Posted inଜାତୀୟ

ବର୍ଡରରେ ବଡ଼ ଆଟାକ୍‌ କଲା ପାକିସ୍ତାନ! ଭାରତରେ ବଡ଼ ବିସ୍ଫୋରଣ

ଜମ୍ମୁ,୧୦।୫: ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ । ଜମ୍ମୁକଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଉଛି । ଏପଟେ ଜମ୍ମୁ, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି । ପଞ୍ଜାବର ଫିରୋଜପୁର,ପଠାନକୋଟ ରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି।

Pakistan Violeted Ceasefire: ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍‌ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍‌ କରିଛି। ପାକିସ୍ତାନ LOC ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ ଦେଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ଗୁଳି ଚଳାଇଛି।

Pakistan Violeted Ceasefire: ମାତ୍ର 3 ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମର ସୂଚନା ପ୍ରକାଶ ପାଇଛି। ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସ ପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।

Pakistan Violeted Ceasefire: କହିରଖୁଛୁ କି, କିଛି ସମୟ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।

ସୂଚନାଥାଉକି, କିଛି ଘଣ୍ଟା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ର ସୂଚନା ଦେଇଥିଲା, ‘ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ରେ ଭାରତୀୟ ଡିଜିଏମଓଙ୍କୁ ଫୋନ କରିଥିଲେ।’ ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ପ୍ରକାରର ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି ଉଭୟ ପକ୍ଷଙ୍କୁ ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୧୨ ତାରିଖ ଦିନ ୧୨ଟାରେ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ପୁନର୍ବାର କଥା ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri