Pakistan hits Gold mine: ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ! ମିଳିଲା ୮୦ହଜାର କୋଟି ଟଙ୍କାର ସୁନା ଖଣି, ଭାରତ ସହ ଅଛି ବଡ଼ ଲିଙ୍କ୍‌

ଇସଲାମବାଦ,୬।୩: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି 80,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ରିପୋର୍ଟ ଅନୁସାରେ ଏହି ସୁନା ଭଣ୍ଡାର ପଞ୍ଜାବର ଅଟକ ଜିଲାରେ ମିଳିଛି। ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ସର୍ଭେରେ ସେଠାରେ ସୁନାର ଭଣ୍ଡାର ଥିବା ନେଇ ଜଣାପଡ଼ିଛି। ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି। ବର୍ତ୍ତମାନ ଏହି ସୁନାକୁ ବାହାର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହା ଦେଶକୁ ଆର୍ଥିକ ଶକ୍ତି ଯୋଗାଇପାରେ। ଏହି ସୁନା ଭଣ୍ଡାରର ଖନନ ପ୍ରକ୍ରିୟା, ପାକିସ୍ତାନର ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ, ନ୍ୟାଶନାଲ ଇଞ୍ଜିନିୟରିଂ ସର୍ଭିସ ପାକିସ୍ଥାନ (ନେସପାକ) ଏବଂ ପଞ୍ଜାବର ମାଇନ୍ସ ଏବଂ ମିନେରାଲ୍ସ ବିଭାଗ ଦ୍ୱାରା ପରିଚାଳିତ ହେବ। ଏହି ଆବିଷ୍କାର ପାକିସ୍ତାନର ଖଣି ଶିଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କୁହାଯାଉଛି।

ଭୂବିଜ୍ଞାନୀମାନେ କହିଛନ୍ତି ଯେ ଏହି ସୁନା ହିମାଳୟରୁ ସିନ୍ଧୁ ନଦୀ ଦେଇ ପ୍ରବାହିତ ହୋଇ ପାକିସ୍ତାନ ଅଞ୍ଚଳରେ ଜମା ହୋଇଛି। ବିଭାଜନ ପୂର୍ବରୁ ଏହି ଅଂଶ ଭାରତର ଥିଲା, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନର ଏକ ଅଂଶ । ନଦୀରେ ସୁନାର ଛୋଟ ଖଣ୍ଡ କିମ୍ବା ନାଗେଟ ଆକାରରେ ମିଳିଥାଏ । ଲଗାତାର ପ୍ରବାହ ଫଳରେ ଏହି ସୁନା ଖଣ୍ଡଗୁଡ଼ିକ ଗୋଲ ହୋଇଯାଇ ଗୋଟିଏ ସ୍ଥାନରେ ଜମା ହୋଇଯାଇଛି। ଡିସେମ୍ବର 2024 ସୁଦ୍ଧା ପାକିସ୍ତାନର ସୁନା ଭଣ୍ଡାରର ମୂଲ୍ୟ 5.43 ବିଲିୟନ ଡଲାର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ହୁଏତ ଏବେ ଏହି ସୁନା ଭଣ୍ଡାର ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ରକ୍ଷା କରିପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri