Posted inଜାତୀୟ

ମୋଦିଙ୍କ ଭାଷଣ ଶୁଣି ରାଗିକି ନିଆଁବାଣ ପାକିସ୍ତାନ: କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୫: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ ପାକିସ୍ତାନ ଦୃଢ ଆପତ୍ତି ଉଠାଇଛି। ନିକଟରେ ମୋଦି କହିଥିଲେ, ଆମେ ପାକିସ୍ତାନକୁ ଚୁଡ଼ି ପିନ୍ଧାଇବୁ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ନିର୍ବାଚନ ରାଲିରେ ଭାରତୀୟ ରାଜନେତାମାନେ ପାକିସ୍ତାନକୁ ଟାଣିବାଠାରୁ ଦୂରେଇ ରହିବା ଉଚିତ। ନିର୍ବାଚନରେ ଲାଭ ପାଇବା ପାଇଁ ଜାତୀୟ ନେତାମାନେ ଜାତୀୟତାବାଦୀ ଭାବନାକୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତର ଲୋକଙ୍କ ମଧ୍ୟରେ ପାକିସ୍ତାନ ବିରୋଧୀ ଭାବନା ସୃଷ୍ଟି ହେଉଛି। ଏହା ନିର୍ବାଚନ ରଣନୀତିର ଏକ ଅଂଶ କିନ୍ତୁ ଏହି ପଦ୍ଧତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ କ୍ଷତିକାରକ।
ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଘରୋଇ ନିର୍ବାଚନରେ ଲାଭ ପାଇବା ପାଇଁ ଭାରତୀୟ ନେତାମାନେ ପାକିସ୍ତାନକୁ ଟାଣିବା ବନ୍ଦ କରିବା ଉଚିତ୍‌। ସମ୍ବେଦନଶୀଳ ଏବଂ ରଣନୈତିକ ପ୍ରସଙ୍ଗରେ ଆମେ ସତର୍କତା ପାଇଁ ନିବେଦନ କରୁଛୁ। ଆମେ ମଧ୍ୟ ଅନ୍ତର୍ଜାତୀୟ ନେତୃତ୍ୱକୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ କାରଣ ଏହା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ଗୁରୁତର ବିପଦ।
ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ କହିଛି, ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନେତାଙ୍କ ବାରମ୍ବାର ପାକିସ୍ତାନ ବିରୋଧୀ ବିବୃତ୍ତି ଭାରତର ଉଗ୍ରବାଦୀ ମାନସିକତାକୁ ପ୍ରତିଫଳିତ କରୁଛି। ଏଭଳି ବାକ୍ୟ ଭାରତୀୟ ନେତାଙ୍କ ଅହଂକାରକୁ ପ୍ରତିଫଳିତ କରେ।
ନିକଟରେ କଶ୍ମୀରର ନେତା ଫାରୁକ ଅବଦୁଲ୍ଲା କହିଥିଲେ ଯେ, ପାକିସ୍ତାନରୁ ପିଓକେ ଫେରାଇବା ଏତେ ସହଜ ନୁହେଁ। ପାକିସ୍ତାନ ପରମାଣୁ ଦେଶ ଏବଂ ସେ ଚୁଡିପିନ୍ଧି ବସି ନାହାଁନ୍ତି। ବିହାରର ମୁଜାଫରପୁରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ବିବୃତ୍ତି ଦେଇ କହିଛନ୍ତି, ହଁ ସେମାନେ ଚୁଡି ପିନ୍ଧୁ ନାହାଁନ୍ତି ତେବେ ଆମେ ସେମାନଙ୍କୁ ପିନ୍ଧାଇଦେବା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri