Posted inଜାତୀୟ

ନିଜ ସୈନିକଙ୍କୁ ଆତଙ୍କବାଦୀ କରୁଛି ପାକିସ୍ତାନ: ଲୋକସଭା ନିର୍ବାଚନ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ…

ନୂଆଦିଲ୍ଲୀ,୨୫।୧୧ : ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ କାର୍ଯ୍ୟକଳାପ କରୁଛି, କିନ୍ତୁ ଭାରତୀୟ ସେନା ଯବାନମାନେ ସେମାନଙ୍କ କାର୍ଯ୍ୟକଳାପକୁ ପଣ୍ଡ କରୁଛନ୍ତି। ଭାରତୀୟ ସେନାର କଡା ସୁରକ୍ଷା ବ୍ୟବସ୍ଥାରେ ନିରାଶ ହୋଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏକ ନୂତନ ରାସ୍ତା ଆପଣେଇଛି। ଲୋକସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଏକ ବିପଜ୍ଜନକ ଷଡଯନ୍ତ୍ର ରଚିଛି। ଉପତ୍ୟକାର ଶାନ୍ତିକୁ ନଷ୍ଟ କରିବା ପାଇଁ ଆଇଏସଆଇ ଏହାର ପୂର୍ବତନ ପାକିସ୍ତାନୀ ସୈନିକମାନଙ୍କୁ ଆତଙ୍କବାଦୀ ଭାବରେ ପଠାଉଛି। ଭାରତୀୟ ସେନାର ଉତ୍ତର କମାଣ୍ଡ ଏହା ପ୍ରକାଶ କରିଛନ୍ତି।

ନିକଟରେ ରାଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତୀୟ ସେନାର ପାଞ୍ଚଜଣ ସୈନିକ ଶହୀଦ ହୋଇଥିବାବେଳେ ସୁରକ୍ଷା ବାହିନୀ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ନର୍ଥ କମାଣ୍ଡ ଆର୍ମି ମୁଖ୍ୟ ଲ୍ୟୁଟନାଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତ ସୀମା ଅତିକ୍ରମ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ଅବସରପ୍ରାପ୍ତ ପାକିସ୍ତାନୀ ସୈନିକ ମଧ୍ୟ ଅଛନ୍ତି।

ପଡୋଶୀ ଦେଶ ପାକିସ୍ତାନର ଉଦ୍ଦେଶ୍ୟ ଭଲ ନୁହେଁ। ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ସେମାନଙ୍କର ଉଦ୍ଦେଶ୍ୟ। ଏଥିପାଇଁ ପାକିସ୍ତାନ ବର୍ତ୍ତମାନ ନିଜର ପୂର୍ବ ସୈନିକମାନଙ୍କୁ ଆତଙ୍କବାଦୀ ରୂପେ ପରିଣତ କରୁଛି ଏବଂ ପରେ ସେମାନଙ୍କୁ ସୀମା ଦେଇ ଭାରତ ପଠାଉଛି। ରାଜୌରୀ ଏବଂ ପୁଞ୍ଚରେ ୨୦ ରୁ ୨୫ଆତଙ୍କବାଦୀ ସକ୍ରିୟ ରହିଥିବା ସେ କହିଛନ୍ତି।

ସେ କହିଛନ୍ତି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନକୁ ବହୁତ କ୍ଷତି ପହଞ୍ଚାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସମେତ ଅନେକ ଦେଶରୁ ତାଲିମ ଗ୍ରହଣ କରିଥିବା ଏହି ଦୁଇ ଆତଙ୍କବାଦୀ ଉପତ୍ୟକାର ଅନେକ ଲୋକଙ୍କୁ ଟାର୍ଗେଟ କରିଥିଲେ, ତେଣୁ ଉଭୟଙ୍କୁ ଏନକାଉଣ୍ଟର କରିବା ସୁରକ୍ଷା ବାହିନୀର ପ୍ରାଥମିକତା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri