ଏକ୍‌ଜିଟ୍‌ ପୋଲ୍‌ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ/ଇସଲାମାବାଦ୍‌,୩।୬: ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ ଥର ଦେଶରେ ପୁଣି ଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରିବେ। ବିଭିନ୍ନ ଏକଜିଟ ପୋଲ ସର୍ଭେରୁ ଜଣାପଡିଛି ଯେ ଏନଡିଏ ୩୪୬ରୁ ଅଧିକ ଆସନ ପାଇବ। ଏକଜିଟ ପୋଲ ଆକଳନ ଆସିବା ପରେ ଚାଇନା ଏବଂ ପାକିସ୍ତାନ ଏହାର ପ୍ରତିକ୍ରିୟା ରଖିଛନ୍ତି। ଭାରତ ସହ ସମ୍ପର୍କ ସୁଦୃଢ ହେବ ବୋଲି ଚାଇନା ଆଶା ରଖିଥିବାବେଳେ ପାକିସ୍ତାନ ସମ୍ପୂର୍ଣ୍ଣ ଭୟରେ ରହିଛି। ପାକିସ୍ତାନ କହିଛି ଯେ, ନରେନ୍ଦ୍ର ମୋଦି ଆମ ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣାଇବେ।
ଚାଇନା ବିଶେଷଜ୍ଞମାନେ କହିଛନ୍ତି, ମୋଦିଙ୍କ ଘରୋଇ ତଥା ବୈଦେଶିକ ନୀତିରେ ନିରନ୍ତରତା ରହିବ, କାରଣ ସେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିବେ। ସ୍ଥିର ବିକାଶର ପଥରେ ସମ୍ପର୍କକୁ ଫେରାଇ ଆଣିବା ଏବଂ ମତଭେଦ ଦୂର କରିବା ପାଇଁ ଖୋଲା ଯୋଗାଯୋଗ ବଜାୟ ରଖିବା ପାଇଁ ଚାଇନା ସହ ସହଯୋଗ କରିବା ଉପରେ ବିଶ୍ଳେଷକମାନେ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକ୍ଷମତାକୁ ଫେରିବେ ବୋଲି ପୂର୍ବାନୁମାନ କରାଯାଇଥିବା ଏକଜିଟ ସର୍ଭେରେ ପାକିସ୍ତାନ କମ୍ପୁଛି। ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣାଇବେ ବୋଲି ପାକିସ୍ତାନ ଭୟ ଆରମ୍ଭ କରିଛି।
ପାକିସ୍ତାନର ବୈଦେଶିକ ସଚିବ ଅଜାଜ ଚୌଧୁରୀ କହିଛନ୍ତି, ଟ୍ରାକ ରେକର୍ଡରୁ ଜଣାପଡିଛି ଯେ ମୋଦି ନିର୍ବାଚନ ମନିଫେଷ୍ଟୋ ଲାଗୁ କରିଛନ୍ତି। ତେଣୁ ଏଥର ସେ ଭାରତକୁ ହିନ୍ଦୁ ରାଜ୍ୟ କରିବା ଏବଂ ପାକିସ୍ତାନ ପ୍ରତି ଆକ୍ରମଣାତ୍ମକ ନୀତି ଆପଣାଇବାକୁ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri