ଆଫଗାନିସ୍ତାନ ଯାଉଥିବା ଭାରତୀୟ ସହାୟତାକୁ ଚୋରି କରୁଛି ପାକିସ୍ତାନ…

କାବୁଲ, ୯।୬ : ଭାରତରୁ ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତାକୁ ପାକିସ୍ତାନ ଚୋରି କରିବାରେ ଲାଗିଛି। ଥରେ ଏହି ସହାୟତା ଆଫଗାନିସ୍ତାନରେ ପହଞ୍ଚିବା ପରେ ଗହମରେ ପରିପୂର୍ଣ୍ଣ ଟ୍ରକ ଗୁଡିକ ପାକିସ୍ତାନକୁ ଫେରି ଆସୁଛି। ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ମେ ୩୧ ରେ, ତାଲିବାନ ସୁରକ୍ଷା ଅଧିକାରୀମାନେ ହେଲମାଣ୍ଡ ପ୍ରଦେଶର ପାକିସ୍ତାନକୁ ଯାଉଥିବା ବେଆଇନ ଭାବେ ଗହମ ବୋଝେେଇ ଟ୍ରକକୁ ଅଟକାଇଥିଲେ ବୋଲି ଖାମା ପ୍ରେସ ରିପୋର୍ଟ କରିଛି। ମେ ୩୦ ରେ ଗହମ ପରିବହନ କରୁଥିବା ଅନ୍ୟ ଟ୍ରକ ମଧ୍ୟ ହେରାଟ-କାନ୍ଦାହାର ରାଜପଥରେ ଧରାପଡିଛି ବୋଲି ହେଲମାଣ୍ଡ ପ୍ରଦେଶର ତାଲିବାନର ସୂଚନା ଓ ସଂସ୍କୃତି ନିର୍ଦ୍ଦେଶକ ହାଫିଜ ରସିଦ ହେଲମାଣ୍ଡି କହିଛନ୍ତି। ଗହମ ହେଲମାଣ୍ଡ ପ୍ରଦେଶର ୱାଶୀର କମ୍ପାନୀର ଟ୍ରକରେ ଥିଲା ବୋଲି କୁହାଯାଉଛି।

ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତା ଏବଂ ବିତରଣ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ଗତ ସପ୍ତାହରେ କାବୁଲକୁ ଏକ ଅଧିକାରୀ ଦଳ ପଠାଇଥିଲା। ଏହାସହ ତାଲିବାନ ଅଧିକାରୀଙ୍କ ସହ ନୂଆଦିଲ୍ଲୀରୁ ପଠାଯାଇଥିବା ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା।

ତାଲିବାନ କ୍ଷମତାକୁ ଆସିବା ପରେ ଏହା ଭାରତୀୟ ଦଳଙ୍କର ପ୍ରଥମ ଗସ୍ତ ଥିଲା। ଭାରତର ବିକାଶ ଏବଂ ମାନବିକ ସହାୟତା ଆଫଗାନିସ୍ତାନ ସମାଜର ସମସ୍ତ ବିଭାଗ ଦ୍ୱାରା ସ୍ବାଗତ କରାଯାଇଥିଲା। କୁହାଯାଉଛି ଯେ ଭାରତରେ ମଧ୍ୟ ପାକିସ୍ତାନୀ ଚୋରି କରୁଥିବାର ଖବର ରହିଛି। ସେଥିପାଇଁ ତାଲିବାନ ସହ ଆଲୋଚନା କରିବାକୁ ଏହି ଦଳ ପଠାଯାଇଥିଲା।

ପାକିସ୍ତାନ ବଦଳରେ ଇରାନର ଚାବାହାର ବନ୍ଦର ବାଟେ ସହାୟତା ପଠାଇବାକୁ ଭାରତ ତାଲିବାନର ସମ୍ମତି ଲୋଡିଛି। ଅବଶିଷ୍ଟ ସହାୟତାକୁ ପଶ୍ଚିମ ଉପକୂଳରେ ମୁମ୍ବାଇ, କାଣ୍ଡଲା କିମ୍ବା ମୁନ୍ଦ୍ରା ବନ୍ଦରରୁ ଇରାନର ଚାବାହାରକୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ଏଠାରୁ ଏହା ସ୍ଥଳଭାଗ ଦେଇ ହେରାଟରେ ପହଞ୍ଚିବ। ଖବର ଅନୁଯାୟୀ, ତାଲିବାନ ମଧ୍ୟ ସହାୟତା ଯୋଗାଣ ମାର୍ଗ ପରିବର୍ତ୍ତନ ପାଇଁ ରାଜି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri