Posted inଫୁରସତ

କୋଣାର୍କର ପଞ୍ଚବଟ ମଧ୍ୟରୁ ଅର୍କବଟ ଥିଲା ସିଦ୍ଧିପ୍ରଦ

ଗତ ସଂଖ୍ୟାରେ ବିଶୁ ମହାରଣାଙ୍କ ଗାଁ ନୂଆଗଡ଼ କଥା ଲେଖିଥିଲୁ। ନୂଆଗଡ଼ ଗାଁ ୧୬୨୬ରେ ହୋଇଥିବା ସୁନାମିରେ ମହୋଦଧିରେ ଲୀନ ହୋଇଯାଇଥିଲା। ଗଡ଼ ସହିତ ସାମିଲ ଥିଲା ‘ଗୋ-ଧନପଡ଼ା’। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପଡ଼ା ରହିଯାଇଥିଲା। ନୂଆଗଡ଼ର ଆରାଧ୍ୟା ଥିଲେ ଜାଗୁଳାଈ। ତାଙ୍କ ମନ୍ଦିରଟି ଦର୍ଶନୀବନ୍ତ ଯୋଗୁ ରକ୍ଷା ପାଇଯାଇଥିଲା। ଗଡ଼ ଓ ପଡ଼ାର ଅଧିବାସୀ ମିଳିତ ଭାବରେ ଦେବୀଙ୍କୁ ଉପାସନା କରୁଥିଲେ। ନୂଆଗଡ଼ରେ କିଛି ବାଲିବନ୍ତ ସୃଷ୍ଟି ହୋଇଥିଲା ସୁନାମି ସମୟରେ। ଆଶା କରାଯାଇପାରେ ଏହି ବନ୍ତ ତଳେ ଗଡ଼ର ସ୍ମୃତି ଏବଂ ଐତିହ୍ୟ ସ୍ମାରକୀ କିଛି ରହିଥାଇପାରେ। ଜାଗୁଳାଈ ଏକ ଅପଭ୍ରଂଶ ନାମ। ଯଜ୍ଞରୁ ଉଦ୍ଭବ ଦେବୀ ଯଜ୍ଞର ଈଶ୍ୱରୀ। ମନେହୁଏ ଗାଁଟି ବହୁ ପ୍ରାଚୀନ। ସେହି ପ୍ରାଚୀନ ଗାଁରେ ବିଶୁ ମହାରଣା ଜନ୍ମ ନେଇଥିଲେ। ବିଶୁ ମହାରଣାଙ୍କ ପ୍ରସଙ୍ଗ ପୂର୍ବ ସଂଖ୍ୟାରେ ଆମେ ଦେଇଥିଲୁ। ଧର୍ମପଦ ଥିଲେ ସଦାଶିବ ସାମନ୍ତରାୟ ମହାପାତ୍ରଙ୍କ ପୁତ୍ର। ବିଶୁ ମହାରଣାଙ୍କ ପୁତ୍ର ବୋଲି ଜାଣିଶୁଣି ଭ୍ରମାତ୍ମକ ଧାରଣା ପ୍ରଚାର କରାଯାଇଥିଲା। ପୂର୍ବରୁ ଶିଳ୍ପୀ ନାୟକ ଗଦାଧରଙ୍କ ଅବଦାନ ପ୍ରସଙ୍ଗ ଅବତାରଣା କରିବାର ଅଭିପ୍ରାୟ ସ୍ପଷ୍ଟ। ତାଙ୍କର କାର୍ଯ୍ୟ ତାଲିକା ଆମେ ପ୍ରସ୍ତୁତ କରିଛୁ। ପଚାଶରୁ ଊର୍ଦ୍ଧ୍ୱ କାର୍ଯ୍ୟ ସେ ନିର୍ବାହ କରିଛନ୍ତି। ଆମେ ଉଦାହରଣ ଦେଲୁ ଜଣଙ୍କର ଅବଦାନ, କିନ୍ତୁ ଅନ୍ୟମାନଙ୍କର ନାମ ଓ କାର୍ଯ୍ୟର ତାଲିକା ପ୍ରସ୍ତୁତ କରିଛୁ, ଯାହା ‘ପରିଶିଷ୍ଟ’ ଶୀର୍ଷକରେ ପାଠକଙ୍କ ଅବଗତି ପାଇଁ ଦେବୁ।
ପ୍ରଶ୍ନ ହୋଇପାରେ କାହିଁକି ଦେବେ! ଏଇଥିପାଇଁ ଦେଉଛୁ ଅତୀତରେ କୋଣାର୍କଠାରେ ନିର୍ମାଣ ହୋଇଥିବା ମନ୍ଦିରର ଇତିହାସରୁ ଓଡ଼ିଆଙ୍କୁ ଦୂରେଇ ଦିଆଯିବାର ପ୍ରବଳ ପ୍ରଚେଷ୍ଟା ହୋଇଛି। ଗୌରବମୟ ଭାବାବେଗରୁ ଉଦାସ ଭାବାବେଗ ଆଡ଼କୁ ରାସ୍ତା ଦେଖେଇ ଦିଆଯାଇଛି। ପ୍ରଭାବ ସ୍ବାଭାବିକ। କିଛି ମାତ୍ରାରେ କେତେକ ଆନମନା ହୋଇଛନ୍ତି। ଏବେ ବି ସାମାଜିକ ଗଣମାଧ୍ୟମରେ ଯୁବକମାନଙ୍କ ଯୁକ୍ତି ଆମକୁ ଛୁଇଁଛି। ଯୁକ୍ତି ହେଲା- ବୌଦ୍ଧସ୍ତୂପ ଭାଙ୍ଗି ଲାଙ୍ଗୁଳା ନରସିଂହଦେବ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରିଛନ୍ତି! ବାହାରିଆ ଲେଖକଙ୍କୁ ସେ ପଢ଼ିଛନ୍ତି। ତେଣୁ କହିବା ସ୍ବାଭାବିକ।
ପୂର୍ବରୁ ପ୍ରମାଣିତ କରିଛୁ ଗଜପତି ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରିଥିବା ମନ୍ଦିର ଶ୍ରୀସୂର୍ଯ୍ୟଙ୍କର ତୃତୀୟ ମନ୍ଦିର। ପ୍ରଥମ ମନ୍ଦିର ନିର୍ମାଣ ପୂର୍ବରୁ କୋଣାଦିତ୍ୟ କ୍ଷେତ୍ର ଅଖଣ୍ଡ ଭାରତବର୍ଷରେ ମହାନ୍‌ ତୀର୍ଥ ରୂପେ ପ୍ରସିଦ୍ଧ ଥିଲା। ଦ୍ୱିତୀୟ ମନ୍ଦିରରେ ଶ୍ରୀମହାଭାସ୍କରଙ୍କ ଯେଉଁ ମୂର୍ତ୍ତି ପୂଜା ପାଉଥିଲା- ତାହା ଥିଲା ଦୁଇ ହାତ ଆଠ ଆଙ୍ଗୁଳ। ସେ ବିଗ୍ରହ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲା। ନୂତନ ବିଗ୍ରହ ବାସ୍ତୁଶାସ୍ତ୍ର ଅନୁଯାୟୀ ୫ ହାତ ୪ ଆଙ୍ଗୁଳ ହୋଇଥିଲା। ସନାତନ ପରମ୍ପରା ଅନୁଯାୟୀ ଜୀର୍ଣ୍ଣଶୀର୍ଣ୍ଣ ପୁରାତନ ବିଗ୍ରହଙ୍କୁ ମହୋଦଧିରେ ବିସର୍ଜନ କରାଯାଇଥିଲା। ପଣ୍ଡିତ ନାରାୟଣ ମହାପାତ୍ର ବିସର୍ଜନ ଜନିତ ଅନୁଷ୍ଠାନ କରି ଦୁଇମାଢ଼ ସୁନା ଦକ୍ଷିଣା ସ୍ବରୂପ ଦେଇଥିଲେ। ବୌଦ୍ଧସ୍ତୂପ ଥିଲା, ପୁରାତନ ବିଗ୍ରହ କେଉଁଠୁ ଆସିଲା।
ନୂତନ ମନ୍ଦିରରେ ଆଦିତ୍ୟଙ୍କର ତିନୋଟି ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ସେତିକିବେଳେ ଗଙ୍ଗା ଓ ଯମୁନାଙ୍କର ଦୁଇଟି ବିଗ୍ରହ ହୋଇଥିଲା। ଏହି ଦୁଇ ବିଗ୍ରହଙ୍କୁ ମହାଗାୟତ୍ରୀଙ୍କ ମନ୍ଦିରର ସାମନା ଖମ୍ବରେ ସ୍ଥାନିତ କରାଯାଇଥିଲା। କେବଳ ସେତିକି ନୁହେଁ, ମନ୍ଦିରର ତିନି ପାର୍ଶ୍ୱରେ ପାର୍ଶ୍ୱଦେବତାଙ୍କ ନ୍ୟାସ ସେହି ସମୟରେ ହୋଇଥିଲା। ପ୍ରତ୍ୟେକ ଆନୁଷ୍ଠାନିକ କାମ ପାଇଁ ଅଲଗା ଅଲଗା ବ୍ରାହ୍ମଣ ଆଚାର୍ଯ୍ୟ ବରଣ ହୋଇଥିଲେ। ସମସ୍ତେ ବିଭିନ୍ନ ବ୍ରାହ୍ମଣ ଗ୍ରାମର ମହାଜନ ଥିଲେ। ନାରାୟଣ ମହାରଣା ‘ଶ୍ୱେତ ଶ୍ୱେତ ବିରଞ୍ଚି’ ବିଗ୍ରହ ନିର୍ମାଣ କରିଥିଲେ। ତାହା ମନ୍ଦିର କାନ୍ଥରେ ସ୍ଥାନିତ ହୋଇଥିଲା। ପ୍ରତିଷ୍ଠା କାର୍ଯ୍ୟର ପ୍ରଧାନ ପରିଚାଳକ ଥିଲେ ଭୁବନେଶ୍ୱର ରାଜଗୁରୁ। ଗଜପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ଭୂସମ୍ପତ୍ତି ଦାନ କରାଯିବା ସହିତ ଏକ ‘କନକାସନ’ ଦାନ କରାଯାଇଥିଲା।
