Posted inଜାତୀୟ

ଭାରତର ଚେତାବନୀ ଶୁଣି ପାକିସ୍ତାନର ନିଦ ହଜିଲା: ଏବେ ମୁନିର କରିବେ କ’ଣ

ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ରପ୍ତାନି ବନ୍ଦ କରୁ। ଅନ୍ୟଥା ଭାରତ ଆଉ ସଂଯମ ହେବ ନାହିଁ ବୋଲି ସେନାମୁଖ୍ୟ କହିଛନ୍ତି। ସେନାମୁଖ୍ୟ ଚେତାବନୀ ଶୁଣି ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ନିଦ ହଜିଯାଇଛି।

ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଭାରତୀୟ ସଶସ୍ତ୍ର ବଳ ଏହାର ଜବାବ ଦେବାକୁ ଯାଇ ମେ’ ୭ରୁ ୧୦ ପର୍ଯ୍ୟନ୍ତ ‘ଅପରେଶନ ସିନ୍ଦୂର’ ଚଳାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଓ ପାକ-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ଅନେକ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେବେଠୁ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବ୍ଯଯଯୁଦ୍ଧ ଜାରି ରହିଥିବାବେଳେ ଗୁଜରାଟର ରଣନୈତିକ କ୍ଷେତ୍ର ସାର୍‌ କ୍ରିକ୍ରେ ପାକିସ୍ତାନୀ ସେନାର ସାମରିକ ଗତିବିଧି ବୃଦ୍ଧି ନେଇ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଥିଲେ। ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଅତିକ୍ରମଣ ଉଦ୍ୟମ କଲେ ଭାରତ ଏପରି ଜବାବ ଦେବ ଯେ ପାକିସ୍ତାନର ଇତିହାସ ଓ ଭୂଗୋଳ ବଦଳିଯିବ ବୋଲି ରାଜନାଥ କହିଥିଲେ। ଏହାର ଦିନକ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ରାଜସ୍ଥାନର ଅନୁପଗଡ଼ରୁ ଇସ୍ଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। ଦ୍ୱିବେଦୀ କହିଛନ୍ତି, ଭାରତୀୟ ବଳ ଏଥର ଆଉ ଅପରେଶନ ସିନ୍ଦୂର ୧.୦ ଭଳି ସଂଯମ ହେବ ନାହିଁ। ପାକିସ୍ତାନ ଭୂଗୋଳରେ ରହିବାକୁ ଚାହେଁ କି ନାହିଁ ତାହା ସ୍ଥିର କରୁ। ଯଦି ରହିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବା ଜରୁରୀ। ଯବାନମାନଙ୍କୁ ସମ୍ବୋଧନ ବେଳେ ଦ୍ୱିବେଦୀ ଆହୁରି କହିଛନ୍ତି, ଯଦି ଭଗବାନଙ୍କ ଇଚ୍ଛା ଥିବ, ତେବେ ଆପଣମାନେ ଶୀଘ୍ର ଏକ ସୁଯୋଗ ପାଇବେ। ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri