ମୋଦିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ…

ଇସଲାମାବାଦ/ନୂଆଦିଲ୍ଲୀ,୧୦।୫ : ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି। ସେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ଉପରେ ମଧ୍ୟ ମକଦ୍ଦମା ଦାଏର କରିବାକୁ ଚାହୁଁଛନ୍ତି। ସେହର ଅଭିଯୋଗ କରିଛନ୍ତି, ପାକିସ୍ତାନରେ ଅରାଜକତା ପାଇଁ ମୋଦି ଏବଂ ର ଦାୟୀ। ଯେତେବେଳେ ସେହର ସୋସିଆଲ ମିଡିଆରେ ଏହିସବୁ ଲେଖିଥିଲେ, ସେତେବେଳେ ଦିଲ୍ଲୀ ପୋଲିସ ଏକ ମଜାଦାର ଉତ୍ତର ଦେଇଥିଲା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ତାଙ୍କର ଟୁଇଟ ଆସିଛି। ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ, ପରେ ସେଠାରେ ଅବସ୍ଥା ଆହୁରି ବିଗିଡି ଯାଇଛିା। ସାରା ଦେଶରେ ନିଆଁ ଲାଗିଛି। ହିଂସାକାଣ୍ଡ ଘଟୁଛି। ସେହୀ ଏଥିପାଇଁ ଭାରତକୁ ଦାୟୀ କରି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଏର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପାକିସ୍ତାନୀ ଅଭିନେତ୍ରୀ ଲେଖିଛନ୍ତି, ’ଦିଲ୍ଲୀ ପୋଲିସର ଅନଲାଇନ ଲିଙ୍କ କେହି ଜାଣନ୍ତି କି? ଆମ ଦେଶ ପାକିସ୍ତାନରେ ଆତଙ୍କବାଦ ଏବଂ ଅରାଜକତା ବିସ୍ତାର କରୁଥିବା ଭାରତୀୟ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଗୁପ୍ତଚର ଏଜେନ୍ସି ର ବିରୋଧରେ ମୁଁ ଏକ ଅଭିଯୋଗ ଦାଖଲ କରିବାକୁ ଚାହୁଁଛି। ଯଦି ଭାରତୀୟ ଅଦାଲତ ସ୍ବାଧୀନ ତେବେ ମୁଁ ନିଶ୍ଚିତ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମୋତେ ନ୍ୟାୟ ଦେବେ।

ତାଙ୍କ ଟୁଇଟର ଜବାବ ଦେଇ ଦିଲ୍ଲୀ ପୋଲିସ ଏହାକୁ କଡାକଡି କରି ଏପରି ଉତ୍ତର ଦେଇଛି ଯାହା ଭାଇରାଲ ହୋଇଛି। ପୋଲିସ ଟୁଇଟ କରି କହିଛି, ବର୍ତ୍ତମାନ ପାକିସ୍ତାନରେ ଆମର ଅଧିକାରୀକ କ୍ଷେତ୍ର ନୁହେଁ। କିନ୍ତୁ ଆମେ ଜାଣିବାକୁ ଚାହୁଁଛୁ ଯେତେବେଳେ ଆପଣଙ୍କ ଦେଶରେ ଇଣ୍ଟରନେଟ ବନ୍ଦ କରାଯାଇଛି ଆପଣ କିପରି ଟୁଇଟ କରୁଛନ୍ତି। ପାକିସ୍ତାନର ଟେଲିକମ ବିଭାଗ କହିଛି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ମୋବାଇଲ ଡାଟା ସେବା ବନ୍ଦ କରାଯାଇଛି। ସେହିପରି ବିଶ୍ୱ ଇଣ୍ଟରନେଟ ମନିଟର ନେଟବ୍ଲକ କହିଛନ୍ତି ଟୱିଟର, ଫେସବୁକ ଏବଂ ୟୁଟ୍ୟୁବର ପ୍ରବେଶକୁ ଅବରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri