Posted inଜାତୀୟ

ପାକ୍‌ ହାତରେ ଏବେ ଭାରତର ଗୁରୁତ୍ୱପୂର୍ଣ୍ଣ ପିଡିଏଫ୍‌, ମହିଳା ଅଧିକାରୀ ସାମ୍ବାଦିକା କହି ନେଇଗଲେ ସବୁ…

ନିଜକୁ ସାମ୍ବାଦିକା ପରିଚୟ ଦେଇ ASIଙ୍କଠାରୁ ପାକ୍‌ ମହିଳା ଅଧିକାରୀ ନେଇଗଲେ ସବୁ ଗୁପ୍ତ ତଥ୍ୟ। ତଥ୍ୟ ଦେଇ ବନ୍ଧାହେଲେ CRPF ASI।ଉକ୍ତ ମହିଳା ଜଣଙ୍କ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ । ଯେଉଁଥିପାଇଁ ସେ ମାସିକ ୩୫୦୦ ଏବଂ ଅଧିକ ତଥ୍ୟ ବାବଦକୁ ୧୨ହଜାର ଲେଖାଏ ପ୍ରଦାନ କରୁଥିଲେ ।

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତର ସୁରକ୍ଷା ଏଜେନ୍ସି ଏବେ ପୁରା ତତ୍ପର। ଗୋଇନ୍ଦାଗିରି କରୁଥିବା ଲୋକଙ୍କ ଉପରେ ଏବେ ପୁରା ନଜର ରହିଛି। ଏହି କ୍ରମରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) ଜଣେ ASIଙ୍କୁ NIA ଦିଲ୍ଲୀରୁ ଗିରଫ କରିଛି । ପାକିସ୍ତାନର ଜଣେ ଅଧିକାରୀ ନିଜକୁ ସାମ୍ବାଦିକା ବୋଲି ପରିଚୟ ଦେଇ ସମ୍ପୃକ୍ତ ASIଙ୍କ ସହ ସମ୍ପର୍କରେ ଥିବା ଜଣାପଡ଼ିଥିଲା । ଗିରଫ ASI ମୋତି ରାମ ଜାଟଙ୍କୁ ପହଲଗାମ ଆଟାକ ପୂର୍ବରୁ ଆର୍ଥିକ ଏପ୍ରିଲ୨୨ ତାରିଖରେ ଦଲ୍ଲୀକୁ ବଦଳି କରାଯାଇଥିଲା।

ସୂଚନାଯୋଗ୍ୟ, ଜାଟ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଯିଏକି ନିଜକୁ ଚଣ୍ଡିଗଡର ଏକ ନାମୀ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟର ପରିଚୟ ଦେଇଥିଲେ। ମହିଳା ଜଣଙ୍କ ମୋତି ରାମ ଜାଟଙ୍କୁ ମେସେଜ ଓ ଭିଡିଓ କଲ ମଧ୍ୟ କରିଥିଲେ । ଧୀରେ ଧୀରେ ମୋତି ରାମ ସେହି ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଶେୟାର କରିବାକୁ ଲାଗିଲେ । CRPF ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ମୋତିରାମ ତାଙ୍କ ଫୋନରୁ କୌଣସି ଚାଟ ଡିଲେଟ କରି ନାହାନ୍ତି । ସୁରକ୍ଷାକର୍ମୀ କେଉଁଠି କେତେ ନିୟୋଜିତ ହୋଇଛନ୍ତି ସେନେଇ ଗୁରୁତ୍ୱପୂର୍ଣ୍ଣ ପିଡିଏଫ ଶେୟାର କରିଥିବା ଚାଟ୍‌ରେ ଦେଖିବାକୁ ମିଳିଛି ।

ତେବେ ମୋତି ରାମ ଜାଟ କେବଳ ଏକା ନୁହନ୍ତି ପୂର୍ବରୁ ଜ୍ୟେତି ମାଲ୍‌ହୋତ୍ରା ଏବଂ ଜଣେ ସିଆର୍‌ପିଏଫ୍‌ ମଧ୍ୟ ପାକ୍‌ ସ୍ପାଏ ସାଜିଥିବା ଖବର ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri