କରାଚୀ, ୨୧ା୭: ଆସନ୍ତା ମାସରେ ଭାରୀତରେ ଏସିଆ କପ୍ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୁରକ୍ଷା ଜନିତ କାରଣରୁ ପାକିସ୍ତାନ ଏଥିରେ ଅଂଶଗ୍ରହଣ କରିବାକୁ ରାଜି ନ ଥିବା ପାକିସ୍ତାନ ହକି ମହାସଂଘ (ପିଏଚ୍ଏଫ୍) କହିଛି।
ଏ ବିଷୟ ସେମାନେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ) ଓ ଏସିଆନ ହକି ଫେଡରେଶନ (ଏଏଚ୍ଏଫ୍)କୁ ଅବଗତ କରାଇଥିବା ପିଏଚ୍ଏଫ୍ ମୁଖ୍ୟ ତାରିକ୍ ବୁଗଟି ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଏହି ଇଭେଣ୍ଟଟି ସମ୍ପର୍କରେ ଏଫ୍ଆଇଏଚ୍ ଓ ଏଏଚ୍ଏଫ୍ ଯାହା ନିଷ୍ପତ୍ତି ନେବେ। ପାକିସ୍ତାନ ଏହାର ମ୍ୟାଚଗୁଡ଼ିକ କେଉଁଠାରେ ଖେଳିବ ତାହା ସେମାନେ ସ୍ଥିର କରିବେ। ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ନିକଟରେ ସରକାରଙ୍କ ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି।


