ପାନ୍‌-ଆଧାର ଲିଙ୍କ୍‌ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍‌ ସହ ଆଧାର ଲିଙ୍କ୍‌ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ପାନ୍‌ ସହ ଆଧାର ସଂଯୋଗ କରାଇବା ଲାଗି ଆଶ୍ୱସ୍ତି ପାଇଛନ୍ତି। ଏହାବାଦ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ଟିକସ ନିୟମ ଅନୁପାଳନକୁ କୋହଳ କରାଯାଇଛି। କୋଭିଡ୍‌-୧୯ ଲାଗି ନିଯୁକ୍ତିଦାତା କର୍ମଚାରୀଙ୍କୁ ପ୍ରଦାନ କରୁଥିବା ଚିକିତ୍ସା ଖର୍ଚ୍ଚକୁ ଟିକସମୁକ୍ତ କରାଯାଇଛି। କୋଭିଡ୍‌-୧୯ରେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ନିଯୁକ୍ତିଦାତାଙ୍କଠାରୁ ପରିବାର ଲୋକ ଲାଭ କରୁଥିବା କ୍ଷତିପୂରଣ ସହାୟତା ଅର୍ଥ ରାଶିରେ ମଧ୍ୟ ଆୟକର ଦେବାକୁ ପଡ଼ିବ ନାହିଁ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟକ୍ଷ ଟିକସ ରିଜୋଲ୍ୟୁଶନ ଯୋଜନା ‘ବିବିଧ ସେ ବିଶ୍ୱାସ’ର ସମୟ ଅବଧି ୨ ମାସ ବଢ଼ାଯାଇ ଅଗଷ୍ଟ ୩୧ କରାଯାଇଛି। ସେହିଭଳି ଅତିରିକ୍ତ ସୁଧ ଦେୟ କ୍ଷେତ୍ରରେ ଟିକସଦାତା ଅକ୍ଟୋବର ୩୧ ଯାଏ ପେମେଣ୍ଟ କରିପାରିବେ। ସେହିଭଳି ଫର୍ମ ୧୬ରେ କର୍ମଚାରୀଙ୍କଠାରୁ ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ(ଟିଡିଏସ୍‌) ସାର୍ଟିଫିକେଟ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ ଲାଗି ସମୟ ଅବଧି ଚଳିତ ବର୍ଷ ଜୁଲାଇ ୧୫ରୁ ୩୧କୁ ବଢ଼ାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ

ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ...

ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୬ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ୍ ଫୁଟବଲ ଖେଳାଳି ଡିଏଗୋ ମାରୋଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ଖେଳ...

ଜମ୍ମୁ-କଶ୍ମୀର ଘଟଣା ପାଇଁ ପାକିସ୍ତାନ ଦାୟୀ: ଆଜାଦ

ଶ୍ରୀନଗର,୨୦।୩: ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ମନ୍ତବ୍ୟ ସାମ୍ନାକୁ ଆସୁଛି।...

ଜିଓ ଇଣ୍ଟରକନେକ୍ସନ ମାମଲା;ଏୟାରଟେଲ୍‌, ଭୋଡାଫୋନ ଦେଇପାରନ୍ତି ୩୦୫୦ କୋଟି ପେନାଲ୍ଟି

ନୂଆଦିଲ୍ଲୀ,୧୮-୬: ଟେଲିକମ୍‌ ଡିପାର୍ଟମେଣ୍ଟର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ସୋମବାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଠାରୁ ପେନାଲ୍ଟି ଆଦାୟ...

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ...

ଭୋପାଳ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଶର ରାଷ୍ଟ୍ରପତିଙ୍କ ନାମ ଅଜଣା

ଭୋପାଳ,୮।୭: ମଧ୍ୟପ୍ରଦେଶ ଭୋପାଳରେ ଥିବା ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଜାରି ରହିଛି। ଏନେଇ ଭୋପାଳ...

ମାସକରେ ମଲେଣି ୯ ବାଘ

ଭୋପାଳ/ଉମରିଆ,୩।୫: ଅଭୟାରଣ୍ୟରେ ଅସୁରକ୍ଷିତ ଜାତୀୟ ପଶୁ। ଲକ୍‌ଡାଉନ୍‌ ସମୟରେ ଦେଶର ସଂରକ୍ଷିତ ଜଙ୍ଗଲ ଏବଂ ଅଭୟାରଣ୍ୟରେ ବିଭିନ୍ନ କାରଣରୁ ମରୁଛନ୍ତି ବାଘ। ଶନିବାର ବାନ୍ଧବଗଡ଼ ବ୍ୟାଘ୍ର...

ଆଜିଠାରୁ ଭାରତରେ କରୋନା ଟିକା ମକ୍‌ ଡ୍ରିଲ , ଜାଣନ୍ତୁ ପ୍ରଥମେ କେଉଁ ରାଜ୍ୟରେ ହେବ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୨: ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି। ଭାରତକୁ କରୋନା ଟିକା ଆସିବା ନେଇ ସମସ୍ତେ ଉତ୍କଣ୍ଠାର ସହ...

Advertisement
Archives

Model This Week