ପୂର୍ବରୁ ଥରେ ଆମେ ଲେଖିଥିଲୁ ଶ୍ରୀକ୍ଷେତ୍ରରେ ‘ସପ୍ତବଟ’ ଯେପରି ପ୍ରସିଦ୍ଧ, କୋଣାର୍କରେ ‘ପଞ୍ଚବଟ’ ସେହିପରି ପ୍ରସିଦ୍ଧ ଥିଲା। ପାଞ୍ଚୋଟିଯାକ ବଟବୃକ୍ଷ ଶ୍ରୀସୂର୍ଯ୍ୟଙ୍କର ଉପାସନା ସହିତ ଯେପରି ଜଡ଼ିତ, ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସହିତ ସେହିପରି ସବୁଠାରୁ ସିଦ୍ଧିପ୍ରଦ ବଟବୃକ୍ଷ ଥିଲେ ଅର୍କବଟ। ଅର୍କବଟ ତଳେ ଆଚାର୍ଯ୍ୟମାନେ ଲକ୍ଷେ କୋଡ଼ିଏ ହଜାର ସୂର୍ଯ୍ୟମନ୍ତ୍ର ଜପ କରିଥିଲେ। ଏହା ସାମାନ୍ୟ କଥା ନୁହେଁ। ବାତାବରଣ ସନ୍ତୁଳନ ରଖିବା ପାଇଁ ବଟବୃକ୍ଷର ତ ଦକ୍ଷତା ଥିଲା, ଏବେ ଅଛି। ଦକ୍ଷତା ସହିତ ମନ୍ତ୍ରର ଅନୁରଣନ ମିଶିବା ପରେ ସମ୍ପୃକ୍ତ ମାନବବୋଧର ମାନସିକତା ଗୋଟିଏ ବିନ୍ଦୁରେ ମିଳିତ ହୋଇଥିବ। କିଛି ବୁଝୁ ନ ଥିବା ମନଟିଏ ମଧ୍ୟ ସେହି ବିନ୍ଦୁର ନିକଟତର ହୋଇଥିତ୍ବ। ଏହା ହିଁ ଯଜ୍ଞ ଅନୁଷ୍ଠାନର ‘ଅଧିବାସ’ ଅବସ୍ଥା।
ବର୍ଣ୍ଣନା ମିଳୁଛି ମନ୍ଦିର ପରିସରରେ ଏହି ବଟବୃକ୍ଷ ଥିଲା, ଠିକ୍‌ ଶ୍ରୀମନ୍ଦିରରେ କଳ୍ପବଟ ପରି। ଏବେ ଅର୍କବଟ ଅଛନ୍ତି। ଏକାଧିକ ମଧ୍ୟରୁ କେଉଁଟି ‘ଅର୍କବଟ’, ଆମେ ଚିହ୍ନଟ କରିଛେ ଓ ଯାହା ମୂଳରେ ବସି ଘଡ଼ିଏ ଗୁରୁମନ୍ତ୍ର ଜପ କଲେ ମୁକ୍ତିର ମାର୍ଗ ଖୋଲିଯିବ! କରିପାରିନେ ଆମେ। ଯାହାକୁ ପଚାରିବେ- ସେ କହିବେ… ହେ… ସେଇଟା ହୋଇଥିବ। ବାହାରିଆ ଲେଖକ ଏହାକୁ ଭେଦ କରିପାରି ନ ଥିଲେ, ନ ହେଲେ ଲେଖିଥାନ୍ତେ- ବାହାର ସାମ୍ରାଜ୍ୟର ଲୋକେ ପରା ଏହି ବଟବୃକ୍ଷ ଲଗେଇଥିଲେ। ଓଡ଼ିଆ ତ ଖାଇବାକୁ ପାଉ ନ ଥିଲେ, ଗଛ ଲଗେଇବେ କ’ଣ?
ଜଳାବଡ଼ୁ ସେବା ପାଇଁ ସାତଜଣ ଆଚାର୍ଯ୍ୟ ‘ସୂର୍ଯ୍ୟ ଗଙ୍ଗା’ ତୀର୍ଥରୁ ଜଳ ଆଣିଥିଲେ, ତାହା ପ୍ରଥମେ ଅର୍କବଟ ତଳେ ରହିଥିଲା। ଶ୍ରୀରୁଦ୍ର ପୂଜା ସ୍ଥାନକୁ ଆସିବାବେଳେ ଶୁକ୍ଳ ଯଜୁର୍ବେଦର ଅଷ୍ଟାଧ୍ୟାୟୀ ପାଠ ହୋଇଥିଲା ଅର୍କବଟ ତଳେ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri