ପଖାଳକୁ ଖୋଜୁଛି ମନ

ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ କଂସାକୁ ସେମାନେ ଝୁରିହୁଅନ୍ତି। ପେଟରେ ପଖାଳ ମୁଠାଏ ପଡ଼ିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ। ସମ୍ପ୍ରତି ସହରର ଚାକଚକ୍ୟ ଓ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ବିଶେଷକରି ଗ୍ରୀଷ୍ମଦିନେ ଖରାର ପ୍ରକୋପ ଅନେକଙ୍କୁ ପଖାଳ କଂସା ପ୍ରତି ଆକୃଷ୍ଟ କରାଉଛି। ସମ୍ପ୍ରତି ଛୋଟବଡ଼ ହୋଟେଲରେ ବିଭିନ୍ନ ରକମର ପଖାଳ ପରଷା ଯାଉଛି। ତାରକା ହୋଟେଲ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ପଖାଳ ଦିବସ ପାଳନ କରାଯାଉଛି। ଦେଶବିଦେଶର ଲୋକଙ୍କୁ ଓଡ଼ିଶା ସଂସ୍କୃତିର ମହକ ସ୍ବରୂପ ପଖାଳ ପ୍ରତି ଆକୃଷ୍ଟ କରାଇବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଖାଳକୁ ନେଇ ଭିନ୍ନ ଭିନ୍ନ ସ୍ବତନ୍ତ୍ରତା ରହିଛି। କେଉଁଠି ୨୦ ଟଙ୍କାରେ ପଖାଳ ଗଣ୍ଡେ ବାଢ଼ି ଦେଇ ରବି ଭାଇ ଖଟିଖିଆଙ୍କ ପେଟ ଭରୁଛନ୍ତି ତ ଆଉ କେଉଁଠାରେ ବିଦେଶୀ ଅତିଥିଙ୍କ ପାଇଁ ପଖାଳ ପାଲଟିଛି ସ୍ବତନ୍ତ୍ର ଖାଦ୍ୟ। ଲୋକଙ୍କର ରୁଚି ଏଥିପ୍ରତି ବଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
‘ନିମନ୍ତ୍ରଣ’ରେ ୮ ପ୍ରକାର ପଖାଳ
ଚଳିତବର୍ଷ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ‘ନିମନ୍ତ୍ରଣ’ ରେସ୍ତୋରାଁରେ ୮ ପ୍ରକାରର ପଖାଳ ପ୍ରସ୍ତୁତ କରାଯାଇଛି। ସୁବାସା ପଖାଳ, ଦହି ପଖାଳ, ମଲ୍ଲିଫୁଲ ପଖାଳ, ମିଠା ପଖାଳ, ଟଭା ପଖାଳ, ଚିପୁଡ଼ା ପଖାଳ, ଘିଅ ପଖାଳ, ପାଣି ପଖାଳ ରହିଛି। ପଖାଳ ପ୍ଲେଟର ଦାମ୍‌ ୩୯୯ ରଖାଯାଇଛି। ଆମିଷ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ଆଇଟମ୍‌ ମଧ୍ୟ ଉପଲବ୍ଧ ଅଛି। ଯିଏ ଯାହା ଖାଇପାରିବେ। ସେଗୁଡ଼ିକ ପାଇଁ ଅଲଗା ଦାମ୍‌ ରହିଛି। ନିମନ୍ତ୍ରଣରେ ପାରମ୍ପରିକ ପଦ୍ଧତିରେ ଖାଦ୍ୟ ମିଳୁଥିବାରୁ ସେଠାରେ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି।
ଏକାମ୍ର ହାଟରେ ଲାଗିବ ଗହଳି
ଏକାମ୍ର ହାଟରେ ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରନ୍ତି। ପଖାଳ ଦିବସ ପାଇଁ ସବୁ ବର୍ଷ ପରି ଏଥର ମଧ୍ୟ ଆୟୋଜନ କରାଯାଇଛି। ଲୋକେ ପଖାଳ ସହ ବିଭିନ୍ନ ଆଇଟମ ଖୋଜୁଥିବାରୁ ଖାଦ୍ୟର ଲମ୍ବା ତାଲିକା ରଖାଯାଇଛି। ଆଳୁଭର୍ତ୍ତା, ବଡ଼ିଚୂରା, ଶାଗ, ଚଟଣି, ଗୋଟା ପୋଟଳ, ପାମ୍ପଡ଼, ନଡ଼ିଆବରା, ତାୱା ମାଛ, ଚୂନାମାଛ ରାଇ ଆଦି ଅନେକ ଆଇଟମ୍‌ ରହିଛି। ତେଣୁ ଏଥର ମଧ୍ୟ ଏକାମ୍ର ହାଟରେ ଖାଇବାକୁ ଗହଳି ଲାଗିବ।
ସୋସିଆଲ ମିଡିଆରେ ବଢ଼ୁଛି ପ୍ରଚାର ପ୍ରସାର
ଆଜିକାଲି ସୋସିଆଲ ମିଡିଆ ଯୁଗରେ ଅନେକ ଖାଦ୍ୟର ପ୍ରଚାର ପ୍ରସାର ହେଉଛି। ସେହିପରି ଓଡ଼ିଶାରେ ଥିବା ଫୁଡ୍‌ ବ୍ଲଗର ଓ ମାଷ୍ଟର ସେଫ୍‌ମାନେ ପଖାଳକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଛନ୍ତି। କିଏ କେଉଁଠି ଭଲ ଓ କମ୍‌ ଦାମ୍‌ରେ ଥିବା ପଖାଳର ସୂଚନା ଦେଲେଣି ତ ଆଉ କିଏ ପଖାଳକୁ ନେଇ ଭିନ୍ନ ଧରଣର ଭିଡିଓ ଦେଖାଇଲେଣି। ଅନ୍ୟପକ୍ଷେ ଜାତୀୟସ୍ତରୀୟ ମାଷ୍ଟର ସେଫ୍‌ ପ୍ରତିଯୋଗିତାରେ ଭାଗନେଇଥିବା ଓଡ଼ିଶାର ସେଫ୍‌ମାନେ ‘ପଖାଳ ପସରା’ ନାମରେ ଅନେକ ଭିଡିଓ ଅପଲୋଡ୍‌ କରି ପଖାଳର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ବ୍ୟବସାୟ ପ୍ରଭାବିତ କରିପାରେ ବର୍ଷା
ଖରାଦିନେ ପଖାଳ ଖାଇବାର ମଜା ନିଆରା। ପେଟ ଥଣ୍ଡା କରିବାକୁ ଲୋକେ ପ୍ରାୟତଃ ଖରାଦିନେ ବେଶୀ ପଖାଳ ଖାଇଥାନ୍ତି। ମାତ୍ର ଏଥର ପାଗ ମେଘୁଆ ରହିଛି। ଗତ ୨ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଆଗକୁ ମଧ୍ୟ କୋହଲା ପାଗ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ଏହା ବ୍ୟବସାୟ ମାନ୍ଦା କରିପାରେ ବୋଲି ହୋଟେଲ ବ୍ୟବସାୟୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମାତ୍ର ଲୋକଙ୍କର ପଖାଳ ପ୍ରତି ଥିବା ଭଲପାଇବା ଯେଭଳି ରହିଛି, ଯଦି ବର୍ଷା ହୁଏ ବେପାର ଅତି ଭଲ ନ ହେଲେ ବି ସମ୍ପୂର୍ଣ୍ଣ ମାନ୍ଦା ହେବ ନାହିଁ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
(ପ୍ରସ୍ତୁତି- ଶର୍ମିଷ୍ଠା ପାଣିଗ୍ରାହୀ)


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri