ଭାରତକୁ ମନେ ପକାଇଲା ପାକିସ୍ତାନ

ଇସଲାମାବାଦ,୨୪।୩: ଭାରତ ସହିତ ବାଣିଜି୍ୟକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚିନ୍ତା କରୁଛି।

ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ବ୍ରୁସେଲ୍ସରେ ଆଣବିକ ଶକ୍ତି ସମ୍ମିଳନୀରେ ଯୋଗଦେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ତାଙ୍କ ଦେଶର ବ୍ୟବସାୟ ସମ୍ପ୍ରଦାୟ ଭାରତ ସହିତ ପୁନର୍ବାର ବାଣଇଜ୍ୟ ଆରମ୍ଭ କରିବାକୁ ଅପେକ୍ଷା କରିଛି।
ବୈଦେଶିକ ମନ୍ତ୍ରୀ ଶନିବାର କହିଛନ୍ତି ଯେ ପାକିସ୍ତାନୀ ବ୍ୟବସାୟୀମାନେ ଚାହୁଁଛନ୍ତି ଯେ ଭାରତ ସହ ବାଣିଜ୍ୟ ଆରମ୍ଭ ହେଉ। ସେ କହିଛନ୍ତି ଯେ ଆମେ ଭାରତ ସହ ବାଣିଜି୍ୟକ ସମ୍ପର୍କ ସ୍ଥାପନ କରିବାକୁ ବିଚାର କରିବୁ। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଦାରଙ୍କ ଉଦ୍ଧେଶ୍ୟରେ କହିଛି ଯେ ଆମେ ଭାରତ ସହ ବାଣିଜ୍ୟ ପ୍ରସଙ୍ଗରେ ଗମ୍ଭୀର ଦୃଷ୍ଟି ଦେବୁ।
ସୂଚନାଯୋଗ୍ୟ ଯେ ଭାରତ ସରକାର ଧାରା ୩୭୦ ରଦ୍ଦ କରି ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ବାତିଲ କରିବା ପରେ ପାକିସ୍ତାନ ନୂଆଦିଲ୍ଲୀ ସହ କୂଟନୈତିକ ସମ୍ପର୍କ ହ୍ରାସ କରିଛି। ପାକିସ୍ତାନ କହିଛି ଯେ ଏହି ନିଷ୍ପତ୍ତି ପଡୋଶୀମାନଙ୍କ ମଧ୍ୟରେ କଥାବାର୍ତ୍ତାର ପରିବେଶକୁ ଦୁର୍ବଳ କରିଦେଇଛି।
ପାକିସ୍ତାନ କହିଛି ଯେ ଭାରତ ସହ ଆଲୋଚନା ଆରମ୍ଭ କରିବାର ପୂର୍ବ ସର୍ତ୍ତ ଭାବରେ ଭାରତକୁ କଶ୍ମୀରରେ ଏକପାଖିଆ ପଦକ୍ଷେପ ପ୍ରତ୍ୟାହାର କରିବାକୁ ପଡିବ। ତେବେ ଭାରତ ଏହି ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ପାକିସ୍ତାନକୁ ସ୍ପଷ୍ଟ କରିଛି ଯେ ଜମ୍ମୁ କଶ୍ମୀର ଏବଂ ଲଦାଖର ସମଗ୍ର ୟୁନିଅନ ଟେରିଟୋରୀ ହେଉଛି ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri