ବିଳିବିଳଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ହଠାତ୍‌ ଅସୀମ ମୁନିରଙ୍କୁ ବୈଠକ ମଝିରେ ଠିଆ କରାଇ କହିଲେ…

ଇସଲାମାବାଦ୍‌,୨୯।୫: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କହୁଛନ୍ତି ଯେ, ପାକିସ୍ତାନ ଭାରତକୁ କଡ଼ା ଜବାବ ଦେଇଛି। କେବଳ ଏତିକି ନୁହେଁ, ଶେହବାଜ ପାକ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସବୁଠି ଠିଆ କରାଇଛନ୍ତି ଏବଂ ତାଙ୍କ ମିଛ ପ୍ରଶଂସା କରିଛନ୍ତି। ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶେହବାଜ ତାଙ୍କ ଭାଷଣ ସମୟରେ ତୁର୍କୀରେ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଠିଆ କରାଇଛନ୍ତି।

ପାକ ପ୍ରଧାନମନ୍ତ୍ରୀ ପାକିସ୍ତାନ-ତୁର୍କୀ-ଆଜରବାଇଜାନ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସେ ଏହି ସମୟରେ ମିଛ କହିବାରୁ ବିରତ ହୋଇ ନ ଥିଲେ। ଅପରେଶନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ଶେହବାଜ କହିଛନ୍ତି, ଭାରତ ଆମ ଉପରେ ଆକ୍ରମଣ କରିଛି। ପ୍ରତିଶୋଧ ସ୍ବରୂପ, ପାକ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରି ଭାରତର ୬ଟି ବିମାନକୁ ଖସାଇ ଦେଇଛି। ଶେହବାଜ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇବା ପାଇଁ ବୈଠକ ମଝିରେ ଠିଆ କରାଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏଥିରେ ପାକିସ୍ତାନ ସାମିଲ ଥିଲା, କିନ୍ତୁ ଶେହବାଜ ଏହି ପ୍ରସଙ୍ଗରେ ମଧ୍ୟ ମିଛ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ। ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ବିରୋଧରେ କୌଣସି ବିଶ୍ୱସନୀୟ ପ୍ରମାଣ ଉପସ୍ଥାପନ କରିପାରିନାହିଁ ଏବଂ ପହଲଗାମ ଘଟଣାର ତଦନ୍ତ ମଧ୍ୟ କୌଣସି ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା କରାଇନାହିଁ। ଭାରତ ଆମର ପ୍ରସ୍ତାବକୁ ଗ୍ରହଣ କରିନାହିଁ।

ଶେହବାଜ ନିଜେ ସ୍ବୀକାର କରିଛନ୍ତି, ସେ ଫଜର ନମାଜ ପରେ ଭାରତ ଉପରେ ଆକ୍ରମଣ କରିବାକୁ ଯାଉଥିଲେ, କିନ୍ତୁ ଭାରତ ପୂର୍ବରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଥିଲା। ଅପରେଶନ ସିନ୍ଦୂର ପରେ ପାକିସ୍ତାନୀ ସେନା ଭାରତୀୟ ସହରଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ପ୍ରତିଶୋଧରେ ଏହାକୁ ଏକ ଶକ୍ତ ଧକ୍କା ଦେଇଥିଲା। ସେନା ପାକିସ୍ତାନର ମୁରିଦକେ ଏବଂ ନୁରଖାନ ଏୟାରବେସକୁ ବହୁତ କ୍ଷତି ପହଞ୍ଚାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri