ଶ୍ରୀଲଙ୍କା ସ୍ଥିତି ମୁହାଁ ପାକିସ୍ତାନ…

ଇସଲାମାବାଦ,୧୧।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଦେଶର ସ୍ଥିତି ଏବେ ଶ୍ରୀଲଙ୍କା ମୁହାଁ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ୫୦୦ ପ୍ରତିଶତ ବୃଦ୍ଧି ଘଟିଛି। ବ୍ରେଡର ଦାମରେ ୭୩ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଚିକେନ ଦାମରେ ୮୨ ପ୍ରତିଶତ, ଡାଲିରେ ୫୧ ପ୍ରତିଶତ, ବାସୁମତୀ ଚାଉଳ ୪୬ ପ୍ରତିଶତ, କ୍ଷୀର ଦାମରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି।

ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ (ପିବିଏସ) ଦେଶର ୧୭ ଟି ପ୍ରମୁଖ ସହରର ୫୦ ଟି ବଜାରରୁ ସଂଗୃହିତ ୫୧ ଟି ଜରୁରୀ ଦ୍ରବ୍ୟର ମୂଲ୍ୟ ଗତିବିଧି ଉପରେ ଆଧାର କରି ଏହାର ରିପୋର୍ଟ ପ୍ରସ୍ତୁତ କରିଛି। ପାକିସ୍ତାନର ଲୋକଙ୍କୁ ପିଆଜ ଏବଂ ଟମାଟୋ ଭଳି ଅତ୍ୟାବଶ୍ୟକ ପନିପରିବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି।

ଡନ ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅନେକ ସହରରେ ପିଆଜ କିଲୋଗ୍ରାମ୍‌ ପିଛା ୨୬୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଅନେକ ସହରରେ ଟମାଟୋ କିଲୋଗ୍ରାମ ପିଛା ୮୦ ରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ଅଣ୍ଡା ଏକ ଡଜନ ଦାମ ୩୩୦ ଟଙ୍କା, ଚିକେନ ଏକ କିଲୋଗ୍ରାମ ୬୫୦, ପେଟ୍ରୋଲ ଲିଟର ପିଛା ୨୧୫, ଡିଜେଲ ଲିଟର ପିଛା ୨୨୮, କ୍ଷୀର ଲିଟର ପିଛା ୧୯୦, ଘିଅ ପ୍ରତି କିଲୋଗ୍ରାମ ୫୪୦, ତେଲ ଲିଟର ୫୮୦, ଆଳୁ କିଲୋ ପିଛା ୬୦ରେ ପହଞ୍ଚିଛି।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ହ୍ରାସ ପାଉଛି। ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୫.୫୭୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଏହା ଆଠ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଆସିଛି । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର କେବଳ ତିନି ସପ୍ତାହ ପାଇଁ ଆମଦାନୀ କରିବାକୁ ବାକି ଅଛି। ଅନ୍ୟପକ୍ଷରେ ପାକିସ୍ତାନର ଜନସାଧାରଣ ଋଣ ବର୍ଷରେ ୨୨ ପ୍ରତିଶତ ବୃଦ୍ଧି ପାଇ ୫୧ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri