ଆଉ ଏକ ଲକ୍ଷ୍ମୀବସ୍‌ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍‌ଏଚ୍‌ଜି ଗ୍ରୁପର  ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି।

ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ ପଞ୍ଚାୟତ ପର୍ଯ୍ୟନ୍ତ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରୁଛି ତେବେ ବସ୍‌ଟି ସିର୍କାବର୍ଗ ଯାଇ ଫେରିବା ବେଳେ ଯାତ୍ରୀ ସଂଖ୍ୟା ଅଧିକ ରହୁଛନ୍ତି। ଫଳରେ ବସ୍‌ରେ ଦନେକବାଡ଼ିରୁ ଯାତ୍ରୀଙ୍କୁ ସ୍ଥାନ ମିଳୁନାହିଁ ଯଦି ବି ମିଳିଯାଉଛି ସେଥିରେ ବ୍ୟବସ୍ଥିତ କରିଯିବାକୁ ହେଉଛି ରୋଗୀ ଏବଂ ଗର୍ଭବତୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ପଞ୍ଚାୟତ ଅଞ୍ଚଳର ମହିଳା ମହାସଂଘର ସଭାନେତ୍ରୀ ସରସ୍ବତୀ ପ୍ରଧାନ କହିଛନ୍ତି। ଫଳରେ ଦନେକବାଡ଼ି ଅଞ୍ଚଳବାସୀ ସରକାରଙ୍କ ଏହି ବ୍ୟବସ୍ଥିତ ବସ୍‌ରେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତର ପ୍ରାୟ ୧୧ ଖଣ୍ଡ ଗ୍ରାମ ସମେତ ଅନ୍ୟ ପଡ଼ୋଶୀ ଗ୍ରାମ ମଧ୍ୟ ହଇରାଣ ଭୋଗୁଥିବା କୁହାଯାଇଛି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଦନେକବାଡ଼ି ପଞ୍ଚାୟତର ସିରପାକାଲିଠାରୁ ଗରଡ଼ମାହା, କଟଡି, ସୁର୍ଦେ, ପାଡ଼ନକେତା ଦେଇ ଦାରିଙ୍ଗବାଡ଼ିକୁ ଚଳାଚଳ ପାଇଁ ଦାବି ହୋଇଛି।

ଏନେଇ ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି, ନୂଆ ବସ୍‌ ଦାରିଙ୍ଗବାଡ଼ିକୁ ଆବଶ୍ୟକ ପଡୁଛି। ମାତ୍ର ୬ଟି ବସ୍‌ ୨୫ ପଞ୍ଚାୟତକୁ ଚଳାଚଳ କରୁଛି। ଆଉ ନୂଆ ବସ୍‌ ଆସିଲେ ଦନେକବାଡ଼ିକୁ ଚଳାଚଳ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Share