ମଇଦାନରେ ନଣନ୍ଦ-ଭାଉଜ

ଝାରସୁଗୁଡ଼ା ଅଫିସ,୯ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ପ୍ରାର୍ଥୀ ହେଉଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ରମ୍ପେଲା ପଞ୍ଚାୟତ ସଂସରାଟିକ୍ରା ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋଟିଏ ପରିବାରରୁ ନଣନ୍ଦ ଓ ଭାଉଜ ପ୍ରାର୍ଥୀ ହୋଇଛନ୍ତି। ନଣନ୍ଦ ସଞ୍ଜୁଲତା ସେଠ୍‌ ଲଖନପୁର ବ୍ଲକ୍‌ ୩ ନମ୍ବର ଜୋନ୍‌ରୁ ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ଭାଉଜ ତୁଳସୀ ସେଠ୍‌ ରମ୍ପେଲା ପଞ୍ଚାୟତରୁ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଜନପ୍ରତିନିଧି ହୋଇ ଲୋକଙ୍କ ସେବା କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି।

ଉଭୟ ନିଜନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାରରେ ବାହାରି ପଡୁଛନ୍ତି। ସକାଳୁ ବାହାରି ରାତିରେ ଘରକୁ ଫେରୁଛନ୍ତି। ସଞ୍ଜୁଲତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେଡି ପ୍ରାର୍ଥିନୀ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଏଠାରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଏବେ ଗଡରକ୍ଷା ପାଇଁ ଦଳ ଲାଗିପଡିଛି। ସେହିପରି ରମ୍ପେଲା ପଞ୍ଚାୟତରେ ୪ ଜଣ ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତୁଳସୀଙ୍କୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଉଭୟ ନଣନ୍ଦ ଓ ଭାଉଜ ମହିଳା ସ୍ବୟଂସହାୟକ ଗୋଷ୍ଠୀରେ ସକ୍ରିୟ ସଦସ୍ୟା। ଭାଉଜ ତୁଳସୀ ଆଞ୍ଚଳିକ ମହାସଂଘ ସମ୍ପାଦିକା ଓ ନଣଦ ସଞ୍ଜୁଲତା ଅମ୍ବିକା ସ୍ବୟଂସହାୟକ ଗୋଷ୍ଠୀର କୋଷାଧ୍ୟକ୍ଷା ରହିଛନ୍ତି। ଏହି ଗୋଷ୍ଠୀ ମାଧ୍ୟମରେ ଉଭୟ ମାଛଚାଷ, ଧାନ କିଣାବିକା ଓ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଜନପ୍ରତିନିଧି ହେଲେ ଲୋକଙ୍କ ପାଇଁ ସେବା କରିବା ସହଜ ହେବ ବୋଲି ଉଭୟ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri