ଭାରତର ଟେନ୍‌ସନ ବଢାଇଲା ଚାଇନା: ପାକିସ୍ତାନକୁ ଦେଇଦେଲା ବଡ଼ ଜିନିଷ

ନୂଆଦିଲ୍ଲୀ,୨୧ା୬:ପାକିସ୍ତାନ ୪୦ଟି ଜେ-୩୫ ଫାଇଟର ଜେଟ୍‌ ସହ କେଜେ-୫୦୦ ଏୟାରବୋର୍ନ ଆର୍ଲି ଓ୍ବାର୍ନିଂ ଆଣ୍ଡ୍‌ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ଏବଂ ଏଚ୍‌କ୍ୟୁ-୧୯ ବାଲିଷ୍ଟିକ୍‌ ମିଶାଇଲ୍‌ ସିଷ୍ଟମ୍ସ କିଣିବାକୁ ଯାଉଛି ବୋଲି ସେଠାକାର ସରକାର ଚଳିତମାସରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାରତରେ ହଇଚଇ ସୃଷ୍ଟି ହୋଇଛି। ଚାଇନା ପଞ୍ଚମ ପିଢ଼ିର ୪୦ ଶେନ୍‌ୟାଙ୍ଗ୍‌ ଜେ-୩୫ ପାକିସ୍ତାନକୁ ଦେବାକୁ ଯାଉଥିବାରୁ ଭାରତୀୟ ବାୟୁସେନାର ଅନେକ ଭେଟେରାନ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ ଚାଇନା ପକ୍ଷରୁ ପାକିସ୍ତାନକୁ ପ୍ରଥମ ଥର ପଞ୍ଚମ ପିଢ଼ିର ଅତ୍ୟାଧୁନିକ ଷ୍ଟିଲ୍‌ଥ ଫିଚର ଥିବା ଜେଟ୍‌ ଜେ-୩୫ ବିକ୍ରି କରାଯିବ। ଏହି ଜେଟ୍‌ ଶେନ୍‌ୟାଙ୍ଗ୍‌ ଏୟାରକ୍ରାଫ୍ଟ କର୍ପୋରେଶନ୍‌ ପକ୍ଷରୁ ବିକଶିତ କରାଯାଇଛି, ଯାହାକି ୨୦୨୪ରେ ଝୁହାଇ ଏୟାରଶୋ’ ବେଳେ ପ୍ରଦର୍ଶନ କରାଯାଇଥିଲା। ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଜେ-୩୫କୁ ଆମେରିକାର ଏଫ୍‌-୩୫ ସହ ତୁଳନା କରିଛି। ପାକିସ୍ତାନ ନିକଟରେ ପୂର୍ବରୁ ୨୦ଟି ଚାଇନିଜ୍‌ ଜେ-୧୦ସି ଏବଂ ଜେଏଫ୍‌-୧୭ ଫାଇଟର୍ସ ରହିଥିବାବେଳେ ଚଳିତବର୍ଷ ଶେଷ ଆଡ଼କୁ ଷ୍ଟିଲ୍‌ଥ ଫାଇଟର ଜେଟ୍‌ ଅପରେଟିଂର ଏଲିଟ୍‌ କ୍ଲବ୍‌ରେ ଏହା ସାମିଲ ହେବାକୁ ଯାଉଛି।
ଆଇଏଏଫ୍‌ ଫାଇଟର ପାଇଲଟ୍‌ ତଥା ପ୍ରତିରକ୍ଷା ବିଶେଷଜ୍ଞ ଗ୍ରୁପ୍‌ କ୍ୟାପ୍‌ଟେନ୍‌ (ଅବସରପ୍ରାପ୍ତ) ଅଜୟ ଅହଲଓ୍ବାତ୍‌ ଏନେଇ କହିଛନ୍ତି, ଏହି ଘଟଣାକ୍ରମକୁ ନେଇ ବିସ୍ମିତ ହେବାର ନାହିଁ। କାରଣ ପାକିସ୍ତାନ ମନୋନୀତ ପାଇଲଟମାନେ ଚାଇନାରେ ୬ ମାସରୁ ଅଧିକ ସମୟ ଧରି ତାଲିମ ନେଉଛନ୍ତି। ପାକିସ୍ତାନୀ ବାୟୁସେନାରେ ଜେ-୩୫କୁ ସାମିଲ କରାଯିବା ପୂର୍ବରୁ ସେମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏହାର ଏଫ୍‌ସି-୩୧ ଭର୍ସନ ଜେ-୩୫ଠାରୁ ସାମାନ୍ୟ କମ୍‌ ସାମର୍ଥ୍ୟ ବହନ କରିଥାଏ। କେହି ସମ୍ପୂର୍ଣ୍ଣ ଭର୍ସନ ଦେଇ ନ ଥାନ୍ତି। ତେବେ ଏହା ଭାରତ ପାଇଁ ଚିନ୍ତାଜନକ ଖବର। ସ୍ବାଧୀନତା ପରଠୁ ପାକିସ୍ତାନଠାରୁ ଆଗରେ ରହିବା ପାଇଁ ଯୁଦ୍ଧବିମାନ କିଣିବାରେ ଆମକୁ ଅନେକ ଲଢ଼େଇ କରିବାକୁ ପଡ଼ିଛି। ସେହିପରି ଏୟାର ମାର୍ଶାଲ (ଅବସରପ୍ରାପ୍ତ) ସଞ୍ଜୀବ କପୁର ମଧ୍ୟ ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି କହିଛନ୍ତି, ଭାରତକୁ ନିଜସ୍ବ ପ୍ଲାଟ୍‌ଫର୍ମରେ ନିର୍ମିତ ଯୁଦ୍ଧବିମାନ ଆବଶ୍ୟକ। ଆଇଏଏଫ୍‌କୁ ଏଏମ୍‌ସିଏ ସାମିଲ କରିବାପାଇଁ ଅନୂ୍ୟନ ୯ରୁ ୧୦ ବର୍ଷ ଲାଗିପାରେ।
ଚାଇନାର ନୂଆ ଷ୍ଟିଲ୍‌ଥ ଫାଇଟରକୁ ଏକ ‘ବ୍ଲାକ୍‌ ବକ୍ସ’ ରୂପେ ବିବେଚନା କରାଯାଉଛି। କାରଣ ଏହାର ସାମର୍ଥ୍ୟ ସମ୍ପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଏହାର ପ୍ରଦର୍ଶନକୁ ୟୁଏସ୍‌ର ଏଫ୍‌-୩୫ ସହ ସମତୁଲ୍ୟ ବୋଲି ମନେକରାଯାଏ। ଏପରି କି କେତେକେ ଏହାକୁ ଆମେରିକୀୟ ଜେଟ୍‌ ତୁଳନାରେ ଅଧିକ ତୀବ୍ରତର ବୋଲି କହୁଛନ୍ତି। ଜେ-୩୫ର ଦୁଇଟି ଭାରିଆଣ୍ଟ ରହିଛି। ଗୋଟିଏ ନୌସେନା ପାଇଁ ଉଦ୍ଦିଷ୍ଟ ଓ ଅନ୍ୟଟିକୁ ପାରମ୍ପରିକ ଗ୍ରାଉଣ୍ଡ୍‌-ବେସ୍‌ଡ ଅପରେଶନ୍‌ ଓ ଏକ୍ସପୋର୍ଟ ନିମନ୍ତେ ଡିଜାଇନ୍‌ କରାଯାଇଛି। ପାକିସ୍ତାନ ଦ୍ୱିତୀୟ ଭାରିଆଣ୍ଟର ଜେଟ୍‌ ପାଇବାକୁ ଯାଉଛି। ଏଥିରେ ଥିବା ଇନ୍‌ଫ୍ରାରେଡ୍‌ ସର୍ଚ୍ଚ-ଆଣ୍ଡ୍‌-ଟ୍ରାକ୍‌ ସିଷ୍ଟମ୍‌ ଯୋଗୁ ଜେ-୩୫କୁ ଆମେରିକୀୟ ଏଫ୍‌-୩୫ ଏବଂ ରୁଷୀୟ ଏସ୍‌ୟୁ-୫୭ ସହ ତୁଳନା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri