ପାକିସ୍ତାନ ଟାର୍ଗେଟରେ ଓଡ଼ିଶା? ଓ୍ବେବସାଇଟ୍‌କୁ କଲା ହ୍ୟାକ୍‌…

ଭୁବନେଶ୍ୱର,୮।୫: ବଡ଼ ଖବର। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି।

ଏହି ଘଟଣା ପରେ ରାଜ୍ୟ ସାଇବର ସୁରକ୍ଷା ବିଭାଗ ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ହ୍ୟାକରମାନେ ଓ୍ବେବସାଇଟର ଡାଟାବେସରେ ଅନଧିକୃତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଏବଂ କିଛି କ୍ଷେତ୍ରରେ ସେମାନେ ସଫଳ ହୋଇଛନ୍ତି। ତେବେ, ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଓଡିଶା ଆଦର୍ଶ ବିଦ୍ୟାଳୟର ଅଫିସିଆଲ ୱେବସାଇଟ ହ୍ୟାକ ହୋଇଛି । ପାକିସ୍ତାନ ସାଇବର ଫୋର୍ସଙ୍କ ଦାରା ହାକ ହୋଇଥିବା କୁହାଯାଇଛି। କାଲି ଠାରୁ ହାକ ହୋଇଯାଇଛି ସାଇଟ । ଆଜି ସାଇଟଟି ସମ୍ପୂର୍ଣ୍ଣ ବ୍ଲାକ ହୋଇଯାଇଥିବା ସୂଚନା ମିଳିଛି । ଏ ନେଇ ଗଣ ଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଏକ ସଙ୍ଗଠିତ ସାଇବର ଆକ୍ରମଣ ହୋଇପାରେ, ଯାହା ପଛରେ ପାକିସ୍ତାନୀ ହ୍ୟାକର ଗ୍ରୁପର ହାତ ରହିଥାଇପାରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ୍ବେବସାଇଟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ଡାକ୍ତର ଆନ୍ଦୋଳନ: ଆଲୋଚନାକୁ ଡାକିଲେ ସରକାର

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମେତ ୧୩ଦଫା ଦାବି ନେଇ ବୁଧବାରଠାରୁ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜ୍ୟ ସରକାର ଦରମା ବନ୍ଦ…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri