ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି । ବାହାରିନ ନେତୃତ୍ବରେ ଏହି ପ୍ରସ୍ତାବରେ ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ସାମ୍ପ୍ରତିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି । ଏହି ଆକ୍ରମଣକୁ ଆଞ୍ଚଳିକ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ ଭାବରେ ବର୍ଣ୍ଣନା କରାଯାଇଛି। ଏହା ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି।
ଏହି ପ୍ରସ୍ତାବରେ ବାହାରିନ, କୁଏତ, ଓମାନ, କତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଜୋର୍ଡାନ ବିରୋଧରେ ଇରାନର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ପରିଷଦ କହିଛି ଯେ, ଏପରି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବା ସହ ବିଶ୍ୱ ଶାନ୍ତି ତଥା ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଥାଏ।

