇଛି। ପ୍ରଭାବ ସ୍ବାଭାବିକ। କିଛି ମାତ୍ରାରେ କେତେକ ଆନମନା ହୋଇଛନ୍ତି। ଏବେ ବି ସାମାଜିକ ଗଣମାଧ୍ୟମରେ ଯୁବକମାନଙ୍କ ଯୁକ୍ତି ଆମକୁ ଛୁଇଁଛି। ଯୁକ୍ତି ହେଲା- ବୌଦ୍ଧସ୍ତୂପ ଭାଙ୍ଗି ଲାଙ୍ଗୁଳା ନରସିଂହଦେବ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରିଛନ୍ତି! ବାହାରିଆ ଲେଖକଙ୍କୁ ସେ ପଢ଼ିଛନ୍ତି। ତେଣୁ କହିବା ସ୍ବାଭାବିକ।
ପୂର୍ବରୁ ପ୍ରମାଣିତ କରିଛୁ ଗଜପତି ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିବା ମନ୍ଦିର ଶ୍ରୀସୂର୍ଯ୍ୟଙ୍କର ତୃତୀୟ ମନ୍ଦିର। ପ୍ରଥମ ମନ୍ଦିର ନିର୍ମାଣ ପୂର୍ବରୁ କୋଣାଦିତ୍ୟ କ୍ଷେତ୍ର ଅଖଣ୍ଡ ଭାରତବର୍ଷରେ ମହାନ୍‌ ତୀର୍ଥ ରୂପେ ପ୍ରସିଦ୍ଧ ଥିଲା। ଦ୍ୱିତୀୟ ମନ୍ଦିରରେ ଶ୍ରୀମହାଭାସ୍କରଙ୍କ ଯେଉଁ ମୂର୍ତ୍ତି ପୂଜା ପାଉଥିଲା- ତାହା ଥିଲା ଦୁଇ ହାତ ଆଠ ଆଙ୍ଗୁଳ। ସେ ବିଗ୍ରହ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲା। ନୂତନ ବିଗ୍ରହ ବାସ୍ତୁଶାସ୍ତ୍ର ଅନୁଯାୟୀ ୫ ହାତ ୪ ଆଙ୍ଗୁଳ ହୋଇଥିଲା। ସନାତନ ପରମ୍ପରା ଅନୁଯାୟୀ ଜୀର୍ଣ୍ଣଶୀର୍ଣ୍ଣ ପୁରାତନ ବିଗ୍ରହଙ୍କୁ ମହୋଦଧିରେ ବିସର୍ଜନ କରାଯାଇଥିଲା। ପଣ୍ଡିତ ନାରାୟଣ ମହାପାତ୍ର ବିସର୍ଜନ ଜନିତ ଅନୁଷ୍ଠାନ କରି ଦୁଇମାଢ଼ ସୁନା ଦକ୍ଷିଣା ସ୍ବରୂପ ଦେଇଥିଲେ। ବୌଦ୍ଧସ୍ତୂପ ଥିଲା, ପୁରାତନ ବିଗ୍ରହ କେଉଁଠୁ ଆସିଲା।
ନୂତନ ମନ୍ଦିରରେ ଆଦିତ୍ୟଙ୍କର ତିନୋଟି ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ସେତିକିବେଳେ ଗଙ୍ଗା ଓ ଯମୁନାଙ୍କର ଦୁଇଟି ବିଗ୍ରହ ହୋଇଥିଲା। ଏହି ଦୁଇ ବିଗ୍ରହଙ୍କୁ ମହାଗାୟତ୍ରୀଙ୍କ ମନ୍ଦିରର ସାମନା ଖମ୍ବରେ ସ୍ଥାନିତ କରାଯାଇଥିଲା। କେବଳ ସେତିକି ନୁହେଁ, ମନ୍ଦିରର ତିନି ପାର୍ଶ୍ୱରେ ପାର୍ଶ୍ୱଦେବତାଙ୍କ ନ୍ୟାସ ସେହି ସମୟରେ ହୋଇଥିଲା। ପ୍ରତ୍ୟେକ ଆନୁଷ୍ଠାନିକ କାମ ପାଇଁ ଅଲଗା ଅଲଗା ବ୍ରାହ୍ମଣ ଆଚାର୍ଯ୍ୟ ବରଣ ହୋଇଥିଲେ। ସମସ୍ତେ ବିଭିନ୍ନ ବ୍ରାହ୍ମଣ ଗ୍ରାମର ମହାଜନ ଥିଲେ। ନାରାୟଣ ମହାରଣା ‘ଶ୍ୱେତ ଶ୍ୱେତ ବିରଞ୍ଚି’ ବିଗ୍ରହ ନିର୍ମାଣ କରିଥିଲେ। ତାହା ମନ୍ଦିର କାନ୍ଥରେ ସ୍ଥାନିତ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟର ପ୍ରଧାନ ପରିଚାଳକ ଥିଲେ ଭୁବନେଶ୍ୱର ରାଜଗୁରୁ। ଗଜପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ଭୂସମ୍ପତ୍ତି ଦାନ କରାଯିବା ସହିତ ଏକ ‘କନକାସନ’ ଦାନ କରାଯାଇଥିଲା।
ପୂର୍ବରୁ ଥରେ ଆମେ ଲେଖିଥିଲୁ ଶ୍ରୀକ୍ଷେତ୍ରରେ ‘ସପ୍ତବଟ’ ଯେପରି ପ୍ରସିଦ୍ଧ, କୋଣାର୍କରେ ‘ପଞ୍ଚବଟ’ ସେହିପରି ପ୍ରସିଦ୍ଧ ଥିଲା। ପାଞ୍ଚୋଟିଯାକ ବଟବୃକ୍ଷ ଶ୍ରୀସୂର୍ଯ୍ୟଙ୍କର ଉପାସନା ସହିତ ଯେପରି ଜଡ଼ିତ, ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସହିତ ସେହିପରି ସବୁଠାରୁ ସିଦ୍ଧିପ୍ରଦ ବଟବୃକ୍ଷ ଥିଲେ ଅର୍କବଟ। ଅର୍କବଟ ତଳେ ଆଚାର୍ଯ୍ୟମାନେ ଲକ୍ଷେ କୋଡ଼ିଏ ହଜାର ସୂର୍ଯ୍ୟମନ୍ତ୍ର ଜପ କରିଥିଲେ। ଏହା ସାମାନ୍ୟ କଥା ନୁହେଁ। ବାତାବରଣ ସନ୍ତୁଳନ ରଖିବା ପାଇଁ ବଟବୃକ୍ଷର ତ ଦକ୍ଷତା ଥିଲା, ଏବେ ଅଛି। ଦକ୍ଷତା ସହିତ ମନ୍ତ୍ରର ଅନୁରଣନ ମିଶିବା ପରେ ସମ୍ପୃକ୍ତ ମାନବବୋଧର ମାନସିକତା ଗୋଟିଏ ବିନ୍ଦୁରେ ମିଳିତ ହୋଇଥିବ। କିଛି ବୁଝୁ ନ ଥିବା ମନଟିଏ ମଧ୍ୟ ସେହି ବିନ୍ଦୁର ନିକଟତର ହୋଇଥିତ୍ବ। ଏହା ହିଁ ଯଜ୍ଞ ଅନୁଷ୍ଠାନର ‘ଅଧିବାସ’ ଅବସ୍ଥା।
ବର୍ଣ୍ଣନା ମିଳୁଛି ମନ୍ଦିର ପରିସରରେ ଏହି ବଟବୃକ୍ଷ ଥିଲା, ଠିକ୍‌ ଶ୍ରୀମନ୍ଦିରରେ କଳ୍ପବଟ ପରି। ଏବେ ଅର୍କବଟ ଅଛନ୍ତି। ଏକାଧିକ ମଧ୍ୟରୁ କେଉଁଟି ‘ଅର୍କବଟ’, ଆମେ ଚିହ୍ନଟ କରିଛେ ଓ ଯାହା ମୂଳରେ ବସି ଘଡ଼ିଏ ଗୁରୁମନ୍ତ୍ର ଜପ କଲେ ମୁକ୍ତିର ମାର୍ଗ ଖୋଲିଯିବ! କରିପାରିନେ ଆମେ। ଯାହାକୁ ପଚାରିବେ- ସେ କହିବେ… ହେ… ସେଇଟା ହୋଇଥିବ। ବାହାରିଆ ଲେଖକ ଏହାକୁ ଭେଦ କରିପାରି ନ ଥିଲେ, ନ ହେଲେ ଲେଖିଥାନ୍ତେ- ବାହାର ସାମ୍ରାଜ୍ୟର ଲୋକେ ପରା ଏହି ବଟବୃକ୍ଷ ଲଗେଇଥିଲେ। ଓଡ଼ିଆ ତ ଖାଇବାକୁ ପାଉ ନ ଥିଲେ, ଗଛ ଲଗେଇବେ କ’ଣ?
ଜଳାବଡ଼ୁ ସେବା ପାଇଁ ସାତଜଣ ଆଚାର୍ଯ୍ୟ ‘ସୂର୍ଯ୍ୟ ଗଙ୍ଗା’ ତୀର୍ଥରୁ ଜଳ ଆଣିଥିଲେ, ତାହା ପ୍ରଥମେ ଅର୍କବଟ ତଳେ ରହିଥିଲା। ଶ୍ରୀରୁଦ୍ର ପୂଜା ସ୍ଥାନକୁ ଆସିବାବେଳେ ଶୁକ୍ଳ ଯଜୁର୍ବେଦର ଅଷ୍ଟାଧ୍ୟାୟୀ ପାଠ ହୋଇଥିଲା ଅର୍କବଟ ତଳେ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri