କଟକ,୨୬।୪: ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ ଭାରତ ସରକାର ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା।
ତେବେ ରାଜ୍ୟରେ ୧୨ ପାକିସ୍ତାନୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କଟକରୁ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦେଶ ଛାଡ଼ି ଯିବାକୁ ନୋଟିସ୍ କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବୁ। କେତେଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି ସ୍ପଷ୍ଟ ହୋଇନାହିଁ ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ତାଙ୍କୁ ମଧ୍ୟ ଭୁବନେଶ୍ୱର ଛାଡ଼ିବା ଲାଗି ନୋଟିସ ହୋଇଛି।