Posted inଖେଳ

ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ନମ୍ବର ୧ ହେଲେ ବାବର, ରଚିଲେ ଇତିହାସ

ନୂଆଦିଲ୍ଲୀ,୧।୧୧: ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟ୍‌ରେ ପରାସ୍ତ କରି ସିରିଜକୁ ୧-୧ ସମାନ କରିଛି। ତୃତୀୟ ଟି-୨୦ନିର୍ଣ୍ଣାୟକ ହେବ। ବାବର ଆଜମ ଦ୍ୱିତୀୟ ମ୍ୟାଚରେ ଅପରାଜିତ ୧୧ ରନ କରି ଏହି ଛୋଟ ଇନିଂସରେ ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋରର୍‌ ହୋଇଛନ୍ତି।

ମ୍ୟାଚ ବିଷୟରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୧୧୦ ରନରେ ଅଲଆଉଟ ହୋଇଥିଲା। ଫହିମ ଅସ୍ରଫ ସର୍ବାଧିକ ୪ , ସଲମାନ ର୍ମିଜା ୩ ଏବଂ ନସିମ ଶାହ ୨ ଉଇକେଟ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଟପ-ଅର୍ଡର ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସମସ୍ତେ ବିଫଳ ହୋଇଥିଲେ। କ୍ୱିଣ୍ଟନ ଡି କକ ୭ ରନ, ରୀଜା ହେଣ୍ଡ୍ରିକ୍ସ ୦ ରନ, ଟୋନି ଡି ଜୋର୍ଜି ୭ ରନ ଏବଂ ମାଥ୍ୟୁ ବ୍ରିଟ୍‌ଜକେ ୫ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଡୋନୋଭାଲ ଫେରେରା ମଧ୍ୟ କେବଳ ୧୫ ରନ କରିପାରିଥିଲେ।

ଲକ୍ଷ୍ୟର ପିଛା କରି, ସାହିବଜାଦା ଫରହାନ ଏବଂ ସାମ ଆୟୁବ ପ୍ରଥମ ଉଇକେଟ୍‌ ପାଇଁ ୫୪ ରନର ଭାଗୀଦାରି କରିଥିଲେ। ଫରହାନ ସପ୍ତମ ଓଭରରେ ୨୮ ରନ କରି ଆଉଟ ହୋଇଥିଲେ। ତା’ପରେ ବାବର ଆଜମ ଆସିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରେ ସାମ ଆୟୁବ ଏକ ବିସ୍ଫୋରକ ଇନିଂସ ଆରମ୍ଭ କରିଥିଲେ ଏବଂ ୧୪ତମ ଓଭରରେ ଦଳକୁ ବିଜୟୀ କରାଇଥିଲେ। ଆୟୁବ ୩୮ ବଲରେ ଅପରାଜିତ ୭୧ ରନ କରିଥିଲେ, ଯେଉଁଥିରେ ପାଞ୍ଚଟି ଛକା ଏବଂ ଛଅଟି ଚୌକା ସାମିଲ ଥିଲା। ବାବର ୧୮ ବଲ ରେ ୧୧ ରନ କରି ଅପରାଜିତ ରହିଥିଲେ।

ବାବର ଆଜମ ଟି-୨୦ରେ ସର୍ବାଧିକ ରନ ସ୍କୋରର୍‌ ଭାବରେ ରୋହିତ ଶର୍ମାଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ରୋହିତ ଟି-୨୦ ଫର୍ମାଟ ରୁ ଅବସର ନେଇ ଟି-୨୦ରେ ୪୨୩୧ ରନ କରିଛନ୍ତି। ବାବର ଆଜମ ଏବେ ୧୩୦ ମ୍ୟାଚରୁ ୧୨୩ ଇନିଂସରେ ୪୨୩୪ ରନ କରିଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri