ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ କରାଯାଇଛି। ୨୦୨୪ରେ ମହିଳାଙ୍କ ଭିଜା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେ ଭୁବନେଶ୍ୱରେ ରହୁଛନ୍ତି।

ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ୍‌ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିଜ ରାଜ୍ୟରେ ଥିବା ପାକ୍‌ ନାଗରିକଙ୍କୁ ଚିହ୍ନଟ କର। ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ମାନି କମିଶନରେଟ୍‌ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ତନାଘନା ଚାଲିଛି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପହଲଗାମଠାରେ ୨୨ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ଅଲଗା ଅଲଗା ରାଜ୍ୟରୁ ଜମ୍ମୁ-କଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ମଧ୍ୟ ସାମିଲ ଥିଲେ ।

Share