ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍‌ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି।

ପାକିସ୍ତାନ ହାଇ କମିଶନ ସହାୟତା ପହଞ୍ଚିବାର ଖବର ଦେବା ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। କିନ୍ତୁ ପ୍ୟାକେଜ୍‌ଗୁଡ଼ିକ ଉପରେ “EXP: 10/2024” ଲେଖାଯାଇଥିବା ଦେଖାଯାଇଛି। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅକ୍ଟୋବର ୨୦୨୪ର ତାରିଖକୁ ଏକ୍ସପାଏରୀ (ମିଆଦ ପୂରଣ) ତାରିଖ ବୋଲି ଦର୍ଶାଇ ପାକିସ୍ତାନ ଉପରେ ବର୍ଷିଛନ୍ତି, କାରଣ ଏହି ତାରିଖ ଏକ ବର୍ଷରୁ ଅଧିକ ପୂର୍ବରୁ ସରିଯାଇଛି।

ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ମିଆଦ ପୂରିଯାଇଥିବା ସାମଗ୍ରୀ ପଠାଇ ଦୁର୍ଦ୍ଦଶାରେ ଥିବା ଲୋକଙ୍କୁ ଅସମ୍ମାନ କରିଛି। ତେବେ, ଏନେଇ ଇସଲାମାବାଦ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ପାକିସ୍ତାନର ବିବାଦୀୟ ସହାୟତା ମଧ୍ୟରେ, ଭାରତ ‘ଅପରେସନ୍ ସାଗର ବନ୍ଧୁ’ ଅଧୀନରେ ଶ୍ରୀଲଙ୍କାକୁ ବୃହତ୍ ମାନବିକ ସହାୟତା ପ୍ରଦାନ କରିଛି। ଚଳିତ ସାଇକ୍ଲୋନ୍ ‘ଦିତୱାହ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୨୮ ତାରିଖରୁ ଭାରତ ଆକାଶ ଏବଂ ସମୁଦ୍ର ପଥରେ ମୋଟ ୫୩ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି।

ବିଦେଶ ମନ୍ତ୍ରଣାଳୟ (MEA) ଅନୁଯାୟୀ, ଆଇଏନ୍ଏସ୍ ବିକ୍ରାନ୍ତ, ଆଇଏନ୍ଏସ୍ ଉଦୟଗିରି ଏବଂ ଆଇଏନ୍ଏସ୍ ସୁକନ୍ୟା ଭଳି ଜାହାଜ ଏବଂ ଆଇଏଏଫ୍ ପରିବହନ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପଠାଯାଇଛି।

ଏହା ସହିତ ଭାରତ ପ୍ରାୟ ୨,୦୦୦ରୁ ଅଧିକ ଫସି ରହିଥିବା ଭାରତୀୟଙ୍କୁ ସ୍ଥାନାନ୍ତର କରିଛି ଏବଂ ଏନ୍‌ଡିଆର୍‌ଏଫ୍ (NDRF) ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ୧୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

ଅଧିକ ଏପ୍‌ଷ୍ଟେଇନ୍‌ ଫାଇଲ୍‌ ପ୍ରକାଶ କଲା ଆମେରିକା ନ୍ୟାୟ ବିଭାଗ

ଓ୍ବାଶିଂଟନ୍‌,୩୧ା୧: ଯୌନ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟେଇନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି।…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

ଭେନେଜୁଏଲା ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ, ଜାରିହେଲା ଜରୁରୀ ସ୍ଥିତି

ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି…

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ରାତି ୧୦ଟାରେ ମହାଦୀପ ଦର୍ଶନ

ପୁରୁଣା ଭୁବନେଶ୍ୱର,୩୦ା୧(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ଫେବୃଆରୀ ୧୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା। ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ…

ଆଣବିକ ଲକ୍ଷ୍ୟରୁ ନ ହଟିଲେ ଯୁଦ୍ଧ: ଇରାନ୍‌କୁ ଆମେରିକାର ଚେତାବନୀ

ନ୍ୟୁୟର୍କ ,୩୧ା୧:ମଧ୍ୟପ୍ରାଚ୍ୟରେ ଆମେରିକାର ଶକ୍ତିଶାଳୀ ନୌସେନା ଉପସ୍ଥିତି ଇରାନ ଉପରେ ଆକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆରବ ସାଗରରେ ଇରାନ ଉପକୂଳଠାରୁ ଅଳ୍ପ କିଛି ଦୂରରେ ଆମେରିକାର…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri