Posted inଜାତୀୟ

୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୯।୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରି ଉଠିଛି ପାକିସ୍ତାନ। ହେଲେ ନିଜ ଔଦ୍ଧତ୍ୟରୁ ନିବୃତ୍ତ ହେଉ ନାହିଁ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। S-400 ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା। ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ଯେଉଁଥିରେ ଭାରତ କିପରି ଏକ ପାକିସ୍ତାନୀ ପୋଷ୍ଟକୁ ଉଡ଼ାଇ ଦେଇଛି ତାହା ଦର୍ଶାଯାଇଛି।

ଅନ୍ୟପକ୍ଷେ ପାକିସ୍ତାନର ସମସ୍ତ ଉଦ୍ଦେଶ୍ୟ ବିଫଳ ହୋଇଥିବା ବେଳେ ଭାରତୀୟ ବିଶେଷ କ୍ଷତି ହୋଇନାହିଁ। ସେନା ଆନୁଷ୍ଠାନିକ ଭାବରେ ମେ ୮ ରାତିରେ କ’ଣ ଘଟିଥିଲା ତାହା କହିଛି।

ସେନା ତାର ବିବୃତ୍ତିରେ କହିଛି, ପାକିସ୍ତାନ ସଶସ୍ତ୍ର ବାହିନୀ ମେ ୮ ରାତିରେ ସମଗ୍ର ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଅନେକ ଆକ୍ରମଣ କରିଥିଲେ। ପାକ ସୈନିକମାନେ ଜମ୍ମୁ ଏବଂ କଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ହେଲେ ଡ୍ରୋନ ଆକ୍ରମଣକୁ ପ୍ରଭାବଶାଳୀ ଭାରତ ପଣ୍ଡ କରିଥିଲା। ଭାରତୀୟ ସେନା ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବାକୁ ପ୍ରତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri