ପଲ୍ଲା ଛକ ରାସ୍ତା ମରଣଯନ୍ତା: ଜମୁଛି ବର୍ଷାପାଣି

ଖୋର୍ଦ୍ଧା,୨୫ା୮(ପ୍ରଭାତ ପାଣିଗ୍ରାହୀ): ଗତ ସପ୍ତାହେ ହେଲା ଖୋର୍ଦ୍ଧାରେ ଲଘୁଚାପ ବର୍ଷା ଲାଗିରହିଛି। ସହରର ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରକୁ ଉଦ୍‌ବୃତ୍ତ ହୋଇଆସୁଛି। ରାସ୍ତାରେ ଥିବା ଖାଲଖମାରେ ବର୍ଷାଜଳ ଜମି ରହିଛି। ପଲ୍ଲା ଛକ ଗଜପତି ପ୍ରତିମୂର୍ତ୍ତି ଛକରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଫଳରେ ଯାନବାହନ ଯାତାୟତବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଗାତରେ ପାଣି ଜମି ରହିବା ଫଳରେ ଆମ୍ବୁଲାନ୍ସ, ଘରୋଇ ବସ୍‌ ଚକା ଦବୁଛି। ରାସ୍ତା ସାରା ଖାଲ ଯୋଗୁ ଯାତ୍ରୀ ହଇରାଣ ହେଉଛନ୍ତି। ରାସ୍ତା ମରାମତି ଉପରେ ଗୁରୁତ୍ୱ ଦିଆଯାଉନାହିଁ। ରାସ୍ତା ପାର୍ଶ୍ୱ ଦୋକାନ ଗୃହ ଆଗରେ ପାଣି ଜମି ରହି ମଶାଙ୍କ ପ୍ରାଦୁର୍ଭାବ ବଢୁଛି। ପଲ୍ଲା ଛକ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ମୁଣ୍ଡବ୍ୟଥା ବଢାଇଛି। ଏହି ରାସ୍ତାର ଗୋଟିଏ ପାର୍ଶ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଅନ୍ୟପଟେ ନୂଆ ବସଷ୍ଟାଷ୍ଟଠାରୁ ଟିଏଳ୍‌ସି ରୋଡ ବାଇପାସ୍‌ ଦେଇ ୫୭ ନମ୍ବରକୁ ସଂଯୋଗ କରୁଛି। ଏହାର ଚାରିପାଖରେ ଦୋକାନ ବଜାର ଖୁନ୍ଦି ହୋଇ ରହିଥିବାବେଳେ ନିକଟରେ ବିଭିନ୍ନ କାର୍ଯ୍ୟାଳୟ ରହିଛି। ନିମ୍ନମାନର କାମ ଯୋଗୁ ବାରମ୍ବାର ରାସ୍ତାରୁ ପିଚୁ ଛାଡ଼ିବା ସହ ଖାଲଖମା ହେଲାଣି ବୋଲି ଲୋକେ କହୁଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ପଲ୍ଲା ଛକ ନୂଆ ବସଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। କିଛି ମାସ ପରେ ରାସ୍ତାର ପିଚୁ ଉଠି ଗାତ ସୃଷ୍ଟି ହେଲାଣି। ତେଣୁ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜୁଛି। ନିକଟରେ ପୂର୍ତ୍ତବିଭାଗ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଗାତରେ ଗୋଡ଼ି ପଥର ପକାଇ କାମ ସାରିଦେଇଥିଲେ। ଏହି ରାସ୍ତାରୁ ପୁଣି ଥରେ ପିଚୁ ଉଠି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି, ବର୍ଷା ଛାଡ଼ିବା ପରେ ରାସ୍ତା ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?