ପୁଣି ଆଫଗାନିସ୍ତାନରେ ପଶି ଆକ୍ରମଣ କଲା ପାକିସ୍ତାନ: ମସଜିଦରେ କଲା ରକେଟ ମାଡ, ଦୃଢ଼ ଜବାବ ଦେଲା ତାଲିବାନ

ନୂଆଦିଲ୍ଲୀ,୩୦ା୧୨: ପାକିସ୍ତାନ ନିକଟରେ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ରକ୍ତର ଖେଳ ଖେଳୁଛନ୍ତି। ଦୁଇଆ ପକ୍ଷରୁ ଉଭୟ ପକ୍ଷର ସୀମାରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗତ କିଛି ଦିନ ହେବ ସ୍ଥିତି ଏପରି ରହିଛି ଏଥିରୁ ଏକ ନୂଆ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ସୋମବାର ପାକିସ୍ତାନ ଆଫଗାନିସ୍ତାନର ୮ ଲୋକଙ୍କୁ ହତ୍ୟା କରିଛି, ଯେତେବେଳେ କି ୧୩ ନାଗରିକ ଆହତ ହୋଇଛନ୍ତି।

ପାକିସ୍ତାନ ଏବେ ଲଗାତାର ଆଫଗାନିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି। ଶନିବାର ମଧ୍ୟ ପାକିସ୍ତାନ ପାଖ୍ତିଆର ଏକ ମସଜିଦ ଉପରେ ମୋର୍ଟାର ମାଡ଼ କରିଥିଲା, ଯେଉଁଥିରେ ୩ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାପରେ ଆଫଗାନର ଅନେକ ନାଗରିକ ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପ ଦାବି କରିଛନ୍ତି। ସେମାନଙ୍କ କହିବା ମୁତାବକ ପାକିସ୍ତାନ ଲଗାତାର ନସାଧାରଣ ନାଗରୀକଙ୍କୁ ଟାର୍ଗେଟ କରୁଛି।

ଟୋଲ ନ୍ୟୁଜ ରିପୋର୍ଟ ଅନୁଯାୟୀ ତାଲିବାନ ରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡୁରାଣ୍ଡ ସୀମାରେ ଦୁଇ ସେନା ମୁହାଁମୁହିଁ ହୋଇଥିଲେ। ଏଥିରେ ତାଲିବାନ ପାକିସ୍ତାନ ସେନାକୁ ପଛକକୁ ତଢ଼ୀ ଦୁଇ ଚେକପୋଷ୍ଟ ଦାଖଲ କରିଛି। ଏଥିସହିତ ଭାରି ଅସ୍ତ୍ରଶାସ୍ତ୍ର ବ୍ୟବହାର କରି ତାଲିବାନ ସେନା ପାକିସ୍ତାନର ଅନେକ ପୋଷ୍ଟକୁ ଉଡାଇ ଦେଇଛି। ଏହି ସମୟରେ ପାକିସ୍ତାନର 19 ସୈନିକ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଜୀବନ ବଞ୍ଚାଇ ପଳାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri