ପାକିସ୍ତାନ ସହ ସାଉଦି ଆରବ

ହମାସକୁ ମୂଳପୋଛ କରିବା ଲକ୍ଷ୍ୟରେ ଦୀର୍ଘ ୨୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗାଜା ଉପରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏପରିକି ଏହାର ନେତାମାନେ ଯେଉଁ ସବୁ ଦେଶରେ ରହୁଥିବା ଇସ୍ରାଏଲ ଖବର ପାଉଛି ସେହିସବୁ ରାଷ୍ଟ୍ର ଭିତରେ ପଶି ସେମାନଙ୍କୁ ହତ୍ୟା କରୁଥିବା ଦେଖାଯାଉଛି। ସଦ୍ୟ ଘଟଣାକୁ ଦେଖିଲେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କାତାର ରାଜଧାନୀ ଦୋହାରେ ଗାଜାରେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରସ୍ତାବ କ୍ରମେ ଆଲୋଚନା ଚାଲିଥିବାବେଳେ ଇସ୍ରାଏଲ ଅଚାନକ ଆକ୍ରମଣ କରି ୬ ଜଣଙ୍କୁ ହତ୍ୟା କରିଥିଲା। ଗାଜା ଅକ୍ତିଆର ଅଭିଯାନର ଅଂଶସ୍ବରୂପ ସେପ୍ଟେମ୍ବର ୮ରୁ ୧୦ ମଧ୍ୟରେ ଅର୍ଥାତ୍‌ ୭୨ ଘଣ୍ଟା ଭିତରେ କାତାର ସମେତ ପାଲେଷ୍ଟାଇନ, ଲେବାନନ, ୟେମେନ, ଟ୍ୟୁନିସିଆ, ସିରିଆ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ମଧ୍ୟପ୍ରାଚ୍ୟରେ ଏପରି ଭିନ୍ନଧରଣର ରଣନୀତିକ ପରିବର୍ତ୍ତନ ଦେଖି ପାକିସ୍ତାନ ସହ ସାଉଦି ଆରବ ଏବେ ସାମରିକ ସହଯୋଗ ଆଗକୁ ବଢ଼ାଇଛି। ସେପ୍ଟେମ୍ବର ୧୭ରେ ସାଉଦି ଆରବ ରାଜଧାନୀ ରିଆଦର ଅଲ-ୟାମାହା ପ୍ୟାଲେସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଓ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ମଧ୍ୟରେ ଷ୍ଟ୍ରାଟେଜିକ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ ବା ରଣନୀତିକ ପାରସ୍ପରିକ ସୁରକ୍ଷା ବୁଝାମଣା ସ୍ବାକ୍ଷରିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ଜଣଙ୍କ ଉପରେ ଆକ୍ରମଣ ହେଲେ ତାହାକୁ ଦୁଇ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ।
ସମସ୍ତେ ଜାଣନ୍ତି ଯେ, ଇସ୍‌ଲାମ ଧର୍ମର ଦୁଇ ପ୍ରମୁଖ ତୀର୍ଥସ୍ଥଳ ମକ୍କା ଓ ମଦିନା ସାଉଦ ଆରବରେ ଥିବା ବେଳେ ଇସ୍‌ଲାମୀୟ ବିଶ୍ୱର ୫୭ ଦେଶ ମଧ୍ୟରୁ ପାକିସ୍ତାନ ହେଉଛି ଏକମାତ୍ର ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର। ସାଉଦି ଆରବର ସେନାକୁ ପାକିସ୍ତାନ ଦଶନ୍ଧିବ୍ୟାପୀ ପ୍ରଶିକ୍ଷଣ ଦେଇଆସୁଛି। ଏମିତି ଦେଖିଲେ ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ଏପରିକି ଆଣବିକ କାର୍ଯ୍ୟକ୍ରମ ପାଇଁ ସାଉଦି ଆରବ ଆର୍ଥିକ ସହାୟତା ଦେଇଆସିଛି। ଏବେ ଯେତେବେଳେ ଇସ୍ରାଏଲ ତା’ର ସୁରକ୍ଷା ପାଇଁ ବିଭିନ୍ନ ଇସ୍‌ଲାମିକ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଛି, ଭୟରେ ସାଉଦି ଆରବ ତା’ର ପୁରୁଣା ରଣନୀତିକ ସମ୍ପର୍କକୁ ମଜଭୁତ କରିବାକୁ ଯାଇ ପାକିସ୍ତାନ ସହିତ ଉପରୋକ୍ତ ଚୁକ୍ତି କରିଛି। ଏବକାର ସାଉଦି ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜାତୀୟ ନିରାପତ୍ତା ପାଇଁ ଆମେରିକା ଉପରେ ସବୁକିଛି ନିର୍ଭର। ଏହା ମଧ୍ୟ ଆଶଙ୍କା କରାଗଲାଣି ଯେ ଇସ୍‌ଲାମୀୟ ବିଶ୍ୱ ନିଜର ନିରାପତ୍ତା ପାଇଁ ଭବିଷ୍ୟତରେ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଶୈଳୀରେ ସାମରିକ ମେଣ୍ଟ ପାଇଁ ଅଣ୍ଟା ଭିଡ଼ିବେ, ଯେଉଁଥିରେ ପାକିସ୍ତାନ ହେବ ମୂଳମନ୍ତ୍ର। ତାହାର ସ୍ଥଳସେନା, ନୌସେନା ଓ ବାୟୁ ସେନା ଏବେ ସମ୍ପୂର୍ଣ୍ଣ ଭାବେ ଚାଇନା ଦ୍ୱାରା ପରିଚାଳିତ। ମଧ୍ୟପ୍ରାଚ୍ୟର ଶେଖ୍‌ ରାଜତ୍ୱ ଥିବା ଦେଶଗୁଡ଼ିକ ପକିସ୍ତାନ ସହ ଚୁକ୍ତି କଲାବେଳକୁ ଅପ୍ରତ୍ୟକ୍ଷ ଭାବେ ସେହି ରାଷ୍ଟ୍ରଗୁଡ଼ିକ ଚାଇନାର ଜ୍ଞାନକୌଶଳ ଓ ଯୁଦ୍ଧ କରିବାର ଶକ୍ତିକୁ ନିଜ ସପକ୍ଷରେ ଆଣିପାରିବେ ବୋଲି ଚିନ୍ତା କରାଯାଇପାରେ। ଏହିସବୁ ଦେଶଗୁଡ଼ିକରେ ପେଟ୍ରୋଲିୟମ ଠୁଳ ଥିବାରୁ ସେଠାକାର ନାଗରିକ ପ୍ରାୟ ସମସ୍ତେ ଅତ୍ୟଧିକ ମାତ୍ରାରେ ଧନୀ। ତେଣୁ ସେମାନଙ୍କୁ ସବୁବେଳେ ବାହାରୁ ଚାକର ଆଣି କାମ କରିବାକୁ ପଡ଼ିଥାଏ। ପାକିସ୍ତାନ ସହିତ ଚୁକ୍ତି ମଧ୍ୟ ସେହିଭଳି ଆଭିମୁଖ୍ୟ ରଖି କରାଯାଉଛି ବୋଲି କୁହାଯାଇପାରେ। ପାକିସ୍ତାନ ପାଖରେ ନିଜସ୍ବ କୌଣସି ପ୍ରାକୃତିକ ସମ୍ପଦ କିମ୍ବା ଶିଳ୍ପ ନ ଥିବା ହେତୁ ସେହି ଦେଶର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ। ଅନ୍ୟପଟେ ଜନସଂଖ୍ୟାରେ ପାକିସ୍ତାନକୁ ଟପିଲା ଭଳି ମଧ୍ୟପ୍ରାଚ୍ୟରେ କୌଣସି ଦେଶ ନାହିଁ। ତେଣୁ ପାକିସ୍ତାନ ସେନାକୁ ବ୍ୟବହାର କରି ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିବା ଏହି ଦେଶଗୁଡ଼ିକ ପାଇଁ, ଆମେରିକା ତୁଳନାରେ, ସହଜ ଏବଂ ସ୍ବଳ୍ପ ଖର୍ଚ୍ଚରେ ହୋଇପାରିବ। ଅନ୍ୟପଟେ ପାକିସ୍ତାନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ତାହାର ଦୁର୍ବଳ ଅର୍ଥନୀତିକୁ ଟେକି ଧରିବା ପାଇଁ ଏହିଭଳି ସାମରିକ ବ୍ୟବସ୍ଥା ବେଶ୍‌ ସୁହାଇବ। ମଧ୍ୟପ୍ରାଚ୍ୟର ବିପୁଳ ଅର୍ଥରେ ନିଜର ସେନାକୁ ପୁଷ୍ଟ କରିବାରେ ପାକିସ୍ତାନ ସଫଳ ହେବ। ସେହିକାର୍ଯ୍ୟ ଆରମ୍ଭ ମାତ୍ର ହୋଇଛି। ବିଗତ ଦଶନ୍ଧିରେ ଭାରତର ବ୍ୟବହାରକୁ ଦେଖି ଏହା ପାକିସ୍ତାନର ପାଲଟା ଜବାବ ଭାବେ କାର୍ଯ୍ୟ କରିବ। ଏକ ସଶକ୍ତ ଓ ଦୃଢ଼ ପାକିସ୍ତାନକୁ ସୃଷ୍ଟି କରିବାରେ ଭାରତର ଏବକାର ନେତୃତ୍ୱ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି ବୋଲି ଏବେ କହିହେବ। ଏହିଭଳି ଘଟଣା ଭବିଷ୍ୟତରେ ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ସ୍ପଷ୍ଟ ଭାବେ କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri