ଭାରତର ଟେନ୍‌ସନ ବଢାଇଲା ଚାଇନା: ପାକିସ୍ତାନକୁ ଦେଇଦେଲା ବଡ଼ ଜିନିଷ

ନୂଆଦିଲ୍ଲୀ,୨୧ା୬:ପାକିସ୍ତାନ ୪୦ଟି ଜେ-୩୫ ଫାଇଟର ଜେଟ୍‌ ସହ କେଜେ-୫୦୦ ଏୟାରବୋର୍ନ ଆର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ଏବଂ ଏଚ୍‌କ୍ୟୁ-୧୯ ବାଲିଷ୍ଟିକ୍‌ ମିଶାଇଲ୍‌ ସିଷ୍ଟମ୍ସ କିଣିବାକୁ ଯାଉଛି ବୋଲି ସେଠାକାର ସରକାର ଚଳିତମାସରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାରତରେ ହଇଚଇ ସୃଷ୍ଟି ହୋଇଛି। ଚାଇନା ପଞ୍ଚମ ପିଢ଼ିର ୪୦ ଶେନ୍‌ୟାଙ୍ଗ୍‌ ଜେ-୩୫ ପାକିସ୍ତାନକୁ ଦେବାକୁ ଯାଉଥିବାରୁ ଭାରତୀୟ ବାୟୁସେନାର ଅନେକ ଭେଟେରାନ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ ଚାଇନା ପକ୍ଷରୁ ପାକିସ୍ତାନକୁ ପ୍ରଥମ ଥର ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଷ୍ଟିଲ୍‌ଥ ଫିଚର ଥିବା ଜେଟ୍‌ ଜେ-୩୫ ବିକ୍ରି କରାଯିବ। ଏହି ଜେଟ୍‌ ଶେନ୍‌ୟାଙ୍ଗ୍‌ ଏୟାରକ୍ରାଫ୍ଟ କର୍ପୋରେଶନ୍‌ ପକ୍ଷରୁ ବିକଶିତ କରାଯାଇଛି, ଯାହାକି ୨୦୨୪ରେ ଝୁହାଇ ଏୟାରଶୋ’ ବେଳେ ପ୍ରଦର୍ଶନ କରାଯାଇଥିଲା। ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଜେ-୩୫କୁ ଆମେରିକାର ଏଫ୍‌-୩୫ ସହ ତୁଳନା କରିଛି। ପାକିସ୍ତାନ ନିକଟରେ ପୂର୍ବରୁ ୨୦ଟି ଚାଇନିଜ୍‌ ଜେ-୧୦ସି ଏବଂ ଜେଏଫ୍‌-୧୭ ଫାଇଟର୍ସ ରହିଥିବାବେଳେ ଚଳିତବର୍ଷ ଶେଷ ଆଡ଼କୁ ଷ୍ଟିଲ୍‌ଥ ଫାଇଟର ଜେଟ୍‌ ଅପରେଟିଂର ଏଲିଟ୍‌ କ୍ଲବ୍‌ରେ ଏହା ସାମିଲ ହେବାକୁ ଯାଉଛି।
ଆଇଏଏଫ୍‌ ଫାଇଟର ପାଇଲଟ୍‌ ତଥା ପ୍ରତିରକ୍ଷା ବିଶେଷଜ୍ଞ ଗ୍ରୁପ୍‌ କ୍ୟାପ୍‌ଟେନ୍‌ (ଅବସରପ୍ରାପ୍ତ) ଅଜୟ ଅହଲଓ୍ବାତ୍‌ ଏନେଇ କହିଛନ୍ତି, ଏହି ଘଟଣାକ୍ରମକୁ ନେଇ ବିସ୍ମିତ ହେବାର ନାହିଁ। କାରଣ ପାକିସ୍ତାନ ମନୋନୀତ ପାଇଲଟମାନେ ଚାଇନାରେ ୬ ମାସରୁ ଅଧିକ ସମୟ ଧରି ତାଲିମ ନେଉଛନ୍ତି। ପାକିସ୍ତାନୀ ବାୟୁସେନାରେ ଜେ-୩୫କୁ ସାମିଲ କରାଯିବା ପୂର୍ବରୁ ସେମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏହାର ଏଫ୍‌ସି-୩୧ ଭର୍ସନ ଜେ-୩୫ଠାରୁ ସାମାନ୍ୟ କମ୍‌ ସାମର୍ଥ୍ୟ ବହନ କରିଥାଏ। କେହି ସମ୍ପୂର୍ଣ୍ଣ ଭର୍ସନ ଦେଇ ନ ଥାନ୍ତି। ତେବେ ଏହା ଭାରତ ପାଇଁ ଚିନ୍ତାଜନକ ଖବର। ସ୍ବାଧୀନତା ପରଠୁ ପାକିସ୍ତାନଠାରୁ ଆଗରେ ରହିବା ପାଇଁ ଯୁଦ୍ଧବିମାନ କିଣିବାରେ ଆମକୁ ଅନେକ ଲଢ଼େଇ କରିବାକୁ ପଡ଼ିଛି। ସେହିପରି ଏୟାର ମାର୍ଶାଲ (ଅବସରପ୍ରାପ୍ତ) ସଞ୍ଜୀବ କପୁର ମଧ୍ୟ ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି କହିଛନ୍ତି, ଭାରତକୁ ନିଜସ୍ବ ପ୍ଲାଟ୍‌ଫର୍ମରେ ନିର୍ମିତ ଯୁଦ୍ଧବିମାନ ଆବଶ୍ୟକ। ଆଇଏଏଫ୍‌କୁ ଏଏମ୍‌ସିଏ ସାମିଲ କରିବାପାଇଁ ଅନୂ୍ୟନ ୯ରୁ ୧୦ ବର୍ଷ ଲାଗିପାରେ।
ଚାଇନାର ନୂଆ ଷ୍ଟିଲ୍‌ଥ ଫାଇଟରକୁ ଏକ ‘ବ୍ଲାକ୍‌ ବକ୍ସ’ ରୂପେ ବିବେଚନା କରାଯାଉଛି। କାରଣ ଏହାର ସାମର୍ଥ୍ୟ ସମ୍ପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଏହାର ପ୍ରଦର୍ଶନକୁ ୟୁଏସ୍‌ର ଏଫ୍‌-୩୫ ସହ ସମତୁଲ୍ୟ ବୋଲି ମନେକରାଯାଏ। ଏପରି କି କେତେକେ ଏହାକୁ ଆମେରିକୀୟ ଜେଟ୍‌ ତୁଳନାରେ ଅଧିକ ତୀବ୍ରତର ବୋଲି କହୁଛନ୍ତି। ଜେ-୩୫ର ଦୁଇଟି ଭାରିଆଣ୍ଟ ରହିଛି। ଗୋଟିଏ ନୌସେନା ପାଇଁ ଉଦ୍ଦିଷ୍ଟ ଓ ଅନ୍ୟଟିକୁ ପାରମ୍ପରିକ ଗ୍ରାଉଣ୍ଡ୍‌-ବେସ୍‌ଡ ଅପରେଶନ୍‌ ଓ ଏକ୍ସପୋର୍ଟ ନିମନ୍ତେ ଡିଜାଇନ୍‌ କରାଯାଇଛି। ପାକିସ୍ତାନ ଦ୍ୱିତୀୟ ଭାରିଆଣ୍ଟର ଜେଟ୍‌ ପାଇବାକୁ ଯାଉଛି। ଏଥିରେ ଥିବା ଇନ୍‌ଫ୍ରାରେଡ୍‌ ସର୍ଚ୍ଚ-ଆଣ୍ଡ୍‌-ଟ୍ରାକ୍‌ ସିଷ୍ଟମ୍‌ ଯୋଗୁ ଜେ-୩୫କୁ ଆମେରିକୀୟ ଏଫ୍‌-୩୫ ଏବଂ ରୁଷୀୟ ଏସ୍‌ୟୁ-୫୭ ସହ ତୁଳନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri