ଫ୍ଲୋରିଡା,୧ା୮: ସ୍ୟାମ ଆୟୁବଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ମହମ୍ମଦ ନଓ୍ବାଜଙ୍କ ୩ ଉଇକେଟ ସଫଳତା ବଳରେ ପାକିସ୍ତାନ ୧୪ ରନରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍କୁ ଜିତି ନେଇଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଆୟୁବଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ପାକିସ୍ତାନ ୧-୦ରେ ଆଗରେ ରହିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ୩ ତାରିଖରେ ସମାନ ଭେନ୍ୟୁରେ ଖେଳାଯିବ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ୧୭୮ ରନ୍ କରିଥିଲା। ଦଳ ପାଇଁ ଆୟୁବ ୫୮ (୫ ଚୌକା ଓ ୨ ଛକା), ଫଖର ଜାମନ ୨୮ (୨ ଚୌକା ଓ ୧ ଛକା) ଓ ହାସନ ନଓ୍ବାଜ ୨୪ (୧ ଚୌକା ଓ ୨ ଛକା) ରନ୍ କରିଥିଲେ।
ଓ୍ବେଷ୍ଟଇଣ୍ଡିଜ ଲାଗି ବୋଲିଂରେ ଶାମର ଯୋଶେଫ ୩ ଉଇକେଟ ନେଇଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୭ ଉଇକେଟ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜନସନ ଚାଲର୍ସ ୩୫ (୨ ଲେଖାଏ ଚୌକା ଓ ଛକା), ଜେଓ୍ବେଲ ଆଣ୍ଡ୍ର୍ୟୁ ୩୫ (୧ ଚୌକା ଓ ୩ ଛକା), ଜାସନ ହୋଲ୍ଡର ୩୦ (୪ ଛକା) ଓ ଶାମର ୨୧ (୧ ଚୌକା ଓ ୨ ଛକା) ରନ କରିଥିଲେ। ପାକିସ୍ତାନ ପାଇଁ ମହମ୍ମଦ ନଓ୍ବାଜ ୩ ଓ ଆୟୁବ ୨ ଉଇକେଟ୍ ନେଇଥିଲେ।


