ନୂଆଦିଲ୍ଲୀ,୧୯।୫: ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି କାରନାମା ନେଇ କିଛି ଜାଣି ନ ଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, ଝିଅ ଏଭଳି ଗୁପ୍ତଚରୀ କାମ କରୁଥିବା ନେଇ ତାଙ୍କୁ କୌଣସି ଖବର ନଥିଲା। ଏପରିକି ଝିଅ ପାକିସ୍ତାନ ଯିବା କଥା ବି ସେ ଜାଣି ନ ଥିବା କହିଛନ୍ତି। ମୋ ଝିଅ ପାକିସ୍ତାନ ଯାଉଥିଲା ମୁଁ ଜାଣିନିା
ମୋତେ ସବୁବେଳେ ଦିଲ୍ଲୀ ଯାଉଛି ବୋଲି କହେ କିନ୍ତୁ ପାକିସ୍ତାନ ଯାଉଥିବା କଥା ମୁଁ ଜାଣିନି। ଯାହା ତଦନ୍ତ ହେବା କଥା ହେଉ ମୋର କିଛି କହିବାର ନାହିଁ।


