କାନାଡାର ଖଲିସ୍ତାନୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ ଆଇଏସଆଇ!

ଇସଲାମବାଦ,୨୨।୯: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଏହାରି ଭିତରେ ଭାରତ କାନାଡାବାସୀଙ୍କ ପାଇଁ ଭିସା ସେବା ବନ୍ଦ କରିଛି। ତେବେ ଏହି ତିକ୍ତତା ମଧ୍ୟରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଲିଙ୍କ୍‌ ଥିବର ସୂଚନା ମିଳିଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କାନାଡାର ଖଲିସ୍ତାନୀ ଗୋଷ୍ଠୀ ଓ ଆଇଏସଆଇ ମଧ୍ୟରେ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି।

ତେବେ ଏହି ବିବାଦ ମଧ୍ୟରେ ପାକିସ୍ତାନ ଏକ ବିବୃତ୍ତି ଜାରି କରି କହିଛି ଯେ ସେ ଭାରତ ଓ କାନାଡାର ବିବାଦର ଗତିବିଧି ଉପରେ ନଜର ରଖିଛି। ପାକିସ୍ତାନର ବୈଦେଶିକ ସଚିବ ସାଇରସ କାଜି କହିଛନ୍ତି ଯେ, ଭାରତ ବିରୋଧରେ କାନାଡାର ଅଭିଯୋଗକୁ ନେଇ ଇସଲାମାବାଦ ଜମାରୁ ଆଶ୍ଚର୍ଯ୍ୟ ହୋଇ ନାହିଁ। ସେହିପରି ଆମେରିକା ଏହି ବିବାଦକୁ ଉଭୟ ଦେଶ ଧ୍ୟାନର ସହ ସମାଧାନ କରିବା ଆବଶ୍ୟକ ବୋଲି କହିଛି।
ଇଣ୍ଡିଆନ ଇଣ୍ଟେଲିଜେନ୍ସର ସୂଚନା ଆଧାରରେ ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କାନାଡାର ଖାଲିସ୍ତାନୀ ଆନ୍ଦୋଳନ ସହ ଜଡିତ ଲୋକମାନେ ଭାନକୋଭରରେ ପାକିସ୍ତାନର ଆଇଏସଆଇଠାରୁ ଅର୍ଥ ଗ୍ରହଣ କରୁଥିବା କହିଛନ୍ତି।

ଆଉଟଲୁକର ଏକ ରିପୋର୍ଟ ଅନୁଯାୟୀ, ପାଞ୍ଚ ଦିନ ପୂର୍ବେ ଆଇଏସଆଇ ଏଜେଣ୍ଟମାନେ କାନାଡାର ଭାନକୋଭରରେ ଅନେକ ଖଲିସ୍ତାନୀ ଦଳର ନେତାଙ୍କୁ ଭେଟିଥିଲେ। ଏହାକୁ ଏକ ସିକ୍ରେଟ ମିଟିଂ ବୋଲି କୁହାଯାଇଥିଲା। ଶିଖ୍‌ ଫର ଜଷ୍ଟିସ ମୁଖ୍ୟ ଗୁରୁପନ୍ତ ସିଂ ପନ୍ନୁଙ୍କ ବ୍ୟତୀତ ଅନେକ ଖଲିସ୍ତାନୀ ଦଳର ନେତାମାନେ ଏହି ସଭାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ

ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି।…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri