ଭାରତ ଉପରେ ରାଗିକି ନିଆଁବାଣ ପାକିସ୍ତାନ: କଶ୍ମୀରକୁ ନେଇ କହିଲା ଏମିତି

ଇସଲାମାବାଦ୍‌,୧୯।୪: ପାକିସ୍ତାନ ପିଓକେ (ପାକ ଅଧିକୃତ କଶ୍ମୀର) ଖାଲି କରିବା ଉଚିତ ବୋଲି ଭାରତର ବୟାନ ଉପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ଭାରତର ଏହି ବିବୃତ୍ତି ମିଥ୍ୟା।

ପାକିସ୍ତାନ କହିଛି, ଏପରି ବୟାନ ଦେବା ପରିବର୍ତ୍ତେ, ଭାରତ ସେଠାକାର ଲୋକଙ୍କ ଇଚ୍ଛା ଅନୁଯାୟୀ କଶ୍ମୀର ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରିବା ଉଚିତ।

ପାକିସ୍ତାନ ତାର ବିବୃତ୍ତିରେ ଜମ୍ମୁ-କଶ୍ମୀରକୁ ଏକ ବିବାଦୀୟ ଅଞ୍ଚଳ ବୋଲି କହିଛି। ଏହାର ନିଷ୍ପତ୍ତି ଜାତିସଂଘ (ୟୁଏନ)ର ନିଷ୍ପତ୍ତି ଏବଂ କଶ୍ମୀରବାସୀଙ୍କ ମତାମତ ଉପରେ ଆଧାରିତ ହେବା ଉଚିତ। ଜମ୍ମୁ ଏବଂ କଶ୍ମୀର ଏପରି ଏକ ଅଞ୍ଚଳ ଯାହାକୁ ସମଗ୍ର ବିଶ୍ୱ ବିବାଦୀୟ ବୋଲି ବିବେଚନା କରେ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଜାତିସଂଘର ପ୍ରସ୍ତାବ ଏବଂ କଶ୍ମୀର ଲୋକଙ୍କ ଇଚ୍ଛା ଅନୁସାରେ ହେବା ଉଚିତ।

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କଶ୍ମୀରକୁ ପାକିସ୍ତାନର ‘ବେକ ଶିରା’ ବୋଲି ବର୍ଣ୍ଣନା କରିଥିଲେ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାର ଜବାବ ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, କୌଣସି ବିଦେଶୀ ଜିନିଷ କାହାର ‘ବେକ ଶିରା’ କିପରି ହୋଇପାରେ? ଭାରତର ଆଭ୍ୟନ୍ତରୀଣ ମାମଲାରେ କୌଣସି ବିଦେଶୀ ରାଷ୍ଟ୍ରର କୌଣସି ଅଧିକାର ନାହିଁ। ଜମ୍ମୁ ଏବଂ କଶ୍ମୀର ଭାରତର ଏକ ଅଂଶ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳ। ପାକିସ୍ତାନ ସହିତ ଆମର ଏକମାତ୍ର ସମ୍ପର୍କ ହେଉଛି, ସେ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ଖାଲି କରିବା ଉଚିତ, ଯାହାକୁ ସେ ଅବୈଧ ଭାବରେ କବଜା କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri