ଏଲ୍‌ଓସିରେ ସେନା ଠୁଳକଲା ପାକିସ୍ତାନ: ବଙ୍କରରେ ରହି ରଖୁଛନ୍ତି ନଜର

ନୂଆଦିଲ୍ଲୀ,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଥିବାରୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ହେଉଛି। ଏକ ସୂତ୍ରରୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ପାକିସ୍ତାନୀ ସେନା ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବହୁସଂଖ୍ୟାରେ ସୈନ୍ୟ ଠୁଳ କରିଛି। ସୈନ୍ୟମାନେ ବଙ୍କର ମଧ୍ୟରେ ରହି ଏଲ୍‌ଓସି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବା ସହ ଆଇନର କାଠଗଡ଼ାକୁ ଆଣିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଜ୍ଞା କରିଥିବାରୁ ସୀମା ଆରପଟେ ଉତ୍ତେଜନା ଦେଖାଦେଇଛି। ସେନାର ୧୦ କର୍ପସ୍‌କୁ ସତର୍କ ରହିବା ଲାଗି ପାକ୍‌ ସେନାମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅନ୍ତର୍ଜାତୀୟ ସୀମା ଆରପଟେ ସିଆଲକୋଟ୍‌ ଡିଭିଜନକୁ ମଧ୍ୟ ଜାଗତିଆର ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

‘ଭାରତ କାହାକୁ ଡରେନାହିଁ’: ଟ୍ରମ୍ପଙ୍କ ଟାରିଫ୍ ପରେ ଆମେରିକାକୁ ଏପରି କହିଥିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୪ା୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri