ପାକିସ୍ତାନୀ ସୈନ୍ୟ କରିବେ ଚାଷ: ଅଧିଗ୍ରହଣ କରିବ ୧୦ ଲକ୍ଷ ଏକରରୁ ଅଧିକ ଜମି…

ଇସଲାମାବାଦ,୨୬।୯ : ପାକିସ୍ତାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଏଠାକାର ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ମାସେ ଧରି ଚାଲିଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପାକିସ୍ତାନୀ ସେନା ଅଣ୍ଟା ଭିଡ଼ିଛି। ଏଥିପାଇଁ ସେନା ଦେଶରେ ୧୦ ଲକ୍ଷ ଏକରରୁ ଅଧିକ ଚାଷ ଜମି ଦଖଲ କରିଛି। ବର୍ତ୍ତମାନ ପାକିସ୍ତାନୀ ସେନା ଏହି ଜମିରେ ଚାଷ କରିବାକୁ ଯାଉଛି। ତେବେ ଏହି ପଦକ୍ଷେପ ଦେଶରେ ସୈନ୍ୟବାହିନୀର ବ୍ୟାପକ ଉପସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।

ନୂତନ ଖାଦ୍ୟ ସୁରକ୍ଷା ଅଭିଯାନ ନୂଆ ବର୍ଷ ଆରମ୍ଭରୁ ଆରମ୍ଭ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି କାର୍ଯ୍ୟ ନାଗରିକ ସାମରିକ ନିବେଶ ସଂସ୍ଥା ମାଧ୍ୟମରେ କରାଯିବ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଲିଜ ପ୍ରାପ୍ତ ଜମିରେ ସେନା ଚାଷ ମାଧ୍ୟମରେ ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ଏହି ଯୋଜନା ଅନୁଯାୟୀ ସେନା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୦ ଲକ୍ଷ ଏକର (୪୦୫,୦୦୦ ହେକ୍ଟର) ଜମି ଅଧିଗ୍ରହଣ କରିବ। ଏହା ଦିଲ୍ଲୀ ଠାରୁ ପ୍ରାୟ ତିନି ଗୁଣ ବଡ ଅଟେ। ଏହି ଯୋଜନାକୁ ସମର୍ଥନ କରୁଥିବା ଲୋକମାନେ ଦାବି କରିଛନ୍ତି ଏହାଦ୍ୱାରା ଉତ୍ତମ ଫସଲ ଅମଳ ଏବଂ ଜଳ ସଞ୍ଚୟ କରାଯାଇ ପାରିବ। ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଏବଂ ଦ୍ରବ୍ୟ ମୂଲ୍ୟ ବୃଦ୍ଧି ମଧ୍ୟରେ ପାକିସ୍ତାନରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି।

ଫସଲ ବିକ୍ରୟରୁ ଲାଭର ପ୍ରାୟ ୨୦ ପ୍ରତିଶତ କୃଷି ଅନୁସନ୍ଧାନ ଏବଂ ବିକାଶ ପାଇଁ ଦିଆଯିବ। ବାକି ସବୁ ସାମରିକ ଏବଂ ରାଜ୍ୟ ସରକାର ମଧ୍ୟରେ ସମାନ ଭାବରେ ବଣ୍ଟାଯିବ ବୋଲି ନିକ୍କେ ଏସିଆ ରିପୋର୍ଟ କରିଛି। ତେବେ ଏହି ଯୋଜନା ବିଭିନ୍ନ ବିଭାଗର ସମାଲୋଚନାର ସମ୍ମୁଖୀନ ହେବା ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା

ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ…

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ

ନୂଆଦିଲ୍ଲୀ,୧୭।୪: ଆଜି (୧୭ ଏପ୍ରିଲ) ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ, କେନ୍ଦ୍ର ସରକାର ମୋଟ ତିନୋଟି ବିଲ ଆଗତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri