ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ

ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି।

ସେହିପରି ଡିଜେଲ ଦର ୧୭.୩୪ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୨୯.୧୮ଟଙ୍କା ହୋଇଛି। ଗତ ସପ୍ତାହରେ ଅର୍ଥନୈତିକ ସମନ୍ବୟ କମିଟି (ଇସିସି) ପେଟ୍ରୋଲିୟମ ଡିଲର ଏବଂ ତୈଳ ମାର୍କେଟିଂ କମ୍ପାନୀ (ଓଏମସି)ର ମାର୍ଜିନ ବୃଦ୍ଧି କରିବାକୁ ଅନୁମୋଦନ କରିଥିଲା।
ଚଳିତ ମାସ ଆରମ୍ଭରେ କାର୍ଯ୍ୟକାରୀ ଅର୍ଥମନ୍ତ୍ରୀ ଶ୍ୟାମସାଦ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇସିସି ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। କମିଟି ଓଏମସି ଏବଂ ଡିଲରମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ମାର୍ଜିନ ବୃଦ୍ଧିକୁ ଅନୁମୋଦନ କରିଛି। ସୂଚନାଯୋଗ୍ୟ, ବିଶ୍ୱରେ ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି କରୁଛନ୍ତି ବୋଲି ପାକିସ୍ତାନ ସରକାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

IRGCର ହିଟ ଲିଷ୍ଟରେ ୮ଟି ପ୍ରମୁଖ ଉପସାଗରୀୟ ସେତୁ; B1 ସେତୁ ଉପରେ ଆମେରିକା-ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁ ଇରାନ କ୍ରୋଧିତ

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସବୁଠାରୁ ଉଚ୍ଚ ସେତୁ – B1 -କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri