ନୋଟିସ ବୋର୍ଡରେ ଟଙ୍ଗାହେବ ପଞ୍ଚାୟତ ଆୟବ୍ୟୟ ହିସାବ

ନୂଆପଡ଼ା,୨୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପଞ୍ଚାୟତ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ ଉପସ୍ଥିତ ଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଓରାମ ସମସ୍ତ ପଞ୍ଚାୟତର ଆୟବ୍ୟୟ ହିସାବ ବୈଠକରେ ରଖିଥିଲେ।  ସମୀକ୍ଷାରୁ ଜଣାପଡିଲା ଯେ, ଜିଲାର ୧୩୧ ପଞ୍ଚାୟତ ଜୁନ ୨୦ ସୁଦ୍ଧା ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ୩ କୋଟି ୧୯ ଲକ୍ଷ ୫୨ ହଜାର ଟଙ୍କା ଅନୁଦାନ ପାଇ ୧ କୋଟି ୨୧ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ରୀୟ ଅନୁଦାନରୁ ୨୧ କୋଟି ୯୪ ଲକ୍ଷ ୪୦ ହଜାର ପାଇଥିବା ବେଳେ ୯ କୋଟି ୭୦ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ପଞ୍ଚାୟତର ୧୧୮୨ ପୋଖରୀ ନିଲାମରୁ ୬୭ ଲକ୍ଷ ୪୯ ହଜାର ଟଙ୍କା ଆୟ ହୋଇଥିବା ବେଳେ ୪୪ ସପ୍ତାହିକ ବଜାରରୁ ୧୨ ଲକ୍ଷ ୫୭ ହଜାର ଓ ୫୫୫ ମାର୍କେଟ କମ୍ପ୍ଲେକ୍ସରୁ ୬ ଲକ୍ଷ ଟାଙ୍କା ଆୟ ହୋଇଛି। ଜିଲାପାଳ କହିଥିଲେ, ସମସ୍ତ ବିଡିଓ, ଡିପିଓ, ଜିପିଡିଓ ନିୟମିତ ବ୍ୟବଧାନରେ ସମସ୍ତ ପଞ୍ଚାୟତ ନିରୀକ୍ଷଣ କରିବେ। ମାସ ଆରମ୍ଭରେ ଗତ ମାସର ଆୟବ୍ୟୟର ହିସାବ ସମସ୍ତ ବ୍ଲକ ଓ ପଞ୍ଚାୟତର ନୋଟିସ ବୋର୍ଡରେ ଟଙ୍ଗାଯିବ। ପୂର୍ବ ମାସ ସଭାର ବିବରଣୀ ପାଠ କରାଯିବା ସହ କ’ଣ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସେଠାରେ ସୂଚନା ଦିଆଯିବ। ପ୍ରତି ବୁଧବାର ସମସ୍ତ ପଞ୍ଚାୟତରେ ରୋଜଗାର ଦିବସ ସହ ସ୍ବଚ୍ଛତା ଦିବସ ମଧ୍ୟ ପାଳନ ହେବ। ପଞ୍ଚାୟତର ସମସ୍ତ ଜବରଦଖଲ ଜମି ତହସିଲଦାରମାନଙ୍କ ସହାୟତାରେ ମୁକ୍ତ କରାଯିବବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri