ପାକିସ୍ତାନରେ ସରିଲା ଭୋଟ ଗଣତି: ଇମ୍ରାନ ଖାନ ଆଗୁଆ, ନୱାଜ ଶରିଫଙ୍କୁ ମିଳିଲା ସେନାର ସମର୍ଥନ

ଯୋଧପୁର,୧୧।୨: ଅର୍ଥନୈତିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ନିର୍ବାଚନ ଲଢେଇ ବେଳେ ଆଉ ଏକ ଝଟକା ଲାଗିଛି। ସଂଖ୍ୟା କିମ୍ବା ପ୍ରତୀକ ସହିତ ଅକ୍ଷର ମଧ୍ୟ ବ୍ୟବହାର କରି। ନିର୍ବାଚନ ଭୋଟ ଗଣନା ଶେଷ ହେବା ପରେ କୌଣସି ଦଳ ପୂର୍ଣ୍ଣ ବହୁମତ ନ ପାଇବାରୁ ଦେଶରେ ଘୋଡ଼ା ବେପାର ଆଶଙ୍କା ସୃଷ୍ଟି ହୋଇଛି।

ଭୋଟ୍ ଗଣନା ଶେଷ ହେବାପରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ ଇନସାଫ (ପିଟିଆଇ) ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ୨୬୪ ଟି ଆସନ ମଧ୍ୟରୁ ୧୦୧ ଟିରେ ଆଗୁଆ ଅଛନ୍ତି ବୋଲି ନିର୍ବାଚନ ଆୟୋଗର ୱେବସାଇଟରେ ସୂଚନା ଦିଆଯାଇଛି। ଅନ୍ୟପଟେ

ତେବେ ସାଧାରଣ ନିର୍ବାଚନ ସମୟରେ କିଛି ବୁଥରେ ହୋଇଥିବା ଅନିୟମିତତା ଅଭିଯୋଗକୁ ନେଇ ପିଟିଆଇ ଏବଂ ଅନ୍ୟ ଦଳର ବିରୋଧ ମଧ୍ୟରେ ନିର୍ବାଚନ ଆୟୋଗ କେତେକ ମତଦାନ କେନ୍ଦ୍ରରେ ପୁନଃ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମତଦାନ ଫେବୃଆରୀ ୧୫ ପାଇଁ ଧାର୍ୟ୍ୟ କରାଯାଇଛି।

୨୪୧ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ପାକିସ୍ତାନ ଫେବୃଆରୀ ୮ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ୨୬୫ ପ୍ରତିଦ୍ୱନ୍ଦ୍ୱୀ ଆସନ ମଧ୍ୟରୁ ୨୬୪ ର ଫଳାଫଳ ଘୋଷଣା କରିଛି।

ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଅନୁଯାୟୀ, ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଶ୍ଚର୍ୟ୍ୟଜନକ ଭାବେ ୧୦୦ ଟି ସିଟ୍ ଜିତି ଶରିଫଙ୍କ ପିଏମଏଲ-ଏନ ଠାରୁ ୭୨ ସିଟ୍ ଆଗରେ ରହିଛନ୍ତି। ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କ ନେତୃତ୍ୱରେ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ ଟି ସିଟ୍ ଜିତିଛି। ଅନ୍ୟ ଛୋଟ ଦଳ ମିଳିତ ୨୭ ଟି ଆସନ ଜିତିଛନ୍ତି ବୋଲି ଇସିପି କହିଛି ଏବଂ ମିଳିତ ସରକାର ଗଠନ ହେଲେ ସେମାନେ ଏଥିରେ ଭାଗ ନେଇପାରିବେ। ତେବେ ନିର୍ବାଚନ ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ତେବେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ବଡ଼ ସଂଖ୍ୟାରେ ଜିତିବା ପରେ ମଧ୍ୟ ସେମାନେ ପାକିସ୍ତାନର ନିର୍ବାଚନ ଆଇନ ଅନୁଯାୟୀ ସରକାର ଗଠନ କରିପାରିବେ ନାହିଁ। ଏଥିପାଇଁ ସେମାନେ ପ୍ରଥମେ ଏକ ଦଳରେ ଯୋଗଦେବା ଏବଂ ପରେ ସରକାର ଗଠନ କରିବେ। କାରଣ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ସଂରକ୍ଷିତ ସିଟ୍ ଆବଣ୍ଟନ କରିବାକୁ ଯୋଗ୍ୟ ନୁହଁନ୍ତି, ସେଥିମଧ୍ୟରୁ ୭୦ ଟି ପାର୍ଟି ଶକ୍ତି ଅନୁଯାୟୀ ବଣ୍ଟନ କରାଯିବା ପାଇଁ ଉଦ୍ଦିଷ୍ଟ ବୋଲି ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।

ଦେଶରେ ଏଭଳି ସ୍ଥିତିରେ ରାଷ୍ଟ୍ରପତି ଆରିଫ ଅଲଭି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ) ମାଧ୍ୟମରେ ମତଦାନ ଅପାଇଁ ତାଙ୍କର ଦଳ ପିଟିଆଇ ବହୁଦିନ ଧରି ଲଢେଇ କରି ଆସିଛି। ଯଦି ଇଭିଏମରେ ମତଦାନ ହୋଇଥାନ୍ତା, ହୁଏତ ଆଜି ଏହି ଅସ୍ଥିରତା ସୃଷ୍ଟି ହୋଇ ନଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?