ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ: ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ

ନୂଆପଡ଼ା,୯ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ ଦିଆଯାଇଛି। ପଲିଥିନ, ପ୍ଲାଷ୍ଟିକ ବୋତଲ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଅଭିଯାନ ଜାରି ରହିଛି। ୨୦୨୫ ଜୁନ ୧୩ରୁ ଏକକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରି ପ୍ରତି ଗାଁ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସଚେତନତା କରି ଅଳିଆ ଆବର୍ଜନା ଗୋଟାଇବା ଆରମ୍ଭ କରିଥିଲେ। ଏହାସହ ପ୍ରତି ସୋମବାର ସଦର ମହକୁମା ଓ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ସେହି ବ୍ଲକର ଯେ କୌଣସି ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଆବର୍ଜନା ଗୋଟାଇ ଜିଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବାର୍ତ୍ତା ଦେଇଆସୁଛନ୍ତି। ବର୍ତ୍ତମାନ ଶନିବାର ଦିନକୁ ପ୍ରଶାସନ ପକ୍ଷରୁ ସ୍ବଚ୍ଛତା ସଚେତନତା ଦିବସ ଭାବରେ ଗ୍ରହଣ କରାଯାଇ ଅଧିକାରୀ, କର୍ମଚାରୀମାନେ ଗାଁକୁ ଗାଁ ଯାଇ ସଫେଇ ପରେ ଅଳିଆ ଆବର୍ଜନା ଅନ୍ୟତ୍ର ନ ଫିଙ୍ଗି କିମ୍ବା ନିଆଁରେ ନ ପୋଡି ପଞ୍ଚାୟତ କାର୍ଯ୍ୟାଳୟରେ ଜମା କରି ଫେରୁଛନ୍ତି। ଫଳରେ ଏବେ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଛି। ଏହା ପଚିଶଢି ଦୁର୍ଗନ୍ଧ ହେବା ସହ ମଶାମାଛିଙ୍କ ଅନ୍ତୁଡିଶାଳ ପାଲଟିଛି। ଏ ସମ୍ପର୍କରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଅଳିଆ ଫିଙ୍ଗିବା ପାଇଁ ଆମକୁ କୌଣସି ନିର୍ଦ୍ଦେଶ ନ ଥିବାବେଳେ ପ୍ରାୟ ୯ ମାସ ହେବ ଅଳିଆ ପଡିରହିଛି। ଦୁର୍ଗନ୍ଧ ଯୋଗୁ ହିତାଧିକାରୀ ପଞ୍ଚାୟତ ଆସିବା ପାଇଁ ନାକ ଟେକୁଛନ୍ତି ବୋଲି କହିଥିଲେ। ଜିଲାପାଳ ଦାଶଙ୍କୁ ପଚାରିବାରୁ ପଞ୍ଚାୟତ ପିଇଓମାନେ ଅଳିଆକୁ ଏନ୍‌ଏସିକୁ ହସ୍ତାନ୍ତର କରିବେ। ଏନ୍‌ଏସି କର୍ମଚାରୀ ଅନ୍ୟତ୍ର ନେଇ ପୋଡିବେ ନ ହେଲେ ଗାତକରି ପୋତିଦେବେ ବୋଲି କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି। ଉତ୍ତେଜନାକୁ ନେଇ…

ମହିଳାଙ୍କୁ ଉଦ୍ଧାର କଲେ ପାଟପୁର ପୋଲିସ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁ ରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ସୋମବାର ସନ୍ଧ୍ୟାରେ ପାଟପୁର ଥାନା ପୋଲିସ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri