Posted inଜାତୀୟ

ଭାରତରେ କାମ କରିପାରିବେ ପାକିସ୍ତାନ କଳାକାର, ପ୍ରତିବନ୍ଧକ ଲାଗୁ କରିବା ଛୋଟ ଚିନ୍ତାଧାରା: ସୁପ୍ରିମ୍‌କୋର୍ଟଙ୍କ ତିରସ୍କାର…

ନୂଆଦିଲ୍ଲୀ,୨୮।୧୧ : ବମ୍ବେ ହାଇକୋର୍ଟ ପରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମଧ୍ୟ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ ଆବେଦନ କରାଯାଇଥିଲା ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ ଅଭିନୟ କିମ୍ବା କାର୍ଯ୍ୟ କରିବାକୁ ଅନୁମତି ଦିଆ ନ ଯାଉ। କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ମାଗିଥିବା ଏକ ଆବେଦନକୁ ଖାରଜ କରି କୋର୍ଟ ଏନେଇ ତିରସ୍କାର କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି ଜଣେ ଏତେ ସଂକୀର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ ନୁହେଁ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି.ଏନ ଭଟ୍ଟୀଙ୍କ ଏକ ଖଣ୍ଡପୀଠ ଫୈଜ ଅନୱାର କୁରେଶିଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବେଞ୍ଚ କହିଛନ୍ତି ଆମେ ବମ୍ବେ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ। ସୂଚନା ଅନୁଯାୟୀ, ଫୈଜ ଅନୱାର କୁରେଶି ଜଣେ ସିନେ କାର୍ଯ୍ୟକର୍ତ୍ତା ତଥା କଳାକାର ବୋଲି ଦାବି କରିଛନ୍ତି। କୋର୍ଟ କୁରେସିଙ୍କୁ କହିଛନ୍ତି ଆପଣ ଏହି ଆବେଦନ ଉପରେ ବାରମ୍ବାର ଜିଦ କରିବା ଉଚିତ ନୁହେଁ। ତୁମେ ଏତେ ଛୋଟ ଚିନ୍ତାଧାରା ହେବା ଉଚିତ ନୁହେଁ। ଆବେଦନକାରୀଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା କିଛି ପର୍ଯ୍ୟବେକ୍ଷଣକୁ ବିଲୋପ କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।

ଏହାପୂର୍ବରୁ ବମ୍ବେ ହାଇକୋର୍ଟ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଦାବିକୁ ଖାରତ କରିଥିଲେ। ଦେଶପ୍ରେମର ଅଭିବ୍ୟକ୍ତି ଉପରେ କୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ହାଇକୋର୍ଟ କହିଥିଲେ ଦେଶପ୍ରେମୀ ହେବା ପାଇଁ ବିଦେଶରୁ ବିଶେଷ କରି ପଡୋଶୀ ଦେଶରୁ ଆସୁଥିବା ଲୋକ କିମ୍ବା କଳାକାରଙ୍କ ପ୍ରତି ଶତ୍ରୁତା କରିବାର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କଲା ଭାଜପା, ଏଥର ପୁଣି ମମତା-ଶୁଭେନ୍ଦୁଙ୍କ କଡ଼ା ଟକ୍କର

କୋଲକାତା,୧୬ା୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁ ଅଧିକାରୀ ଏବଂ ଦିଲୀପ ଘୋଷଙ୍କୁ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri